Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ୟବସାୟଙ୍କୁ ଛୁରା ମାଡ କରି ୧ କେଜି ସୁନା ଆଉ ନଗଦ ୨୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ଵର: ରାଉଲକେଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାଉଲକେଲାର ଜଣେ ବ୍ୟବସାୟୀଙ୍କ ଠାରୁ ବଡ ଧରଣର ଲୁଟ ହୋଇଛି। ବ୍ୟବସାୟୀଜଣଙ୍କ କଲିକତାରୁ ସୁନା ନେଇ ରାଉଲକେଲା ଆସୁଥିବା ବେଳେ ଦୁର୍ବୃତ୍ତମାନେ ଛୁରା ମାଡ କରି ଲୁଟିନେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଜଣେ ବ୍ୟବସାୟୀ କଲିକତାରୁ ସୁନା କିଣି ଟ୍ରେନ ଯୋଗେ ରାଉଲକେଲା ଆସୁଥିଲେ। ସେ ରାଉଲକେଲା ଷ୍ଟେସନରେ ଓହ୍ଲାଇ ସ୍କୁଟି ଯୋଗେ ତାଙ୍କ ସହଯୋଗୀ ସହ ବାସନ୍ତୀ କଲୋନୀ ଯାଉଥିଲେ। ହେଲେ ରାସ୍ତାରେ ଲୁଟେରାମାନେ ତାଙ୍କୁ ଛୁରା ମାଡ କରି ତାଙ୍କ ଠାରୁ ସୁନା ସହ ନଗଦ ୨୦ ଲକ୍ଷ ଟଙ୍କା ଲୁଟିନେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ଗମ୍ଭାରୀମୁଣ୍ଡା ପର୍ଶୁରାମ ଜୁନିଅର କଲେଜରୁ ବଡ଼ ଧରଣର ଲୁଟ୍

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଜୁନିଅର କଲେଜ ପରିସରରୁ ଏକ ବଡ଼ ଧରଣର ଚୋରି ହୋଇଥିବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତ୍ରିରେ ଉକ୍ତ ଚୋରି ହୋଇଥିବାର ଜଣାପଡିଛି। କଲେଜ ପରିସରରେ ଦୁର୍ବୁତ୍ତମାନେ ମୁଖ୍ୟ ଫାଟକ ତାଲା ଭାଙ୍ଗି ପ୍ରବେଶ କରି ଏକାଧିକ କାର୍ଯ୍ୟାଳୟରୁ ଅନେକ ବୈଦ୍ୟୁତିକ ଉପକରଣ ଲୁଟି ନେଇଛନ୍ତି।

ଅଧ୍ୟକ୍ଷଙ୍କ କକ୍ଷ, ପ୍ରଶାସନିକ ବିଭାଗ କକ୍ଷର ତାଲା ଭାଙ୍ଗି ତନ୍ମଧ୍ୟରୁ ବହୁ ସାମାନ ଲୁଟି ନେଇଛନ୍ତି। ତତସହିତ କଲେଜ ସିସିଟିଭି ଓ ହାର୍ଡଡିସ୍କ ମଧ୍ୟ ଦୁର୍ବୁତ୍ତମାନେ ଲୁଟି ନେଇଛନ୍ତି। ତେବେ ଉକ୍ତ ଘଟଣା ଅଞ୍ଚଳରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଥିବା ବେଳେ ଅଧ୍ୟକ୍ଷଙ୍କ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ଏବଂ ନାଚୁଣୀ ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ ବଜାରରେ ବଡ଼ ଧରଣର ଲୁଟ: ଏଟିଏମ ଭାଙ୍ଗି ସମସ୍ତ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବଜାରରେ ଏକ ଏଟିଏମ ରୁ ବଡ଼ ଧରଣର ଲୁଟ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ନାଚୁଣୀ ବଜାର ଏଚଡ଼ିଏଫସି ବ୍ୟାଙ୍କ ଏଟିଏମରୁ ଦୁର୍ବୃତ୍ତମାନେ ମେସିନ ଭାଙ୍ଗି ତନ୍ମଧ୍ୟରୁ ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଏଚଡ଼ିଏଫସି ବ୍ୟାଙ୍କ ନୂଆଦିଲ୍ଲୀରୁ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କୁ ସୂଚନା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

ତେବେ ଅତ୍ୟାଧୁନିକ କୌଶଳସତ୍ତ୍ୱେ ଲୁଟେରାମାନେ କିପରି ଏଟିଏମ ଲୁଟିଲେ ଏବଂ ବ୍ୟାଙ୍କ ସିଗନାଲ ପାଇପାରିଲା ନାହିଁ, ତାହା ଆଶ୍ଚର୍ଯ୍ୟଜନକ ବିଷୟ। ଅଞ୍ଚଳବାସୀଙ୍କ କହିବା ମୁତାବକ ଲୁଟେରାମାନେ ଲୁଟ କରି ଫେରିବା ସମୟରେ ସ୍ଥାନୀୟ ଅଞ୍ଚଳର ରାତ୍ରି ଜଗୁଆଳିଙ୍କୁ ମଧ୍ୟ ମାରଧାର କରି ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ବାଣପୁର ପୋଲିସ ଉକ୍ତ ଏଟିଏମକୁ ନିଜ ହେପାଜତକୁ ନେଇଥିବା ବେଳେ କିଛି ସମୟରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।