Categories
ଆଜିର ଖବର ରାଜ୍ୟ ଖବର

ଓଡିଶାକୁ ଶହେ ବର୍ଷ ପୁରଣ ପୁର୍ବରୁ ଭୁବନେଶ୍ବରରେ ଆୟୋଜିତ ହେଲା ‘ଶତାଦ୍ଦୀର ଓଡିଶା’ କର୍ମଶାଳା

ଭୁବନେଶ୍ବର: ଆଜି ଫୋରମ୍ ଫର୍ ସ୍ମାର୍ଟ ସିଟିଜେନ୍ସ’ ଓ ‘ସଂକଳ୍ପ’ର ସହଯୋଗରେ  ‘ଶତାବ୍ଦୀର ଓଡ଼ିିଶା’ ଶୀର୍ଷକ ଏକ ଦୁଇ ଦିନିଆ କନ୍‌କ୍ଲେଭ୍ ଆୟୋଜିତ ହୋଇଛି । ଏହାକୁ ଓଡ଼ିିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଇନଫୋକସିଟିରେ ସଂକଳ୍ପ ମିଡିଆ ଆଣ୍ଡ କନ୍‌ଭେନସନରେ ଉଦ୍‌ଘାଟନ କରିଥିଲେ। ଦୁଇଦିନ ଧରି ଏହି କର୍ମଶାଳା ଆୟୋଜିତ ହେବ।

‘ଫୋରମ୍ ଫର୍ ସ୍ମାର୍ଟ ସିଟିଜେନ୍ସ’ର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ  ବିଜୟ କୁମାର ପଟ୍ଟନାୟକ କହିଛନ୍ତି ଯେ, ୧୯୩୬ରେ ନୂଆ ଓଡ଼ିଶା ଜନ୍ମ ଗ୍ରହଣ କରିଥିଲା । ୨୦୩୬ରେ ୧୦୦ ବର୍ଷ ପୂର୍ଣ୍ଣ ହେବ । ଏଇ ବକେୟା ଚଉଦ ବର୍ଷ ଭିତରେ ରାଜ୍ୟ ପାଇଁ ଏକ ‘ଭିଜନ୍ ଡକ୍ୟୁମେଣ୍ଟ’ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ।

ଓଡ଼ିଶା ପାଇଁ ଆମକୁ ଏବେଠାରୁ ଚିନ୍ତା କରିବାକୁ ପଡ଼ିବ। ଶହେ ବର୍ଷ ପରେ ଇତିହାସ ପୁଣି କେମିତି ଲେଖାଯିବ ସେନେଇ ଚିନ୍ତା କରିବାକୁ ପଡ଼ିବ ବୋଲି ବିଜୟ କହିଥିଲେ। ସ୍ବପ୍ନ ବିନା କୌଣସି ଜାତି ଉନ୍ନତି କରିପାରେନା। ପ୍ରକୃତି ଆମକୁ ସବୁ ଦେଇଛି। ତାହାର ଉପଯୋଗ ହେବା ଦରକାର।

ଦୁଇ ଦିନିଆ ଏହି କର୍ମଶାଳାରେ କୃଷି, ଶିକ୍ଷା, ସାମାଜିକ ପ୍ରସଂଗ, ଏମଏସଏମଇ, ଷ୍ଟାଟଅପ ଏବଂ ପର୍ଯ୍ୟଟନ ଉପରେ ଆଲୋଚନା କରାଯିବ। ଏଥିରେ ରାଜ୍ୟ ଖ୍ୟାତାନାମା ଗବେଷକ ତଥା ବିଶେଷଜ୍ଞ ସେମାନଙ୍କରନ ମନତ ରଖିବେ।