Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଫ୍ରାନ୍ସର ବିଶିଷ୍ଟ ଯୋଗ ଶିକ୍ଷୟିତ୍ରୀ ଶାର୍ଲୋଟ ଶପିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁଲାଇ ୧୪ରେ ଫ୍ରାନ୍ସର ବିଶିଷ୍ଟ ଶିକ୍ଷୟିତ୍ରୀ ଶାର୍ଲୋଟ ଶପିନଙ୍କୁ୍ ପ୍ୟାରିସରେ ଭେଟଛନ୍ତି।

ଯୋଗ ଉପରେ ଶପିନଙ୍କ ଗଭୀର ବିଶ୍ୱାସ ଏବଂ ଫ୍ରାନ୍ସରେ ଯୋଗର ପ୍ରସାର ପାଇଁ ତାଙ୍କ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ଯୋଗ କିପରି ସାମଗ୍ରିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ସହ ଖୁସି ଆଣିପାରିବ ତାହା ଉପରେ ଶପିନ୍ ତାଙ୍କ ମତ ରଖିଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଯୋଗୁ ଯୋଗ ପ୍ରତି ଆଗ୍ରହ ବଢ଼ିଥିବା ସେମାନେ ଆଲୋଚନା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ୟାରିସରେ ସିଇଓ ଫୋରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ପ୍ୟାରିସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମିଳିତ ଭାବରେ ୧୪ ଜୁଲାଇ ୨୦୨୩ ରେ ପ୍ୟାରିସର କ୍ୱାଇ ଦେ ଅର୍ସେ ଠାରେ ଭାରତୀୟ ଏବଂ ଫ୍ରାନ୍ସର ସିଇଓ ମାନଙ୍କୁ ସମ୍ବୋଧିତ କରିଛନ୍ତି।

ଏହି ଫୋରମରେ ବିମାନ ଚଳାଚଳ, ଉତ୍ପାଦନ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ଶକ୍ତି ସହିତ ବିଭିନ୍ନ କ୍ଷେତ୍ରର ସିଇଓମାନେ ଉପସ୍ଥିତ ରହିଥିଲେ।

ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ପ୍ରୋତ୍ସାହିତ କରିବାରେ ଏହି ଶିଳ୍ପପତିମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି। ଅକ୍ଷୟ ଶକ୍ତି, ଷ୍ଟାର୍ଟଅପ୍, ଫାର୍ମା, ଆଇଟି, ଡିଜିଟାଲ୍ ପେମେଣ୍ଟ ଏବଂ ଭିତ୍ତିଭୂମି ତଥା ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ସିଇଓମାନଙ୍କୁ ଭାରତରେ ପୁଞ୍ଜି ବିନିଯୋଗର ସୁଯୋଗର ବ୍ୟବହାର କରିବାକୁ ଏବଂ ଭାରତର ଅଭିବୃଦ୍ଧି କାହାଣୀର ଏକ ଅଂଶ ହେବାକୁ ଉତ୍ସାହିତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଫ୍ରାନ୍ସ ସିନେଟ ଅଧ୍ୟକ୍ଷଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁଲାଇ ୧୩ରେ ଫ୍ରାନ୍ସ ସିନେଟ ଅଧ୍ୟକ୍ଷ ଜେରାଡ ଲର୍ଚରଙ୍କୁ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଫ୍ରାନ୍ସ ସହଭାଗିତାର ଆଧାର ଭାବେ ‘ଗଣତନ୍ତ୍ର, ସ୍ୱାଧୀନତା ଏବଂ ସମାନତା’ ଉପରେ ଫୋକସ କରିଥିଲେ।

ଆଲୋଚନାରେ ଜି-୨୦କୁ ନେଇ ଭାରତର ପ୍ରାଥମିକତା, ଟେକ୍ନୋଲୋଜିର ବ୍ୟବହାରରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦୁଇ ସଦନ ମଧ୍ୟରେ ସହଯୋଗ ସମେତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ପରସ୍ପରର ମଙ୍ଗଳକୁ ଗୁରୁତ୍ୱ ଦିଆଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଫ୍ରାନ୍ସ ଗଣରାଜ୍ୟର ପ୍ୟାରିସ ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୩, ୨୦୨୩ ଅପରାହ୍ନରେ ପ୍ୟାରିସ ଠାରେ ପହଞ୍ଚିଛନ୍ତି।

ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବର୍ନ ବିମାନ ବନ୍ଦର ଠାରେ ସ୍ୱତନ୍ତ୍ର ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଔପଚାରିକ ଭାବେ ସ୍ୱାଗତ କରାଯିବା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାସ୍ତିଲ ଦିବସ ପରେଡରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏହି ଗସ୍ତ ଭାରତ- ଫ୍ରାନ୍ସ ରଣନୈତିକ ଭାଗିଦାରୀର ୨୫ ବର୍ଷ ପୂର୍ତ୍ତି ସମାରୋହର ମଧ୍ୟ ପ୍ରତୀକ।

Categories
ଆଜିର ଖବର ଜାତୀୟ ଖବର

ଫ୍ରାନ୍ସ ଠାରୁ ୨୬ ରାଫେଲ୍‌ ସାମୁଦ୍ରିକ ଯୁଦ୍ଧ ବିମାନ ଓ ୩ ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସ ଠାରୁ ୨୬ ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ଓ ୩ ଟି ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ଯୁଦ୍ଧ ବିମାନ ଓ ବୁଡ଼ାଜାହାଜ କିଣାଯିବା ସମେତ ତିନୋଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ୨୬ ଟି ରାଫେଲ୍‌ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ଲାଗି ଆବଶ୍ୟକତାର ମଞ୍ଜୁରି ବା ଆସେପ୍ଟାନ୍ସ ଅଫ୍‌ ନେସେସିଟୀ (ଏଓଏନ)କୁ ଡିଏସିର ମଞ୍ଜୁରି ମିଳିଛି। ରାଫେଲ ସାମୁଦ୍ରିକ ଯୁଦ୍ଧବିମାନ ସହିତ ସହାୟକ ଉପକରଣ, ଯୁଦ୍ଧାସ୍ତ୍ର, ସିମୁଲେଟର, ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ କିଣାଯିବ।

ସେହିପରି ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଦସ୍ତାବିଜ ପ୍ରସ୍ତୁତ କରିବା, ଯୁଦ୍ଧବିମାନ ଚାଳନା ପାଇଁ ପ୍ରଶିକ୍ଷଣ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସ ସହାୟତା ଭାରତୀୟ ନୌସେନାକୁ ଯୋଗାଇ ଦିଆଯିବ।

