Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ଆସୁଛି ଏକ ଲଘୁଚାପ, ବାତ୍ୟା ଆଡକୁ ଦେଉଛି ସଙ୍କେତ

ଭୁବନେଶ୍ବର: ବଙ୍ଗୋପ ସାଗରରେ ଆସୁଛି ଏକ ଲଘୁଚାପ। ଏହା ପୂର୍ବରୁ ସେଠାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ଏହାକୁ ନେଇ ପାଣିପାଗ ଗବେଷକମାନେ ଚିନ୍ତାରେ ଅଛନ୍ତି। କାରଣ ମେ ମାସରେ ବଙ୍ଗୋପ ସାଗରରେ ଲଘୁଚାପ ହେଲେ ତାହା ବାତ୍ୟା ସମ୍ଭାବନା ଥାଏ। ସେଥିପାଇଁ ଏହି ଲଘୁଚାପ ବାତ୍ୟା ରୂପ ନେବ କି କଣ ତାହା ଆଶଙ୍କା ସୃଷ୍ଟି କରିଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି। ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତି କାଳରେ ଏହା ଲଘୁଚାପ ହେବ ବୋଲି ଆଶଙ୍କା କରାଯାଇଛି।

Categories
Cyclone ବିଶେଷ ଖବର ରାଜ୍ୟ ଖବର

Cyclone Alert: ବାତ୍ୟା ନିଶ୍ଚିତ, ଆସିଲା ପାଞ୍ଚଦିନିଆ ଗତିବିଧିର ସମୟ, ଜାଣନ୍ତୁ କେଉଁଦିନ କଣ

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସ୍ପଷ୍ଟ ଅବପାତରେ ପରିଣତ ହୋଇଛି। ତେବେ ଆଜି ଦିନ ସୁଦ୍ଧା ଏହା ଗୋଟିଏ ସ୍ଥାନରେ ଘନିଭୂତ ହେବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହା ବର୍ତ୍ତମାନ ନିକୋବର ଦୀପପୁଞ୍ଜଠାରୁ ୧୭୦ କିମି ଦୂରରେ ରହିଛି। ସେହିପରି ଆଣ୍ଡାମାନ ଦୀପପୁଞ୍ଜଠାରୁ ଏହା ୩୦୦ କିମି, ବିଶାଖାପାଟନାମଠାରୁ ୧୨୭୦ କିମି ଏବଂ ପୁରୀଠାରୁ ୧୩୦୦ କିମି ଦୂରରେ ରହିଛି।

ଏହା ଉପରେ କ୍ଲିକ କରନ୍ତୁ ପଢନ୍ତୁ- ବଢିଲା ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ, ଜାଣନ୍ତୁ କେତେ

ଆସନ୍ତାକାଲି ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ ବୋଲି ଅନୁମାନ କରାଯାଇଛି। ତେବେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା ସୃଷ୍ଟି ହେବ। ଏହା ୧୦ ତାରିଖ ସନ୍ଧ୍ୟା ବେଳକୁ ଆନ୍ଧ୍ର ଏବଂ ଓଡିଶା ଉପକୂଳରେ ଛୁଇଁବ ବୋଲି ପାଣିପାଗ ବିଭାଗ କହିଛି।

ଏହାର ପ୍ରଭାବରେ ୧୦ ଏବଂ ୧୧ ତାରିଖ ଦୁଇଦିନ ଧରି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।୧୦ ତାରିଖରେ ଉପକୂଳ ଓଡିଶା ସହିତ ଗଜାମ, ଗଜପତି ଏବଂ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିପରି ୧୧ ତାରିଖରେ ଉପକୂଳ ଓଡିଶା ସହିତ ଗଂଜାମ, ଖୋର୍ଦ୍ଧା, ପୁରୀ, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ରହିଛି।

ଆହୁରି ପଢିବାକୁ ଏହା ଉପରେ କ୍ଲିକ କରନ୍ତୁ- ଆଇପିଏସ ହେଲେ ମଧ୍ୟ ପିନ୍ଧି ନ ଥିଲେ ପୋଲିସ ପୋଷାକ, କାହିଁକି ???

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନି ଯିବା ପାଇଁ ପରାମର୍ଶ ରହିଛି। ମୁଖ୍ୟତଃ ୯, ୧୦ ଏବଂ ୧୧ ତାରିଖରେ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ୧୧ ତାରିଖ ପରେ କେବେ ଯିବ ସେ ନେଇ ପାଣିପାଗ ପରାମର୍ଶକୁ ଅପେକ୍ଷା କରିବା ପାଇଁ କୁହାଯାଇଛି। ସେହିପରି ବନ୍ଦରଗୁଡିକରେ ଏକ ନମ୍ବର ବିପଦ ସଙ୍କେତ ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 17 ତାରିଖରେ ଆସୁଛି ଆଉ ଏକ ଲଘୁଚାପ, ପୁଣି ରାଜ୍ୟରେ ହେବ ଲଗାଣ ବର୍ଷା

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ତିନିଦିନ ଧରି ଲଗାଣ ବର୍ଷା ଥମି ନ ଥିବା ବେଳେ ପୁଣି ଏକ ଲଘୁଚାପ ଆସିବ। ଏ ନେଇ ପାଣିପାଗ ବିଭାଗ ତରଫରୁ ସତର୍କ କରାଯାଇଛି। ଏହି ଦିନ ଉତ୍ତର ବଙ୍ଗୋବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ଯାହା ଓଡିଶା ଏବଂ ପଶ୍ଚିମ ବଂଗ ଆଡକୁ ମୁହାଁଇବ ବୋଲି ଜଣାପଡିଛି।

ଏହାଦ୍ବାରା ମଧ୍ୟ ରାଜ୍ୟରେ କିଛିଦିନ ଧରି ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଓଡିଶା ସହିତ ପଶ୍ଚିମ ବଂଗରେ ମଧ୍ୟ ଏହାର ପ୍ରକୋପ ଦେଖାଦେବ। ତେବେ ଏହିର ଚିତ୍ର ଆସନ୍ତା କାଲି ସ୍ପଷ୍ଟ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ରବିବାର ଦିନ ପୁଣି ଏକ ଲଘୁଚାପ, ସାତୋଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱରପୁଣି ଆସନ୍ତା ୧୩ ତାରିଖରେ ବଙ୍ଗୋପ ସାଗରରେ  ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ୭ଟି ଜିଲ୍ଲାର କିଛି  ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି କହିଛି ଭୁବନେଶ୍ବର ପାଣିପାଗ ବିଭାଗ। ଏହି ୭ଟି ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କନ୍ଧମାଳ ଓ ଗଂଜାମ ଜିଲ୍ଲା। ସେହିପରି ୧୦ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସଆରସି ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି।