ନୂଆଦିଲ୍ଲୀ, ଏଥର ବଜେଟରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ବ୍ୟବରାଦ କରାଯାଇଛି। ଏଥିସହିତ ଜଳ ଜୀବନ ମିଶନ ପାଇଁ ପାଖାପାଖି ତିନି କୋଟି ଟଙ୍କା ବ୍ୟବରାଦ କରାଯାଇଛି। ଏ ସଂପର୍କରେ ବିସ୍ତୁତ ତଥ୍ୟ
ସାର୍ବଜନୀନ ଜଳଯୋଗାଣ ପ୍ରସାର
- ଆସନ୍ତା ୫ ବର୍ଷ ପାଇଁ ୨,୮୭,୦୦୦ କୋଟି ଟଙ୍କା ବ୍ୟୟରେ ଜଳ ଜୀବନ ମିଶନ (ସହରାଞ୍ଚଳ) ଶୁଭାରମ୍ଭ କରାଯିବ ଏହାର ଲକ୍ଷ୍ୟ ହେବ :
- ୨.୮୬ କୋଟି ପରିବାରକୁ ଟ୍ୟାପ ପାଣି ଯୋଗାଇ ଦିଆଯିବ।
- ସମସ୍ତ ୪୩୭୮ ସହରାଞ୍ଚଳରେ ସାର୍ବଜନୀନ ଜଳ ଯୋଗାଣ
- ୫୦୦ ଅମୃତ ସହରରେ ତରଳ ଜଳ ପରିଚାଳନା
ସ୍ୱଚ୍ଛ ଭାରତ, ସ୍ୱସ୍ଥ ଭାରତ
- ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନ ୨.୦ ପାଇଁ ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ୧,୪୧,୬୭୮ କୋଟି ଟଙ୍କା
- ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ) ୨.୦ ଅନ୍ତର୍ଗତ ପ୍ରମୁଖ ହସ୍ତକ୍ଷେପ :
- ସମ୍ପୂର୍ଣ୍ଣ ମଳ ପରିଚାଳନା ଏବଂ ବର୍ଜ୍ୟ ଜଳ ପରିଚାଳନା
- ଉତ୍ସରୁ ଆବର୍ଜନା ପୃଥକୀକରଣ
- ସିଙ୍ଗଲ ୟୁଜ ପ୍ଲାଷ୍ଟିକ ହ୍ରାସ
- ନିର୍ମାଣ ଏବଂ ଭଗ୍ନ କାର୍ୟ୍ୟକଳାପ ଯୋଗୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁର ପ୍ରଭାବୀ ପରିଚାଳନା ଜରିଆରେ ବାୟୁ ପ୍ରଦୂଷଣ ହ୍ରାସ କରାଯିବ।
- ସମସ୍ତ ପୁରୁଣା ଡମ୍ପିଂ ସାଇଟଗୁଡିକର ବାୟୋରେଡିଏସନ୍
- ସ୍ୱଚ୍ଛ ବାୟୁ
- ବାୟୁ ପ୍ରଦୂଷଣର ମୁକାବିଲା ଲାଗି ୨୨୧୭ କୋଟି ଟଙ୍କା ବ୍ୟୟ କରାଯିବ। ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ୪୨ଟି କେନ୍ଦ୍ରରେ ଏହି ଅର୍ଥ ଖର୍ଚ୍ଚ କରାଯିବ।
ସ୍କାର୍ପିଂ ନୀତି
- ପୁରୁଣା ଏବଂ ଅନୁପଯୁକ୍ତ ଯାନଗୁଡିକୁ ନଷ୍ଟ କରିବା ପାଇଁ ସ୍ୱେଚ୍ଛାକୃତ ବାହନ ସ୍କ୍ରାପିଂ ନୀତି
- ଅଟୋମେଟେଡ ଫିଟନେସ କେନ୍ଦ୍ରରେ ଫିଟନେସ ପରୀକ୍ଷା:
- ବ୍ୟକ୍ତିଗତ ବାହନ କ୍ଷେତ୍ରରେ ୨୦ ବର୍ଷ ପରେ
- ବାଣିଜ୍ୟିକ ବାହାନ କ୍ଷେତ୍ରରେ ୧୫ ବର୍ଷ ପରେ
ଭୌତିକ ଏବଂ ଆର୍ଥିକ ପୁଞ୍ଜି ଓ ଭିତ୍ତିଭୂମି
ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା (ପିଏଲଆଇ)
- ୧୩ଟି କ୍ଷେତ୍ରରେ ପିଏଲଆଇ ଯୋଜନା ପାଇଁ ଆସନ୍ତା ୫ ବର୍ଷରେ ୧.୯୭ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ
- ଆତ୍ମନିର୍ଭର ଭାରତ ପାଇଁ ବିଶ୍ୱସ୍ତରୀୟ ଉତ୍ପାଦନ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