ଏଥିପାଇଁ ଭାରତ ସରକାର ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏକ ଆନ୍ତଃ-ସରକାରୀ ରାଜିନାମା (ଆଇଜିଏ) ସ୍ୱାକ୍ଷରିତ ହୋଇଛି। ଅନ୍ୟ ଦେଶମାନଙ୍କ ଦ୍ୱାରା ବିକ୍ରି କରାଯାଉଥିବା ସମାନ ଧରଣର ଯୁଦ୍ଧବିମାନର ତୁଳନାତ୍ମକ କ୍ରୟ ମୂଲ୍ୟ ସମେତ ସମସ୍ତ ପ୍ରାସଙ୍ଗିକ ଦିଗକୁ ଧ୍ୟାନରେ ରଖି ଫ୍ରାନ୍ସ ସରକାରଙ୍କ ସହିତ ରାଫେଲ ଯୁଦ୍ଧ ବିମାନର ଦର ଏବଂ ଅନ୍ୟ ସର୍ତ୍ତାବଳୀକୁ ନେଇ ଆଲୋଚନା କରାଯିବ। ଆହୁରି, ବିଧିବଦ୍ଧ ଆଲୋଚନା ପରେ ଭାରତରେ ଡିଜାଇନ୍‌ ହୋଇଥିବା ସରଞ୍ଜାମ ଲଗାଇବା ଏବଂ ବିଭିନ୍ନ ବ୍ୟବସ୍ଥା ପାଇଁ ଭାରତରେ ରକ୍ଷଣାବେକ୍ଷଣ, ମରାମତି ଓ ପରିଚାଳନା (ଏମଆରଓ) କେନ୍ଦ୍ର ପ୍ରତିଷ୍ଠା ଆଦି ପ୍ରସ୍ତାବକୁ ଚୁକ୍ତି ଦସ୍ତାବିଜରେ ସାମିଲ କରାଯିବ।

ଅନ୍ୟପକ୍ଷରେ କ୍ରୟ (ଭାରତୀୟ) ବର୍ଗରେ ତିନୋଟି ଅତିରିକ୍ତ ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହଜ କିଣିବା ଲାଗି ଏଓଏନ୍‌କୁ ଡିଏସିର ମଞ୍ଜୁରି ମିଳିଛି। ମଜଗାଓଁ ଡକ୍‌ ଶିପ୍‌ ବିଲ୍ଡର୍ସ ଲିମିଟେଡ୍‌ (ଏମଡିଏଲ) ଦ୍ୱାରା ଏସବୁ ବୁଡ଼ାଜାହଜ ନିର୍ମାଣ କରାଯିବ। ଅଧିକ ସ୍ୱଦେଶୀ ଉପକରଣ ସହିତ ଅତିରିକ୍ତ ବୁଡ଼ାଜାହାଜ କିଣାଯିବା ଦ୍ୱାରା ଭାରତୀୟ ନୌସେନା ପାଇଁ ପ୍ରତିରକ୍ଷାସ୍ତରୀୟ ଏବଂ ପରିଚାଳନାଗତ ପ୍ରସ୍ତୁତିକୁ ବଜାୟ ରଖିବାରେ ସହାୟତା ମିଳିବ। ସେହିପରି ଘରୋଇ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ମଧ୍ୟ ଏମଡିଏଲକୁ ନିଜର କ୍ଷମତା ବୃଦ୍ଧି କରିବା ଓ ବୁଡ଼ାଜାହାଜ ନିର୍ମାଣ ଅଭିଜ୍ଞତା ହାସଲ କରିବାରେ ସହାୟକ ହେବ।

ଏହାବ୍ୟତୀତ ପୁଞ୍ଜି ଅଧିଗ୍ରହଣ ମାମଲାଗୁଡ଼ିକର ସବୁ ବର୍ଗରେ ଆବଶ୍ୟକ ସ୍ୱଦେଶୀ ଉପାଦାନ ଯୋଡ଼ିବା ଲକ୍ଷ୍ୟ ହାସଲ ପାଇଁ ମାର୍ଗଦର୍ଶିକା ନିର୍ଦ୍ଧାରଣ କରିବା ପ୍ରସ୍ତାବକୁ ମଧ୍ୟ ଡିଏସି ଅନୁମୋଦନ କରିଛି। ଏହା ସ୍ୱଦେଶୀ ନିର୍ମାଣ ଜରିଆରେ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ପ୍ରଯୁକ୍ତି ଓ ପ୍ରତିରକ୍ଷା ପ୍ଲାଟଫର୍ମ ଉପକରଣର ଦୀର୍ଘସ୍ଥାୟିତ୍ୱ ବଜାୟ ରଖିବା କ୍ଷେତ୍ରରେ ‘ଆତ୍ମନିର୍ଭରଶୀଳତା’ ହାସଲ କରିବାରେ ସହାୟକ ହେବ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଏବଂ ୟୁଏଇ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସରକାରୀ ଗସ୍ତରେ ଯାଉଛନ୍ତି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌‍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଆଜିଠୁ ପ୍ୟାରିସ ଗସ୍ତ କରୁଛନ୍ତି। ଆସନ୍ତାକାଲି ବଷ୍ଟିଲ୍ ଡେ ପ୍ୟାରେଡରେ ପ୍ରଧାନମନ୍ତ୍ରୀ ସମ୍ମାନିତ ଅତିଥି ଭାବରେ ଯୋଗଦେବେ, ଯେଉଁଠାରେ ଭାରତୀୟ ସଶସ୍ତ୍ର ବାହିନୀ ପକ୍ଷରୁ ତିନିଟି ଦଳ ଅଂଶଗ୍ରହଣ କରୁଛନ୍ତି।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନ୍‌‍ଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିବେ। ରାଷ୍ଟ୍ରପତି ମାକ୍ରୋନ୍ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ସରକାରୀ ଭୋଜି ସହିତ ଏକ ବ୍ୟକ୍ତିଗତ ରାତ୍ରୀଭୋଜନର ମଧ୍ୟ ଆୟୋଜନ କରିବେ।

ପ୍ରଧାନମନ୍ତ୍ରୀ ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କ ସହିତ ସିନେଟ ଏବଂ ଫ୍ରାନ୍ସର ନେସନାଲ ଆସେମ୍ଳିର ସଭାପତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେ ଫ୍ରାନ୍ସରରେ ଥିବା ପ୍ରବାସୀ ଭାରତୀୟ, ଭାରତୀୟ ଏବଂ ଫରାସୀ କମ୍ପାନୀର ସିଇଓ ଏବଂ ଫ୍ରାନ୍ସର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ପୃଥକ ଭାବରେ ଆଲୋଚନା କରିବେ।

ଚଳିତ ବର୍ଷ ଭାରତ – ଫ୍ରାନ୍ସ ରଣନୀତିକ ସହଯୋଗର ୨୫ ତମ ବାର୍ଷିକୀ ପାଳନ କରାଯାଉଛି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଭବିଷ୍ୟତ ପାଇଁ ରଣନୀତିକ, ସାଂସ୍କୃତିକ, ବୈଜ୍ଞାନିକ, ଶିକ୍ଷା ଏବଂ ଅର୍ଥନୈତିକ ସହଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ସହଭାଗିତାର ରୂପରେଖ ପ୍ରସ୍ତୁତ କରିବାର ସୁଯୋଗ ପ୍ରଦାନ କରିବ।

