Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫ୍ରାନ୍ସ ଠାରୁ ୨୬ ରାଫେଲ୍‌ ସାମୁଦ୍ରିକ ଯୁଦ୍ଧ ବିମାନ ଓ ୩ ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ
ଜାତୀୟ ଖବର

ଫ୍ରାନ୍ସ ଠାରୁ ୨୬ ରାଫେଲ୍‌ ସାମୁଦ୍ରିକ ଯୁଦ୍ଧ ବିମାନ ଓ ୩ ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ

July 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଫ୍ରାନ୍ସ ଠାରୁ ୨୬ ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ଓ ୩ ଟି ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ଯୁଦ୍ଧ ବିମାନ ଓ ବୁଡ଼ାଜାହାଜ କିଣାଯିବା ସମେତ ତିନୋଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ୨୬ ଟି ରାଫେଲ୍‌ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ଲାଗି ଆବଶ୍ୟକତାର ମଞ୍ଜୁରି ବା ଆସେପ୍ଟାନ୍ସ ଅଫ୍‌ ନେସେସିଟୀ (ଏଓଏନ)କୁ ଡିଏସିର ମଞ୍ଜୁରି ମିଳିଛି। ରାଫେଲ ସାମୁଦ୍ରିକ ଯୁଦ୍ଧବିମାନ ସହିତ ସହାୟକ ଉପକରଣ, ଯୁଦ୍ଧାସ୍ତ୍ର, ସିମୁଲେଟର, ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ କିଣାଯିବ।

ସେହିପରି ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଦସ୍ତାବିଜ ପ୍ରସ୍ତୁତ କରିବା, ଯୁଦ୍ଧବିମାନ ଚାଳନା ପାଇଁ ପ୍ରଶିକ୍ଷଣ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସ ସହାୟତା ଭାରତୀୟ ନୌସେନାକୁ ଯୋଗାଇ ଦିଆଯିବ।

ଏଥିପାଇଁ ଭାରତ ସରକାର ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏକ ଆନ୍ତଃ-ସରକାରୀ ରାଜିନାମା (ଆଇଜିଏ) ସ୍ୱାକ୍ଷରିତ ହୋଇଛି। ଅନ୍ୟ ଦେଶମାନଙ୍କ ଦ୍ୱାରା ବିକ୍ରି କରାଯାଉଥିବା ସମାନ ଧରଣର ଯୁଦ୍ଧବିମାନର ତୁଳନାତ୍ମକ କ୍ରୟ ମୂଲ୍ୟ ସମେତ ସମସ୍ତ ପ୍ରାସଙ୍ଗିକ ଦିଗକୁ ଧ୍ୟାନରେ ରଖି ଫ୍ରାନ୍ସ ସରକାରଙ୍କ ସହିତ ରାଫେଲ ଯୁଦ୍ଧ ବିମାନର ଦର ଏବଂ ଅନ୍ୟ ସର୍ତ୍ତାବଳୀକୁ ନେଇ ଆଲୋଚନା କରାଯିବ। ଆହୁରି, ବିଧିବଦ୍ଧ ଆଲୋଚନା ପରେ ଭାରତରେ ଡିଜାଇନ୍‌ ହୋଇଥିବା ସରଞ୍ଜାମ ଲଗାଇବା ଏବଂ ବିଭିନ୍ନ ବ୍ୟବସ୍ଥା ପାଇଁ ଭାରତରେ ରକ୍ଷଣାବେକ୍ଷଣ, ମରାମତି ଓ ପରିଚାଳନା (ଏମଆରଓ) କେନ୍ଦ୍ର ପ୍ରତିଷ୍ଠା ଆଦି ପ୍ରସ୍ତାବକୁ ଚୁକ୍ତି ଦସ୍ତାବିଜରେ ସାମିଲ କରାଯିବ।

ଅନ୍ୟପକ୍ଷରେ କ୍ରୟ (ଭାରତୀୟ) ବର୍ଗରେ ତିନୋଟି ଅତିରିକ୍ତ ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହଜ କିଣିବା ଲାଗି ଏଓଏନ୍‌କୁ ଡିଏସିର ମଞ୍ଜୁରି ମିଳିଛି। ମଜଗାଓଁ ଡକ୍‌ ଶିପ୍‌ ବିଲ୍ଡର୍ସ ଲିମିଟେଡ୍‌ (ଏମଡିଏଲ) ଦ୍ୱାରା ଏସବୁ ବୁଡ଼ାଜାହଜ ନିର୍ମାଣ କରାଯିବ। ଅଧିକ ସ୍ୱଦେଶୀ ଉପକରଣ ସହିତ ଅତିରିକ୍ତ ବୁଡ଼ାଜାହାଜ କିଣାଯିବା ଦ୍ୱାରା ଭାରତୀୟ ନୌସେନା ପାଇଁ ପ୍ରତିରକ୍ଷାସ୍ତରୀୟ ଏବଂ ପରିଚାଳନାଗତ ପ୍ରସ୍ତୁତିକୁ ବଜାୟ ରଖିବାରେ ସହାୟତା ମିଳିବ। ସେହିପରି ଘରୋଇ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ମଧ୍ୟ ଏମଡିଏଲକୁ ନିଜର କ୍ଷମତା ବୃଦ୍ଧି କରିବା ଓ ବୁଡ଼ାଜାହାଜ ନିର୍ମାଣ ଅଭିଜ୍ଞତା ହାସଲ କରିବାରେ ସହାୟକ ହେବ।

ଏହାବ୍ୟତୀତ ପୁଞ୍ଜି ଅଧିଗ୍ରହଣ ମାମଲାଗୁଡ଼ିକର ସବୁ ବର୍ଗରେ ଆବଶ୍ୟକ ସ୍ୱଦେଶୀ ଉପାଦାନ ଯୋଡ଼ିବା ଲକ୍ଷ୍ୟ ହାସଲ ପାଇଁ ମାର୍ଗଦର୍ଶିକା ନିର୍ଦ୍ଧାରଣ କରିବା ପ୍ରସ୍ତାବକୁ ମଧ୍ୟ ଡିଏସି ଅନୁମୋଦନ କରିଛି। ଏହା ସ୍ୱଦେଶୀ ନିର୍ମାଣ ଜରିଆରେ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ପ୍ରଯୁକ୍ତି ଓ ପ୍ରତିରକ୍ଷା ପ୍ଲାଟଫର୍ମ ଉପକରଣର ଦୀର୍ଘସ୍ଥାୟିତ୍ୱ ବଜାୟ ରଖିବା କ୍ଷେତ୍ରରେ ‘ଆତ୍ମନିର୍ଭରଶୀଳତା’ ହାସଲ କରିବାରେ ସହାୟକ ହେବ।

ଡିଏସି ଫ୍ରାନ୍ସ ଭାରତ ରାଜନାଥ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.