Cyclone Alert: ବାତ୍ୟା ନିଶ୍ଚିତ, ଆସିଲା ପାଞ୍ଚଦିନିଆ ଗତିବିଧିର ସମୟ, ଜାଣନ୍ତୁ କେଉଁଦିନ କଣ

Published: May 7, 2022, 6:39 pm IST

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସ୍ପଷ୍ଟ ଅବପାତରେ ପରିଣତ ହୋଇଛି। ତେବେ ଆଜି ଦିନ ସୁଦ୍ଧା ଏହା ଗୋଟିଏ ସ୍ଥାନରେ ଘନିଭୂତ ହେବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହା ବର୍ତ୍ତମାନ ନିକୋବର ଦୀପପୁଞ୍ଜଠାରୁ ୧୭୦ କିମି ଦୂରରେ ରହିଛି। ସେହିପରି ଆଣ୍ଡାମାନ ଦୀପପୁଞ୍ଜଠାରୁ ଏହା ୩୦୦ କିମି, ବିଶାଖାପାଟନାମଠାରୁ ୧୨୭୦ କିମି ଏବଂ ପୁରୀଠାରୁ ୧୩୦୦ କିମି ଦୂରରେ ରହିଛି।

ଏହା ଉପରେ କ୍ଲିକ କରନ୍ତୁ ପଢନ୍ତୁ- ବଢିଲା ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ, ଜାଣନ୍ତୁ କେତେ

ଆସନ୍ତାକାଲି ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ ବୋଲି ଅନୁମାନ କରାଯାଇଛି। ତେବେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା ସୃଷ୍ଟି ହେବ। ଏହା ୧୦ ତାରିଖ ସନ୍ଧ୍ୟା ବେଳକୁ ଆନ୍ଧ୍ର ଏବଂ ଓଡିଶା ଉପକୂଳରେ ଛୁଇଁବ ବୋଲି ପାଣିପାଗ ବିଭାଗ କହିଛି।

ଏହାର ପ୍ରଭାବରେ ୧୦ ଏବଂ ୧୧ ତାରିଖ ଦୁଇଦିନ ଧରି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।୧୦ ତାରିଖରେ ଉପକୂଳ ଓଡିଶା ସହିତ ଗଜାମ, ଗଜପତି ଏବଂ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିପରି ୧୧ ତାରିଖରେ ଉପକୂଳ ଓଡିଶା ସହିତ ଗଂଜାମ, ଖୋର୍ଦ୍ଧା, ପୁରୀ, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ରହିଛି।

ଆହୁରି ପଢିବାକୁ ଏହା ଉପରେ କ୍ଲିକ କରନ୍ତୁ- ଆଇପିଏସ ହେଲେ ମଧ୍ୟ ପିନ୍ଧି ନ ଥିଲେ ପୋଲିସ ପୋଷାକ, କାହିଁକି ???

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନି ଯିବା ପାଇଁ ପରାମର୍ଶ ରହିଛି। ମୁଖ୍ୟତଃ ୯, ୧୦ ଏବଂ ୧୧ ତାରିଖରେ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ୧୧ ତାରିଖ ପରେ କେବେ ଯିବ ସେ ନେଇ ପାଣିପାଗ ପରାମର୍ଶକୁ ଅପେକ୍ଷା କରିବା ପାଇଁ କୁହାଯାଇଛି। ସେହିପରି ବନ୍ଦରଗୁଡିକରେ ଏକ ନମ୍ବର ବିପଦ ସଙ୍କେତ ପ୍ରଦାନ କରାଯାଇଛି।

Related posts