ଏହା ପରେ ପ୍ରଧାନମନ୍ତ୍ରୀ ଜୁଲାଇ ୧୫ ତାରିଖରେ ଆବୁଧାବି ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ମହମ୍ମଦ ବିନ୍‍ ଜାୟେଦ ଅଲ ନାହ୍ୟାନଙ୍କ ସହିତ ଆଲୋଚନା କରିବେ। ଭାରତ-ୟୁଏଇର ବ୍ୟାପକ ରଣନୀତିକ ଭାଗିଦାରୀ କ୍ରମାଗତ ଭାବରେ ମଜବୁତ ହୋଇଛି ଏବଂ ଶକ୍ତି, ଶିକ୍ଷା, ସ୍ୱାସ୍ଥ୍ୟସେବା, ଖାଦ୍ୟ ନିରାପତ୍ତା, ଫିନଟେକ୍‌, ପ୍ରତିରକ୍ଷା ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ଏହାକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏକ ସୁଯୋଗ ହେବ। ଏହା ମଧ୍ୟ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ସହଯୋଗ ଉପରେ ଆଲୋଚନା କରିବାର ଏକ ସୁଯୋଗ ହେବ, ବିଶେଷକରି ୟୁଏନଏଫସିସିର ସିଓପି-୨୮ ର ୟୁଏଇର ରାଷ୍ଟ୍ରପତି ଏବଂ ଭାରତର ଜି -୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଯେଉଁଥିରେ ୟୁଏଇ ଏକ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଅଟେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜୁଲାଇ ୧୩ ରୁ ୧୫ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ରୁ ୧୫ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସରକାରୀ ଗସ୍ତରେ ଯିବେ।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌‍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ୧୩ ରୁ ୧୪ ଜୁଲାଇ ୨୦୨୩ ପ୍ୟାରିସ ଗସ୍ତ କରିବେ। ୧୪ ଜୁଲାଇ ୨୦୨୩ ରେ ବଷ୍ଟିଲ୍ ଡେ ପ୍ୟାରେଡରେ ପ୍ରଧାନମନ୍ତ୍ରୀ ସମ୍ମାନିତ ଅତିଥି ଭାବରେ ଯୋଗଦେବେ, ଯେଉଁଠାରେ ଭାରତୀୟ ସଶସ୍ତ୍ର ବାହିନୀ ପକ୍ଷରୁ ତିନିଟି ଦଳ ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନ୍‌‍ଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିବେ। ରାଷ୍ଟ୍ରପତି ମାକ୍ରୋନ୍ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ସରକାରୀ ଭୋଜି ସହିତ ଏକ ବ୍ୟକ୍ତିଗତ ରାତ୍ରୀଭୋଜନର ମଧ୍ୟ ଆୟୋଜନ କରିବେ।

ପ୍ରଧାନମନ୍ତ୍ରୀ ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କ ସହିତ ସିନେଟ ଏବଂ ଫ୍ରାନ୍ସର ନେସନାଲ ଆସେମ୍ଳିର ସଭାପତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେ ଫ୍ରାନ୍ସରରେ ଥିବା ପ୍ରବାସୀ ଭାରତୀୟ, ଭାରତୀୟ ଏବଂ ଫରାସୀ କମ୍ପାନୀର ସିଇଓ ଏବଂ ଫ୍ରାନ୍ସର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ପୃଥକ ଭାବରେ ଆଲୋଚନା କରିବେ।

ଚଳିତ ବର୍ଷ ଭାରତ – ଫ୍ରାନ୍ସ ରଣନୀତିକ ସହଯୋଗର ୨୫ ତମ ବାର୍ଷିକୀ ପାଳନ କରାଯାଉଛି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଭବିଷ୍ୟତ ପାଇଁ ରଣନୀତିକ, ସାଂସ୍କୃତିକ, ବୈଜ୍ଞାନିକ, ଶିକ୍ଷା ଏବଂ ଅର୍ଥନୈତିକ ସହଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ସହଭାଗିତାର ରୂପରେଖ ପ୍ରସ୍ତୁତ କରିବାର ସୁଯୋଗ ପ୍ରଦାନ କରିବ।

ଏହା ପରେ ପ୍ରଧାନମନ୍ତ୍ରୀ ଜୁଲାଇ ୧୫ ରେ ଆବୁଧାବି ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମାନ୍ୟବର ଶେଖ ମହମ୍ମଦ ବିନ୍‍ ଜାୟେଦ ଅଲ ନାହ୍ୟାନଙ୍କ ସହିତ ଆଲୋଚନା କରିବେ। ଭାରତ-ୟୁଏଇର ବ୍ୟାପକ ରଣନୀତିକ ଭାଗିଦାରୀ କ୍ରମାଗତ ଭାବରେ ମଜବୁତ ହୋଇଛି ଏବଂ ଶକ୍ତି, ଶିକ୍ଷା, ସ୍ୱାସ୍ଥ୍ୟସେବା, ଖାଦ୍ୟ ନିରାପତ୍ତା, ଫିନଟେକ୍‌, ପ୍ରତିରକ୍ଷା ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ଏହାକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏକ ସୁଯୋଗ ହେବ। ଏହା ମଧ୍ୟ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ସହଯୋଗ ଉପରେ ଆଲୋଚନା କରିବାର ଏକ ସୁଯୋଗ ହେବ, ବିଶେଷକରି ୟୁଏନଏଫସିସିର ସିଓପି-୨୮ ର ୟୁଏଇର ରାଷ୍ଟ୍ରପତି ଏବଂ ଭାରତର ଜି -୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଯେଉଁଥିରେ ୟୁଏଇ ଏକ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଅଟେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଫ୍ରାନ୍ସର ଆନେସି ଆନ୍ତର୍ଜାତୀୟ ଆନିମେସନ୍ ମହୋତ୍ସବରେ ଭାରତର ସୃଜନଶୀଳ ଅର୍ଥନୀତି ପ୍ରଦର୍ଶିତ

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନେସି ଇଣ୍ଟରନେସନାଲ ଆନିମେସନ୍ ଫେଷ୍ଟିଭାଲ୍ (ଏଆଇଏଏଫ୍‍) ରେ ଭାରତ ଅଂଶଗ୍ରହଣ କରିଛି। ସୂଚନା ଏବଂ ପ୍ରସାରଣ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ରାଙ୍କ ନେତୃତ୍ୱରେ ଏକ ଭାରତୀୟ ପ୍ରତିନିଧୀଦଳ ଆନିମେସନ୍ ଶିଳ୍ପର ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କ ସହିତ ଏଆଇଏଫ୍ ଠାରେ ବିଶ୍ୱ ଶ୍ରୋତାମାନଙ୍କ ପାଇଁ ଆନିମେସନ୍ ଏବଂ ଭିଏଫଏକ୍ସ ବିଷୟବସ୍ତୁ ସୃଷ୍ଟି କରିବାରେ ଭାରତର କ୍ଷମତା ପ୍ରଦର୍ଶନ କରୁଛନ୍ତି।

 

