ଆସିଲା କରୋନା ଟିକା ଖର୍ଚ୍ଚ, ବଜେଟ ଉପସ୍ଥାପନ ବେଳେ ଗୃହକୁ କହିଲେ ଅର୍ଥମନ୍ତ୍ରୀ, କେତେ ଜାଣନ୍ତି ?

Published: Feb 1, 2021, 12:34 pm IST

ନୂଆଦିଲ୍ଲୀ, ଭାରତ ତିଆରି ଦୁଇଟି କରୋନା ଟିକା ପ୍ରସ୍ତୁତିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା କାହାକୁ ଜଣା ନ ଥିଲା। କିଏ ହଜାର କୋଟି, କିଏ ଲକ୍ଷେ କୋଟି ବୋଲି କହୁଥିଲେ। ହେଲେ ଏହାର ସ୍ପଷ୍ଟିକରଣ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଗୃହରେ ବଜେଟ 21 ଉପସ୍ଥାପନ ବେଳେ ସେ କରୋନା ଟିକା ପ୍ରସ୍ତୁତି ବ୍ୟୟ ମଧ୍ୟ ଜଣାଇଛନ୍ତି। ସୀତାରମଣଙ୍କ ବଜେଟ ଭାଷଣ ଅନୁସାରେ ଭାରତରେ ପ୍ରସ୍ତୁତ ଦୁଇଟି କରୋନା ଟିକା ପାଇଁ 35 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସେହିପରି ଏଥର ସ୍ବାସ୍ଥ୍ୟ ବଜେଟ କଳେବର ବେଶ ବୃଦ୍ଧି ପାଇଛି। ବଜେଟ ଅନୁସାରେ ଚଳିତ ବଜେଟରେ 137 ପ୍ରତିଶତ ଅର୍ଥ ଗତ ବର୍ଷ ତୂଳନାରେ ଅଧିୃକ ବରାଦ କରାଯାଇଛି। ଚଳିତ ବଜେଟରେ 2.23 ଲକ୍ଷ କୋଟି ବ୍ୟୟ ବରାଦ କରାଯାଇଛି। ଚଳିତ ବର୍ଷ ଦେଶରେ 15ଟି ଜରୁରୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରାଯାଇଛି।

Related posts