Categories
ଆଜିର ଖବର ସ୍ବାସ୍ଥ୍ୟ

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ୧୨ ରୁ ୧୪ ବର୍ଷ ପିଲାଙ୍କୁ ଦିଆଯିବ କୋଭିଡ ଟିକା

ନୂଆଦିଲ୍ଲୀ: ୧୨ରୁ ୧୩ ବର୍ଷ ଏବଂ ୧୩ରୁ ୧୪ ବର୍ଷ ପିଲାମାନଙ୍କର କୋଭିଡ ୧୯ ଟିକାକରଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବୈଜ୍ଞାନିକ ସଂସ୍ଥାମାନଙ୍କ ସହିତ ଆବଶ୍ୟକ ବିଚାରବିମର୍ଶ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୬ ମାର୍ଚ୍ଚ ୨୦୨୨ ଠାରୁ ପିଲାମାନଙ୍କର ଟିକାକରଣ ଆରମ୍ଭ ହେବ। ୧୨ ବର୍ଷ ବୟସ ଟପି ସାରିଥିବା ଅର୍ଥାତ୍ ୨୦୦୮, ୨୦୦୯ ଏବଂ ୨୦୧୦ରେ ଜନ୍ମ ନେଇଥିବା ପିଲାମାନଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ହାଇଦ୍ରାବାଦସ୍ଥିତ ବାୟୋଲୋଜିକାଲ ଇ. ଲିମିଟେଡ ପକ୍ଷରୁ ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ ୧୯ ଟିକା ପିଲାମାନଙ୍କୁ ଦିଆଯିବ।

ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଜାରି ରହିଥିବା କୋଭିଡ ୧୯ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ୧୪ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ କୋଭିଡ ୧୯ ଟିକା ଦିଆଯାଉଛି।

୬୦ ବର୍ଷରୁ ଅଧିକ ବୟସର ଜନସଂଖ୍ୟାଙ୍କ ପାଇଁ କୋଭିଡ ୧୯ ବୁଷ୍ଟର ଡୋଜ୍ ଦିଆଯିବା ଲାଗି ପୂର୍ବବ୍ୟାଧି (କୋ-ମୋର୍ବଡିଟୀ) ସର୍ତ୍ତାବଳୀକୁ ଉଚ୍ଛେଦ କରିବା ଲାଗି ମଧ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେଣୁ ୧୬ ମାର୍ଚ୍ଚ, ୨୦୨୨ ପରଠାରୁ, ୬୦ ବର୍ଷରୁ ଅଧିକ ବୟସ୍କ ସବୁ ଲୋକମାନେ କୋଭିଡ ୧୯ର ବୁଷ୍ଟର ଡୋଜ୍ ଟିକା ନେଇପାରିବେ।

Categories
CBSE10TH CBSE12th ICSE10th ICSE12th StateBoard ବିଶେଷ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ ଏବଂ କଲେଜ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ତଳମୁହାଁ ହେବାରେ ଲାଗିଛି। ଦେଶରେ ସଂକ୍ରମଣ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଏହି ପ୍ରରିପ୍ରେକ୍ଷୀରେ ଦେଶରେ ଅନେକ ରାଜ୍ୟର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଓଡିଶାରେ କେବେ ସ୍କୁଲ ଖୋଲିବା ତାହାକୁ ନେଇ ପ୍ରଶ୍ନ ଉଠୁଥିଲା।

ତେବେ ରାଜ୍ୟ ସରକାର ଏହାକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ୭ ତାରିଖରୁ ସ୍କୁଲ ଏବଂ କଲେଜ ଖୋଲିବ ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। କୋଭିଡ୍‌ କଟକଣାକୁ କଠୋର ଭାବେ ପାଳନ କରାଯାଇ ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଆସନ୍ତା ୭ ତାରିଖରୁ ୮ମ ଶ୍ରେଣୀରୁ ଉପରକୁ ସବୁ ଶିକ୍ଷାନୁଷ୍ଠାନ ଖୋଲିବ ପାଇଁ ନିଷ୍ପତ୍ତି ହୋଇଛି।

ସ୍କୁଲ କଲେଜ୍‌ ସହ ହଷ୍ଟେଲ ମଧ୍ୟ ଖୋଲାଯିବ। ଏହା ସହିତ ରାଜ୍ୟର ସମସ୍ତ ପ୍ରଶିକ୍ଷଣ ଅନୁଷ୍ଠାନ ମଧ୍ୟ ଖୋଲିବ।