ଭାରତ ସମ୍ପ୍ରତି ଭିଏଫ୍‍ଏକ୍ସ ର ଏକ ପସନ୍ଦର ଗନ୍ତବ୍ୟସ୍ଥଳ ଏବଂ ବିଶ୍ୱ ଉତ୍ପାଦନ କ୍ଷେତ୍ର ପାଇଁ ଆନିମେସନ୍ ବିଷୟବସ୍ତୁ ଭାବରେ ଉଭା ହୋଇଛି। ଭାରତରେ ଆନିମେସନ୍ ଏବଂ ଭିଏଫଏକ୍ସ ବଜାରର ମୂଲ୍ୟ ୨୦୨୧ ମସିହାରେ ୧୦୯ ବିଲିୟନ ଡ଼ଲାର ମୂଲ୍ୟାଙ୍କନ କରାଯାଇଥିଲା ଏବଂ କେବଳ ଭିଏଫଏକ୍ସ ବ୍ୟବସାୟରେ ୫୦ ବିଲିୟନ ଟଙ୍କା ରହିଥିଲା। ଇଆଣ୍ଡୱାଇ ରିପୋର୍ଟ ଅନୁଯାୟୀ ଏହି ସଂଖ୍ୟା ୨୦୨୪ ସୁଦ୍ଧା ୧୮୦ ବିଲିୟନ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଆନେସିରେ ଭାରତର ଅଂଶଗ୍ରହଣ ଅଧିକ ଗୁରୁତ୍ୱ ବହନ କରେ କାରଣ ଦେଶ ଆନ୍ତର୍ଜାତୀୟ କ୍ରେତାମାନଙ୍କୁ ଏହି କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରୁଛି।

ଭାରତର ଅଂଶଗ୍ରହଣ ବିଷୟରେ ଶ୍ରୀ ଚନ୍ଦ୍ରା କହିଛନ୍ତି, ଭାରତରେ ଆନିମେସନ୍‌, ଗେମିଂ, ଭିଜୁଆଲ୍ ଇଫେକ୍ଟସ୍ ଏବଂ କମିକ୍ସ (ଏଭିଜିସି) କ୍ଷେତ୍ର ବିଶ୍ୱ ସ୍ତରୀୟ କୌଶଳ ଏବଂ ଅଭିନବ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ସହିତ ଅତ୍ୟନ୍ତ ପ୍ରତିଭାଶାଳୀ ବୃତ୍ତିଧାରୀଙ୍କ ଏକ ଗୋଷ୍ଠି ସହିତ ମିଶି ଏ କ୍ଷେତ୍ରରେ ଅଗ୍ରଗତି କରୁଛି। ଭାରତ ବିଶ୍ୱର କେତୋଟି ହାତଗଣତି ରାଷ୍ଟ୍ର ମଧ୍ୟରେ ରହିଛି ଯିଏକି ଭାରତରେ ଏଭିସିଜି ବିଷୟବସ୍ତୁ ତିଆରି ପାଇଁ ବିଦେଶୀ କମ୍ପାନୀମାନଙ୍କୁ ନଗଦ ପ୍ରୋତ୍ସାହନ ଯୋଗାଇ ଦେଉଛି। ଏହି ପ୍ରୋତ୍ସାହନ ଭାରତରେ ଚଳଚ୍ଚିତ୍ର ସୁଟିଂ ପାଇଁ ମଧ୍ୟ ପ୍ରଦାନ କରାଯାଉଛି। କମ୍ପାନୀଗୁଡିକ ଲାଗି ଏଥିରୁ ଲାଭ ପାଇବା ପାଇଁ ଏହା ଏକ ବଡ଼ ସୁଯୋଗ। ଗୋଟିଏ ଦେଶ ଭାବରେ, ଆମେ ଶିଳ୍ପକୁ ପ୍ରୋତ୍ସାହନ ସହିତ ଭାରତରେ ଚଳଚିତ୍ର ପ୍ରସ୍ତୁତି ପୂର୍ବ ଏବଂ ପରବର୍ତ୍ତୀ ପ୍ରୋତ୍ସାହନ  ଯୋଗାଇବା ପାଇଁ ପ୍ରତିବଦ୍ଧ।

ଏହି ଉତ୍ସବରେ ଶ୍ରୀ ଚନ୍ଦ୍ରା ଏଆଇଏଫ୍ ର ନିର୍ଦ୍ଦେଶକ ମାଇକେଲ୍ ମାରିନଙ୍କୁ ଭେଟିଥିଲେ ଏବଂ ଆନେସିରେ ଭାରତର ଯୋଗଦାନକୁ ମଜବୁତ କରିବାର ସମ୍ଭାବନା ଏବଂ ଭାରତରେ ଏକ ଆନିମେସନ୍ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସହଯୋଗର ସମ୍ଭାବନା ଉପରେ ଆଲୋଚନା କରିଥିଲେ। ଚନ୍ଦ୍ରା ସରସ୍ୱତୀ ଯନ୍ତ୍ରର ବିଷୟବସ୍ତୁ ଆଧାରରେ ଡିଜାଇନ୍ ହୋଇଥିବା ଇଣ୍ଡିଆ ପାଭିଲିୟନର ଉଦଘାଟନ କରିଥିଲେ ଏବଂ ୨୦୨୩ ମସିହାରେ ସମ୍ମାନଜନକ ଆନେସି ମହୋତ୍ସବ ପ୍ରତିଯୋଗିତାରେ ପ୍ରବେଶ ପାଇଁ ଜିତିଥିବା ଭାରତୀୟ ସୃଜନ ସମ୍ପ୍ରଦାୟ ସହିତ ମଧ୍ୟ ଆଲୋଚନା କରିଥିଲେ।

ଏହି ଉତ୍ସବରେ ଚଳଚିତ୍ର ଶିଳ୍ପ ଜଗତର ଯୁବ ପ୍ରସ୍ତୁତକର୍ତ୍ତା ଅରବିନ୍ଦ ଜୀନା, ନିକିତା ପ୍ରଭୁଦେଶାଇ ଜୀନା, ଉପମନ୍ୟୁ ଭଟ୍ଟାଚାର୍ଯ୍ୟ, କଳ୍ପ ସାଙ୍ଗଭୀଙ୍କ ସମେତ ସରସ୍ୱତୀ ଭାନି ବାଲଗମ୍‌, କିରୀଟ ଖୁରାନା, ବିରେନ ଘୋଷ, ଅନିଲ ୱାନଭାରୀ ଏବଂ ଆନ୍ ଦୋସିଙ୍କ ପରି ବରିଷ୍ଠଙ୍କ ମାନେ ଉପସ୍ଥିତ ଥିଲେ।

