Categories
ଆଜିର ଖବର ଜାତୀୟ ଖବର

ବିରୋଧୀ ସାଂସଦଙ୍କ ନିଲମ୍ବନ ଉପରେ ଶିବପାଲ ଯାଦବଙ୍କ କଡା ପ୍ରତିକ୍ରିୟା: ଇସ୍ତଫା ଦେବାକୁ ପରାମର୍ଶ

ନୂଆଦିଲ୍ଲୀ: ଫିରୋଜାବାଦରେ ପହଞ୍ଚିଥିବା ଏସପି ନେତା ଶିବପାଲ ସିଂ ଯାଦବ ବିରୋଧୀ ସାଂସଦଙ୍କ ନିଲମ୍ବନକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ନିଲମ୍ବିତ ସାଂସଦମାନଙ୍କୁ ସେ ଗୃହରୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଛନ୍ତି। ନିଲମ୍ବିତ ସାଂସଦମାନେ ସରକାରଙ୍କୁ ନିର୍ବାଚନ କରିବାକୁ ବାଧ୍ୟ କରିବା ଉଚିତ ବୋଲି ଶିବପାଲ ଯାଦବ କହିଛନ୍ତି। ଜନସାଧାରଣ ବିଜେପି ସରକାରଙ୍କୁ ଏକ ଶିକ୍ଷା ଦେବେ। ସେ କହିଛନ୍ତି ଯେ, ବିଜେପିକୁ ପରାସ୍ତ କରିବାକୁ ଇଣ୍ଡିଆ ଆଲାଇନ୍ସ କାର୍ଯ୍ୟ କରିବ।

ପ୍ରକାଶ ଯେ, ବିରୋଧୀ ସାଂସଦଙ୍କ ବିରୋଧରେ ନିଲମ୍ବନ ପ୍ରକ୍ରିୟା ବନ୍ଦ ହେଉନାହିଁ। ଆଜି ବାଚସ୍ପତି ଗୃହର ଅବମାନନା ପାଇଁ ଦୁଇ ବିରୋଧୀ ସଦସ୍ୟ ସି ଥୋମାସ୍ ଏବଂ ଏଏମ୍ ଆରିଫଙ୍କୁ ନିଲମ୍ବିତ କରିଛନ୍ତି। ଗତକାଲି ଶୀତ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଲୋକସଭାର ୪୯ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା।