କଟକ: କଟକ ଜଗତପୁର ସଦ୍ଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ। ସଦଗୁରୁ ହସ୍ପିଟାଲର ଫାୟାର ସେଫ୍ଟି ଲାଇସେନ୍ସ ନଥିଲା । ସଦଗୁରୁ ହସ୍ପିଟାଲକୁ ଫାୟାର ଲାଇସେନ୍ସ ଦିଆଯାଇନାହିଁ। ଲାଇସେନ୍ସ ମିଳିବା ନେଇ ସେମାନଙ୍କର କିଛି ଅସୁବିଧା ରହିଥିଲା । ଇନ୍ସପେକ୍ସନ କରାଯାଇଥିଲା, ଅସୁବିଧା ଦୂର ପାଇଁ କୁହାଯାଇଥିଲା । ଆବଶ୍ୟକ ବ୍ୟବସ୍ଥା କରିବାକୁ ହସ୍ପିଟାଲକୁ ନୋଟିସ କରାଯାଇଥିଲା। ବ୍ୟବସ୍ଥା କରିପାରିନଥିବାରୁ ଲାଇସେନ୍ସ ଦିଆଯାଇନାହିଁ। ତେବେ ଆଜି ସେମାନଙ୍କର ଅଗ୍ନି ନିରାପତ୍ତା ବ୍ୟବସ୍ଥା କାମ କରିଥିଲା । ନିରାପତ୍ତା ବ୍ୟବସ୍ଥା କାମ କରିବାରୁ ନିଆଁ ବେଶି ବ୍ୟାପିନଥିଲା।
ସୂଚନାଯୋଗ୍ୟ, କୋଭିଡ୍ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଥିଲା । ଏହି ହସ୍ପିଟାଲରେ ଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଅବସ୍ଥାରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷରେ ହସ୍ପିଟାଲରେ ନିଆଁ ଲାଗିନି । ଏସିରୁ ଧୂଆଁ ବାହାରିଥିବାର କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।