ସେହିଭଳି ଫେବୃଆରୀ ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ। କିନ୍ତୁ ସେଥିପାଇଁ ବାଧ୍ୟତାମୂଳକ ନୁହେଁ। ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ଛାତ୍ରଛାତ୍ରୀ ପାଠ ପଦ୍ଧବେ। ଛାତ୍ରଛାତ୍ରୀମାନେ ପସନ୍ଦ ମୁତାବକ ମାଧ୍ୟମ ବାଛିପାରିବେ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ବଢୁଛି ପ୍ରଦୂଷଣ!: ସ୍କୁଲ ଏବଂ ସରକାରୀ ଅଫିସ ବନ୍ଦ ରଖିବାକୁ ନିଷ୍ପତ୍ତି ନେଲା ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜି ଏକ ବୈଠକ ପରେ ସେ କହିଛନ୍ତି ଯେ, ସୋମବାର ଠାରୁ ଦିଲ୍ଲୀର ସମସ୍ତ ସ୍କୁଲ ଏକ ସପ୍ତାହ ପାଇଁ ବନ୍ଦ ରହିବ। ଏହା ବ୍ୟତୀତ ଦିଲ୍ଲୀର ସରକାରୀ କର୍ମଚାରୀମାନେ ଘରୁ କାମ କରିବେ।

ପ୍ରଦୂଷଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ, ଦିଲ୍ଲୀର ସମସ୍ତ ସ୍କୁଲ ସୋମବାର ଠାରୁ ଏକ ସପ୍ତାହ ପାଇଁ ବନ୍ଦ ରହିବ। ତଥାପି, ଏହି ସମୟରେ ଭର୍ଚୁଆଲ୍ କ୍ଲାସ୍ ଜାରି ରହିବ। ସେ କହିଛନ୍ତି ଯେ, ନଭେମ୍ବର ୧୪ ତାରିଖରୁ ୧୭ ତାରିଖ ମଧ୍ୟରେ ପବନ ପ୍ରବାହିତ ହେବ ନାହିଁ, ତେଣୁ ସେହି ସମୟରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଏହି ସମୟରେ ଆମର ଲକ୍ଷ୍ୟ ହେଉଛି ଦିଲ୍ଲୀର ଲୋକଙ୍କୁ ଆରାମ ଯୋଗାଇବା। ସମସ୍ତ ବିଭାଗର ଲୋକଙ୍କ ସହ ଏକ ବୈଠକ କରି ଚାରିଟି ନିଷ୍ପତ୍ତି ନିଆଯାଇଛି। କାହାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାର ଏହା ସମୟ ନୁହେଁ। ପ୍ରଦୂଷଣ ସ୍ତରକୁ ଦୃଷ୍ଟିରେ ରଖି ଲକଡାଉନ କରିବାକୁ ସୁପ୍ରିମକୋର୍ଟ ବିଚାର କରିବାକୁ କହିଥିଲେ। ଏହା ଉପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଉପରେ ଏକ ପ୍ରସ୍ତାବ ଦେଉଛନ୍ତି। ଆମେ ଆମର ପ୍ରସ୍ତାବକୁ ସୁପ୍ରିମକୋର୍ଟରେ ରଖିବୁ। କେନ୍ଦ୍ର ସରକାର ଏବଂ ସମସ୍ତ ଏଜେନ୍ସି ସହ କଥା ହେବା ପରେ ନିଷ୍ପତ୍ତି ନିଆଯିବ।

କେଜ୍ରିୱାଲ କହିଛନ୍ତି ଯେ, ଯଦି ପ୍ରଦୂଷଣ ଆହୁରି ବଢେ, ତେବେ ଦିଲ୍ଲୀରେ ସମସ୍ତ ଘରୋଇ ଯାନ, ନିର୍ମାଣ କାର୍ଯ୍ୟ, ପରିବହନ, ଶିଳ୍ପ କାର୍ଯ୍ୟକଳାପ ବନ୍ଦ ହୋଇପାରିବ। ସେ କହିଛନ୍ତି ଯେ, ଏହା କେବଳ ଏକ ପ୍ରସ୍ତାବ।

ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀ ଏନସିଆରରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଆଜି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ପରିସ୍ଥିତିକୁ ସୁଧାରିବା ପାଇଁ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି। ଯଦି ଆବଶ୍ୟକ ହୁଏ ତେବେ କିଛି ଦିନ ପାଇଁ ଦିଲ୍ଲୀରେ ତାଲା ପକାଇବାକୁ ମଧ୍ୟ ବିଚାର କରାଯିବା ଉଚିତ୍। ସମ୍ପୃକ୍ତ ରାଜ୍ୟ ସହ କଥା ହେବା ପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ସରକାର ଆଶ୍ୱାସନା ଦେଇଛନ୍ତି। ଏହା ପରେ କୋର୍ଟ ଶୁଣାଣି ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବଢାଇଲେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଏକ ବଡ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଣିକି ୮ ହଜାର ୭୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୧୦ ହଜାର ୧୦୦ ଟଙ୍କା ଦରମା ମିଳିବ। ୮ହଜାର ୩ ଶହ ୯୦ ଟଙ୍କା ଦରମା ପାଉଥିବା କର୍ମଚାରୀମାନେ ୧୦ ହଜାର ୫୦୦ ଟଙ୍କା, ୮ ହଜାର ୭୫୦ ଟଙ୍କା ପାଉଥିବା କର୍ମଚାରୀମାନେ ୧୦ ହଜାର ୯୦୦ ଟଙ୍କା ପାଇବେ।