ଏହା ବ୍ୟତୀତ ଶ୍ରୀ ଚନ୍ଦ୍ରା ଅନ୍ୟ ଦେଶର ପ୍ରତିନିଧୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏଭିସିଜି କ୍ଷେତ୍ର ସମ୍ବନ୍ଧରେ ମନ୍ତ୍ରଣାଳୟର ବିଭିନ୍ନ ପଦକ୍ଷେପ, ଏହି ବ୍ୟବସାୟରେ ସହଜତା ପାଇଁ ଭାରତ ସରକାର ଦେଇଥିବା ପ୍ରୋତ୍ସାହନକୁ ନେଇ ଆଲୋଚନା ହୋଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଫ୍ରାନ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଜାତୀୟ ପ୍ୟାରେଡରେ ସ୍ୱତନ୍ତ୍ର ଅତିଥି ଭାବେ ଦେବେ ଯୋଗ

ନୂଆଦିଲ୍ଲୀ: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ମଜବୁତ ହେଉଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୪ ତାରିଖରେ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ବଷ୍ଟିଲ ଡେ ପ୍ୟାରେଡରେ ଯୋଗଦେବେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଭାରତ-ଫ୍ରାନ୍ସର ରଣନୀତିକ ଭାଗିଦାରୀର ୨୫ ବର୍ଷ ପୂରଣ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଙ୍କୁ ବଷ୍ଟିଲ୍ ଡେ ପରେଡରେ ଯୋଗଦେବାକୁ ନିମନ୍ତ୍ରଣ ଗ୍ରହଣ କରିଛନ୍ତି।

ମାକ୍ରୋନ୍ ଏହା ଉପରେ ଖୁସି ବ୍ୟକ୍ତ କରିଥିଲେ। ପିଏମ ମୋଦୀଙ୍କ ସହ ଏକ ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ପ୍ରିୟ ନରେନ୍ଦ୍ର, ମୁଁ ଜୁଲାଇ ୧୪ ତାରିଖ ପରେଡର ସମ୍ମାନିତ ଅତିଥି ଭାବରେ ପ୍ୟାରିସରେ ଆପଣଙ୍କୁ ସ୍ୱାଗତ କରି ବହୁତ ଖୁସି ହେବି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଗସ୍ତ ରଣନୀତି, ସାଂସ୍କୃତିକ, ବୈଜ୍ଞାନିକ ଏବଂ ଅର୍ଥନୈତିକ ସହଯୋଗ ପାଇଁ ନୂତନ ତଥା ଉଚ୍ଚାଭିଳାଷୀ ଲକ୍ଷ୍ୟ ସ୍ଥିର କରି ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀକୁ ପରବର୍ତ୍ତୀ ସ୍ତରକୁ ନେଇଯିବ ବୋଲି ଆଶା କରାଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।

ବଷ୍ଟିଲ୍ ଡେ କ’ଣ?:

ଫ୍ରାନ୍ସରେ, ଜୁଲାଇ ୧୪ ତାରିଖ ୧୭୮୯ ରେ, ଲୋକମାନେ ବଷ୍ଟିଲ୍ ଉପରେ ଆକ୍ରମଣ କରିଥିଲେ (ରାଜତନ୍ତ୍ର ସହିତ ଜଡିତ)। ଏହା ପରେ ଫରାସୀ ବିପ୍ଳବ ଆରମ୍ଭ ହେଲା। ଏହି କାରଣରୁ, ଫ୍ରାନ୍ସ ଇତିହାସରେ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ସେବେଠାରୁ ଏହାକୁ ଏଠାରେ ଜାତୀୟ ଦିବସ ଭାବେ ପାଳନ କରାଯାଏ।

Categories
ଆଜିର ଖବର ଜାତୀୟ ଖବର

ସମୁଦ୍ରରେ ଚୀନ୍‌କୁ କଡା ଜବାବ ଦେବ ଭାରତ!, ୩ ମେଡ୍ ଇନ୍ ଇଣ୍ଡିଆ ବୁଡ଼ାଜାହାଜ କିଣିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଫ୍ରାନ୍ସ ସହଯୋଗରେ ନିର୍ମିତ ତିନୋଟି ଡିଜେଲ ଚାଳିତ ଆକ୍ରମଣ ବୁଡ଼ାଜାହାଜ କିଣିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ନୌସେନା ଶୀଘ୍ର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ସହିତ ଯୋଗାଯୋଗ କରିପାରେ। ଏୟାର ଇଣ୍ଡିପେଣ୍ଡେଣ୍ଟ ଅପରେଟେଡ୍ (AIP) ଏହି ବୁଡ଼ାଜାହାଜଗୁଡିକ ମଝଗାଓଁ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ ରେ ନିର୍ମାଣ କରାଯିବ।

ସୂଚନା ଅନୁଯାୟୀ, ଭାରତୀୟ ନୌସେନାର ବିଶେଷ ଆବଶ୍ୟକତା ଉପରେ ଆଧାର କରି ତିନୋଟି ଏଆଇପି ବୁଡ଼ାଜାହାଜ ନିର୍ମାଣ ପାଇଁ ଚୁକ୍ତିନାମା MDL କୁ ଦିଆଯିବ। ଭାରତୀୟ ନୌସେନା ପାଇଁ MDL ପୂର୍ବରୁ ୬ ଟି ଫ୍ରେଞ୍ଚ ସ୍କର୍ପେନ-ଆଧାରିତ କଲଭାରୀ ଶ୍ରେଣୀର ବୁଡ଼ାଜାହାଜ ନିର୍ମାଣ କରିସାରିଛି। ଏଥି ସହିତ, INS ଭାଗଶୀର ମାର୍ଚ୍ଚ ୨୦୨୪ ପୂର୍ବରୁ ନୌସେନାରେ ପ୍ରବେଶ କରିବେ ବୋଲି ଆଶା କରାଯାଉଛି।

ତିନୋଟି ବୁଡ଼ାଜାହାଜରେ ଫିଟ୍ ହୋଇଥିବା AIP କୁ DRDO ଦ୍ୱାରା ବିକଶିତ ହେବ। ଫ୍ରାନ୍ସର ନାଭାଲ୍ ଗ୍ରୁପ୍ ଏହାକୁ ପରୀକ୍ଷା କରିବ। ପରୀକ୍ଷା ପରେ, ଏହି AIP କୁ ବୁଡା ଜାହାଜରେ ସ୍ଥାପିତ ହେବ। ଫ୍ରାନ୍ସ ସହ ମିଳିତ ସହଯୋଗରେ ଭାରତ ତିନୋଟି ଆଣବିକ ଚାଳିତ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସଜିତ ବୁଡ଼ାଜାହାଜ ସହିତ ଏହାର ବୁଡ଼ାଜାହାଜକୁ ନବୀକରଣ କରିବାକୁ ଚାହୁଁଛି।

ଆଣବିକ ଆକ୍ରମଣ ବୁଡ଼ାଜାହାଜ ହାସଲ କରିବାର ନିଷ୍ପତ୍ତି ପ୍ରକ୍ରିୟାଗତ ସମୟ ନେଇପାରେ। ରୁଷ ସହିତ ଚୁକ୍ତି ଅନୁଯାୟୀ ୨୦୨୫ ମସିହାରେ ପୂର୍ବରୁ ଲିଜ୍ ହୋଇଥିବା INS ଚକ୍ର ବଦଳରେ ଭାରତ ଆଣବିକ ଆକ୍ରମଣ ବୁଡ଼ାଜାହାଜ ପାଇବ ବୋଲି ଆଶା କରାଯାଉଛି। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ବହୁ ପୂର୍ବରୁ ଭାରତ ଋଷ ସହିତ ଏହି ଚୁକ୍ତି କରିଥିଲା।

ପଡୋଶୀ ଚୀନ୍ ମଧ୍ୟ ସମୁଦ୍ରରେ ଭାରତ ପାଇଁ ଏକ ବଡ଼ ଆହ୍ଵାନ। ଆଠଟି ଆଣବିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ଏବଂ ୧୨ ଟି ଶ୍ୟାଙ୍ଗ ଏବଂ ହାନ୍ ଶ୍ରେଣୀର ଆଣବିକ ଚାଳିତ ଆକ୍ରମଣ ବୁଡ଼ାଜାହାଜ ସହିତ ଚୀନ୍ ନିଜର ସାମରିକ ଜାହାଜକୁ ମଜବୁତ କରିଛି। ଏହି ସମୟରେ, ପିପୁଲ୍ସ ଲିବରେସନ୍ ଆର୍ମିର ଦୁଇଟି ବିମାନ ପରିବହନକାରୀଙ୍କ ସହିତ ତୃତୀୟଟି ମଧ୍ୟ ପ୍ରସ୍ତୁତ ହେବାକୁ ଯାଉଛି, ଯାହା ଶୀଘ୍ର ସମୁଦ୍ରରେ ପାଟ୍ରୋଲିଂ ଆରମ୍ଭ କରିପାରେ। ଏଭଳି ପରିସ୍ଥିତିରେ ଭାରତକୁ ସମୁଦ୍ରରେ ଏକ ବଡ଼ ପ୍ରତିରକ୍ଷା ପ୍ରସ୍ତୁତି ମଧ୍ୟ ରଖିବାକୁ ପଡ଼ିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏୟାର ଇଣ୍ଡିଆ ଏବଂ ଏୟାରବସ୍ ମଧ୍ୟରେ ୨୫୦ ବିମାନ ଚୁକ୍ତି, ଜାଣନ୍ତୁ ଏହାକୁ ନେଇ କ’ଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ସମ୍ମିଳନୀ ମାଧ୍ୟମରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟ ମଧ୍ୟରେ ନ୍ୟୁ ଏୟାର ଇଣ୍ଡିଆ-ଏୟାରବସ୍ ମଧ୍ୟରେ ୨୫୦ ବିମାନର ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, “ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ପ୍ରତିଫଳିତ କରିବା ସହିତ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ସଫଳତା ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରିଥାଏ। ସେ ଏୟାର ଇଣ୍ଡିଆ ଏବଂ ଏୟାରବସ୍ ସହିତ ମଧ୍ୟ ଚୁକ୍ତି ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ରାଷ୍ଟ୍ରପତି ମାକ୍ରନ୍ ଙ୍କ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମର ରିଜିଓନାଲ କନେକ୍ଟିଭିଟି ସ୍କିମ (ଉଦାନ) ମାଧ୍ୟମରେ ଦେଶର ଦୂରଦୂରାନ୍ତର ମଧ୍ୟ ବାୟୁ ସଂଯୋଗ ଦ୍ୱାରା ସଂଯୋଗ କରାଯାଉଛି, ଯାହା ଲୋକଙ୍କ ଆର୍ଥିକ ତଥା ସାମାଜିକ ବିକାଶରେ ସହାୟକ ହେଉଛି। ସେ ସୂଚନା ଦେଇଛନ୍ତି ଯେ, ଭାରତର ‘ମେକ୍ ଇନ୍ ଇଣ୍ଡିଆ – ମେକ୍ ଫର୍ ୱାର୍ଲ୍ଡ’ ଦର୍ଶନ ଅଧୀନରେ ଏରୋସ୍ପେସ୍ ଉତ୍ପାଦନରେ ଅନେକ ନୂତନ ସୁଯୋଗ ଖୋଲୁଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲରେ ଫ୍ରାନ୍ସ: ବିଶ୍ଵ କପ ପାଇଁ ଲିଓନନ୍ ମେସିଙ୍କ ଦଳ ସହ ହେବ ଲଢେଇ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ଫ୍ରାନ୍ସ ମୋରୋକୋକୁ ୨-୦ରେ ପରାସ୍ତ କରିଛି। ଏହିପରି ଭାବେ ଫ୍ରାନ୍ସ ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ଏହାପୂର୍ବରୁ ଫ୍ରାନ୍ସ ଫିଫା ବିଶ୍ୱକପ ୨୦୧୮ ଜିତିଥିଲା। ଫିଫା ବିଶ୍ୱକପ-୨୦୨୨ରେ ଫ୍ରାନ୍ସ ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ଉଭା ହୋଇଛି। ଏଥି ସହିତ ଫ୍ରାନ୍ସ ଚତୁର୍ଥ ଥର ପାଇଁ ଫିଫା ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଫାଇନାଲରେ ଫ୍ରାନ୍ସ ବିରୋଧରେ ଲିଓନନ୍ ମେସିଙ୍କ ଦଳ ଆର୍ଜେଣ୍ଟିନା ଲଢେଇ କରିବ। ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଅନ୍ତିମ ମ୍ୟାଚ୍ ଡିସେମ୍ବର ୧୭ ତାରିଖରେ ଖେଳାଯିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଫିଫା ବିଶ୍ୱକପ ୨୦୨୨: ଜାଣନ୍ତୁ ସେମିଫାଇନାଲ କେବେ ଏବଂ କାହା ମଧ୍ୟରେ ହେବ ମ୍ୟାଚ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ-୨୦୨୨ର ଅନ୍ତିମ-୪ ଟିମ ସ୍ଥିର ହୋଇଛି। କ୍ୱାର୍ଟର ଫାଇନାଲ ଶେଷ ହୋଇଛି ଏବଂ ବର୍ତ୍ତମାନ ସେମିଫାଇନାଲର ପର୍ଯ୍ୟାୟ ପାଖେଇ ଆସୁଛି। ଇଂଲଣ୍ଡ ଏବଂ ପର୍ତ୍ତୁଗାଲ ପରି ବଡ ଦଳ କ୍ୱାର୍ଟର ଫାଇନାଲରେ ହାରିଯାଇଛନ୍ତି ଏବଂ ସେମାନଙ୍କର ଯାତ୍ରା ଶେଷ ହୋଇଛି। ଆସନ୍ତୁ ଜାଣିବା କେଉଁ ଦଳ ସେମିଫାଇନାଲରେ ପହଞ୍ଚିଛନ୍ତି ଏବଂ କିଏ କାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି?

କ୍ରୋଏସିଆ, ଆର୍ଜେଣ୍ଟିନା, ମୋରୋକୋ ଏବଂ ଫ୍ରାନ୍ସର ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବ୍ରାଜିଲ ବିପକ୍ଷରେ ଏକ ବଡ଼ ଖେଳ ପ୍ରଦର୍ଶନ କରୁଥିବା କ୍ରୋଏସିଆ ପେନାଲ୍ଟି ସୁଟଆଉଟରେ ମ୍ୟାଚ ଜିତିଥିଲା। ନେଦରଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ଏକ ସୁଟଆଉଟକୁ ଯାଇ ଆର୍ଜେଣ୍ଟିନା ଜିତିଥିଲା। ମୋରୋକୋ ପର୍ତ୍ତୁଗାଲ ବିପକ୍ଷରେ ବହୁତ ଭଲ ପ୍ରଦର୍ଶନ କରିଥିଲା ​​ଏବଂ ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଆଫ୍ରିକୀୟ ଦଳ ଭାବେ ୧-୦ରେ ଜିତିଲା। ଏକ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଫ୍ରାନ୍ସ ପୁନର୍ବାର ବିଜୟ ହାସଲ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲା।

ସେମିଫାଇନାଲ୍ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ:

ପ୍ରଥମ ସେମିଫାଇନାଲରେ ଆର୍ଜେଣ୍ଟିନା ଏବଂ କ୍ରୋଏସିଆ ମଧ୍ୟରେ ଲଢେଇ ହେବାକୁ ଯାଉଛି। ଏହି ମ୍ୟାଚ୍ ଡିସେମ୍ବର ୧୪ ତାରିଖରେ ଭାରତୀୟ ସମୟ ରାତି ୧୨.୩୦ ରେ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲ ଡିସେମ୍ବର ୧୫ ତାରିଖରେ ରାତି ୧୨.୩୦ରେ ଫ୍ରାନ୍ସ ଏବଂ ମୋରୋକୋ ମଧ୍ୟରେ ଖେଳାଯିବ। ଗତଥର ଭଳି କ୍ରୋଏସିଆ ମଧ୍ୟ ଏଥର ଫାଇନାଲକୁ ଯିବାକୁ ନଜର ରଖିଥିବାବେଳେ ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ସବୁ ଶକ୍ତି ଲଗାଇ ଟାଇଟଲର ନିକଟତର ହେବାକୁ ଚେଷ୍ଟା କରୁଛି।

ଫ୍ରାନ୍ସ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି, ପ୍ରତ୍ୟେକ ଥର ଇତିହାସ ବଦଳାଇଛି ଏବଂ ସେମାନେ ଶକ୍ତିଶାଳୀ ମରକ୍କୋ ପ୍ରତିରକ୍ଷାକୁ ଭାଙ୍ଗି କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିବାକୁ ଚେଷ୍ଟା କରିବେ। ଅନ୍ୟପକ୍ଷରେ, ପ୍ରତ୍ୟେକ ମିନିଟ୍ ମରକ୍କୋ ପାଇଁ ଇତିହାସ ଲେଖିବା ପାଇଁ ଏକ ସୁଯୋଗ ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବ୍ରିଟେନ ପରେ UNSC ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲା ଫ୍ରାନ୍ସ, ଜାଣନ୍ତୁ କ’ଣ କହିଲା

ନୂଆଦିଲ୍ଲୀ: ବ୍ରିଟେନ ପରେ ଫ୍ରାନ୍ସ ମଧ୍ୟ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ଗଠନ ପାଇଁ ଭାରତ, ଜର୍ମାନୀ, ଜାପାନ ଏବଂ ବ୍ରାଜିଲ ପାଇଁ ଫ୍ରାନ୍ସ ନିଜର ସମର୍ଥନକୁ ଦୋହରାଇଛି।

ଜାତିସଂଘର ଫ୍ରାନ୍ସର ଉପ ପ୍ରତିନିଧୀ ନଥାଲି ବ୍ରଡହର୍ଷ୍ଟ ଏଷ୍ଟିଭଲ ଶୁକ୍ରବାର ଦିନ ସୁରକ୍ଷା ପରିଷଦ ସଂସ୍କାର ଉପରେ UNSC ର ବାର୍ଷିକ ବିତର୍କକୁ ସମ୍ବୋଧିତ କରି କହିଛନ୍ତି ଯେ, ସ୍ଥାୟୀ ଆସନ ପାଇଁ ଜର୍ମାନୀ, ବ୍ରାଜିଲ, ଭାରତ ଏବଂ ଜାପାନର ସ୍ଥାୟୀ ସଦସ୍ୟ ଭାବରେ ଫ୍ରାନ୍ସ ବିଚାର କରୁଛି। ସେ କହିଛନ୍ତି ଯେ, ସ୍ଥାୟୀ ସଦସ୍ୟ ପରିଷଦ ଆଫ୍ରିକା ଦେଶ ଠାରୁ ଫ୍ରାନ୍ସ ଅଧିକ ପ୍ରତିନିଧିତ୍ୱ ଚାହୁଁଛି, କାରଣ ଭୌଗଳିକ ପ୍ରତିନିଧିତ୍ୱ ନିଶ୍ଚିତ କରିବାକୁ ଅନେକ ସିଟ୍ ଭାଗ କରାଯିବା ଉଚିତ୍।

ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତାର ଗମ୍ଭୀରତାକୁ ଦୋହରାଇ ଫ୍ରାନ୍ସ କହିଛି ଯେ, ଭିଟୋ ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ। ୟୁଏନଏସସିରେ ଏଷ୍ଟିଭଲ ଜୋର କରି କହିଛନ୍ତି ଯେ, ଏହା ଉପରେ ନିଷ୍ପତ୍ତି ନେବା ପାଇଁ ସ୍ଥାୟୀ ଆସନ ମାଗିଥିବା ଦେଶ ଉପରେ ନିର୍ଭର କରେ।

ଫ୍ରାନ୍ସ ପୂର୍ବରୁ ବ୍ରିଟେନ ମଧ୍ୟ UNSC ର ସ୍ଥାୟୀ ସଦସ୍ୟତା ପାଇଁ ମଧ୍ୟ ସମର୍ଥନ ଦେଇଥିଲା। ମିଳିତ ଜାତିସଂଘରେ ବ୍ରିଟେନର ରାଷ୍ଟ୍ରଦୂତ ବାରବରା ଉଡୱର୍ଡ କହିଛନ୍ତି ଯେ, ଜର୍ମାନୀ, ଜାପାନ ଏବଂ ବ୍ରାଜିଲ ପାଇଁ ଭାରତ ସ୍ଥାୟୀ ଆସନ ଏବଂ ପରିଷଦରେ ସ୍ଥାୟୀ ଆଫ୍ରିକୀୟ ପ୍ରତିନିଧିତ୍ୱକୁ ସମର୍ଥନ କରେ।

ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଦାବି:

ବର୍ତ୍ତମାନ ଜାତିସଂଘ ସୁରକ୍ଷା ପରିଷଦର କେବଳ ପାଞ୍ଚଜଣ ସ୍ଥାୟୀ ସଦସ୍ୟ ଅଛନ୍ତି। ଏଥି ମଧ୍ୟରେ ଆମେରିକା, ଋଷ, ଚୀନ୍, ଫ୍ରାନ୍ସ ଏବଂ ବ୍ରିଟେନ ଅନ୍ତର୍ଭୁକ୍ତ। ବିଶ୍ଵର ଜନସଂଖ୍ୟା, ଅର୍ଥନୀତି ଏବଂ ନୂତନ ଭୌଗଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ସ୍ଥାୟୀ ସଦସ୍ୟ ଦେଶ ସଂଖ୍ୟା ବୃଦ୍ଧି ପାଇଁ ଦାବି ରହିଆସିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ ଦୀର୍ଘ ଦିନ ଧରି ଦାବି କରିଆସୁଛି। ବର୍ତ୍ତମାନ ଅନେକ ୟୁରୋପୀୟ ଦେଶ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦୀର୍ଘ ୮ ହଜାର କିଲୋମିଟରର ଲମ୍ବା ଉଡାଣ ପରେ ଭାରତରେ ପହଞ୍ଚିଲା ପଞ୍ଚମ ବ୍ୟାଚର ରାଫେଲ ବିମାନ

ନୂଆଦିଲ୍ଲୀ: ଆଜି ଫ୍ରାନ୍ସରୁ ପଞ୍ଚମ ବ୍ୟାଚର ରାଫେଲ ବିମାନ ଭାରତକୁ ଆସିଛି। ଫ୍ରାନ୍ସରୁ ଦୀର୍ଘ ୮ ହଜାର କିଲୋମିଟର ଦୂରତା ଅତିକ୍ରମ କରି ଆଜି ଏହି ଲଢୁଆ ବିମାନ ଭାରତରେ ପହଞ୍ଚିଛି। ବାୟୁସେନା ପକ୍ଷରୁ ଏନେଇ ସୂଚନା ମିଳିଛି। କିନ୍ତୁ ଆଜି କେତୋଟି ରାଫେଲ ବିମାନ ଭାରତକୁ ଆସିଛି, ଏନେଇ ବାୟୁସେନା ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ। ହେଲେ ୪ ଟି ରାଫେଲ ବିମାନ ଭାରତକୁ ଆସିଛି ବୋଲି ଶୁଣିବାକୁ ମିଳିଛି।

ଉଡାଣ ସମୟରେ ଫ୍ରାନ୍ସ ଏବଂ ୟୁନାଇଟେଡ ଆରବ ଏମିରେଟ୍ସର ବାୟୁସେନା ଏହି ବିମାନରେ ଇନ୍ଧନ ଯୋଗାଇଥିଲେ ବୋଲି ବାୟୁସେନା ସୂଚନା ଦେଇଛି। ସେଥିପାଇଁ ଦୁଇ ଦେଶର ବାୟୁସେନାକୁ ଭାରତୀୟ ବାୟୁସେନା ଧନ୍ୟବାଦ ଜଣାଇଛି।

Categories
ଆଜିର ଖବର ଜାତୀୟ ଖବର

ଖୁବ ଶୀଘ୍ର ଆସିବ ଆଉ ୧୦ ଟି ରାଫେଲ ବିମାନ: ବଢିବ ଭାରତୀୟ ବାୟୁ ସେନାର ଶକ୍ତି

ନୂଆଦିଲ୍ଲୀ: ଭାରତକୁ ଏକ ମାସ ଭିତରେ ଫ୍ରାନ୍ସରୁ ଆଉ ୧୦ ଟି ରାଫେଲ ବିମାନ ମିଳିବ। ଏହା ଦ୍ଵାରା ଭାରତୀୟ ବାୟୁ ସେନାର ଶକ୍ତି ଆହୁରି ବଢିବ।

ଏହି ୧୦ ଟି ଲଢୁଆ ବିମାନ ପରେ ଦେଶରେ ମୋଟ ରାଫେଲ ବିମାନ ସଂଖ୍ୟା ୨୧କୁ ବୃଦ୍ଧି ହେବ। ପ୍ରଥମେ ତିନୋଟି ରାଫେଲ ବିମାନ ଦୁଇ ତିନି ଦିନରେ ଆସିବ। ଏହି ଲଢୁଆ ବିମାନ ସିଧା ଫ୍ରାନ୍ସରୁ ବାହାରି ଭାରତରେ ପହଞ୍ଚିବ। ସେହିଭଳି ବାକି ୭-୮ ବିମାନ ଆସନ୍ତା ମାସ ଶେଷ ସପ୍ତାହ ବେଳକୁ ଭାରତ ଆସିବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଟିକାକାରଣରେ ଫ୍ରାନ୍ସ ଏବଂ ଆମେରିକାକୁ ଅତିକ୍ରମ କଲା ଭାରତ: ମାତ୍ର ୨୦ ଦିନରେ ଦେଇଛି ୪୦ ଲକ୍ଷ ଟିକା

ନୂଆଦିଲ୍ଲୀ: ଭାରତ କରୋନା ଟିକାକାରଣରେ ଫ୍ରାନ୍ସ ଏବଂ ଆମେରିକାକୁ ଅତିକ୍ରମ କରିଛି। ଭାରତ ଫେବୃୟାରି ୨ ତାରିଖ ପର୍ଯ୍ୟନ୍ତ ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ଟିକା ଦେବାରେ ସଫଳ ହୋଇଛି। ଜାନୁୟାରୀ ୧୬ରୁ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଫ୍ରାନ୍ସ ଏବଂ ଆମେରିକାକୁ ୪୦ ଲକ୍ଷ ଟିକା ଦେବା ପାଇଁ ୩୯ ଦିନ ଲାଗିଥିବା ବେଳେ ଭାରତ ମାତ୍ର ୨୦ ଦିନରେ ଏହି ସଂଖ୍ୟାରେ ପହଞ୍ଚିସାରିଛି।

ସରକାରୀ ସୂଚନା ଅନୁଯାୟୀ, ଦେଶରେ ୨ ଫେବୃୟାରୀ ସୁଦ୍ଧା ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ବୁଧବାର ଦିନ ସାରା ଦେଶରେ ପ୍ରାୟ ୨,୪୮,୬୬୨ ଜଣଙ୍କୁ ଟିକା ଦିଆଯାଇଛି। ଏହା ପଞ୍ଜିକରଣ କରାଇଥିବା ଲୋକଙ୍କ ମଧ୍ୟରୁ ୪୭ ପ୍ରତିଶତ ବୋଲି କୁହାଯାଇଛି। ଦେଶରେ ମଧ୍ୟପ୍ରଦେଶରେ ସର୍ବାଧିକ ୬୯.୪ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ରାଜସ୍ଥାନରେ ୬୪.୭ ପ୍ରତିଶତଲୋକ ଟିକା ନେଇଛନ୍ତି। ସେହିପରି ମହାରାଷ୍ଟ୍ରରେ ଟିକା ନେବା ଲାଗି ପଞ୍ଜିକୃତ ୯,୩୬,୮୫୭ଜଣଙ୍କ ମଧ୍ୟରୁ କେବଳ ୩୪ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଏପର୍ଯ୍ୟନ୍ତ ଟିକା ନେଇପାରିଛନ୍ତି।