ସେହିଭଳି ୮ ହଜାର ୮୮୦ ଟଙ୍କା ଦରମା ପାଉଥିବା କର୍ମଚାରୀଙ୍କ ଦରମା ୧୧ ହଜାର ୧୦୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ୯ ହଜାର ଟଙ୍କା ରୁ ୧୧ ହଜାର ୨୦୦ ଟଙ୍କା, ୯ ହଜାର ୨୫୦ ଟଙ୍କାରୁ ୧୧ ହଜାର ୫୦୦ ଟଙ୍କା, ୯ ହଜାର ୫୦୦ ଟଙ୍କାରୁ ୧୧ ହଜାର ୯୦୦ ଟଙ୍କା, ୧୦ ହଜାର ଟଙ୍କାରୁ ୧୨ ହଜାର ୫୦୦ ଟଙ୍କା ଓ ୧୬ ହଜାର ୮୮୦ ଟଙ୍କାରୁ ୨୧ ହଜାର ୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ବୃଦ୍ଧି କରିବାକୁ ଅର୍ଥ ବିଭାଗ ନିଷ୍ପତ୍ତି ନେଇଛି।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ନିଷ୍ପତ୍ତି: ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ

ଭୁବନେଶ୍ବର: ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି ଏବଂ ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଥିବା ଅନେକ ପିଲା ତଥା ସହାୟତା ଆବଶ୍ୟକତା କରୁଥିବା ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ବତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀଏହି ନିଷ୍ପତ୍ତି ନେଇଛନ୍ତି।

ଏହିସବୁ ପୋଲିସ ଷ୍ଟେସନରେ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବ। ଏହିସବୁ ଥାନାରେ ସ୍ବତନ୍ତ୍ର ଲୋଗୋ ଓ ଫଳକ ରହିବା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ମଧ୍ୟ କରାଯିବ। ଏଥିରେ ବିଭିନ୍ନ ରୁଚି ସଂପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ। ପିଲାମାନଙ୍କ ସୁବିଧା ପାଇଁ ବିଛଣା, ଚୌକି ଓ ଟେବୁଲ ମଧ୍ୟ ରଖାଯିବ। ଏହାସହିତ ଶିଶୁମାନଙ୍କ ଅଧିକାର ସଂପର୍କିତ ଫଳକ ଏବଂ ପୋଲିସ ପାଇଁ ‘କଣ କରିବେ ବା ନ କରିବେ’, ସେ ସଂପର୍କରେ ମଧ୍ୟ ସୂଚନା ଫଳକ ରହିବ। ଶିଶୁକଲ୍ୟାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ତାଙ୍କ ନାମ ଓ ଅନ୍ୟାନ୍ୟ ସୂଚନା ସଂପର୍କରେ ଏକ ସ୍ବତନ୍ତ୍ର ଫଳକ ରହିବ। ଏହାସହିତ ପିଲାଙ୍କ ପାଇଁ ଖେଳନା, ପ୍ରାଥମିକ ଚିକିତ୍ସା ମଧ୍ୟ ରଖାଯିବ। ଥାନା ପରିସର ମଧ୍ୟରେ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ କାନ୍ଥ ଗୁଡିକରେ ସୁନ୍ଦର ଚିତ୍ର ରହିବା ସହିତ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନିତ ହେବ।

ସାଧାରଣ ଥାନା ଗୁଡିକ ଠାରୁ ଏହାର ପରିବେଶକୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଗଢ଼ା ଯିବା ଦ୍ବାରା ଥାନାକୁ ଯାଉଥିବା ଶିଶୁ ମାନଙ୍କ ମାନସିକ ଚାପ ହ୍ରାସ କରିବା ରେ ସହାୟକ ହେବବୋଲି ଆଶା କରାଯାଏ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାରର ବଡ ନିଷ୍ପତ୍ତି: ୱକଫ ଜମିରେ ନିର୍ମାଣ ହେବ ବିଦ୍ୟାଳୟ ଏବଂ ଡାକ୍ତରଖାନା

ନୂଆଦିଲ୍ଲୀ: ସାରା ଦେଶରେ ବ୍ୟାପିଥିବା ୱକଫ ସମ୍ପତ୍ତି ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଖାଲି ୱକଫ ଜମିରେ ସ୍କୁଲ ଏବଂ ଡାକ୍ତରଖାନା ନିର୍ମାଣ କରାଯିବ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭିଙ୍କ ଅଧ୍ୟକ୍ଷତାରେ ଆଜି ୮୯ ତମ କେନ୍ଦ୍ରୀୟ ୱକଫ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୱକଫ ବୋର୍ଡ ଜମିକୁ ଏକ ଉତ୍ତମ ଉପାୟରେ ବ୍ୟବହାର କରାଯିବା ଉଚିତ ବୋଲି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଜନ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୱକଫ ସମ୍ପତ୍ତି ଉପରେ ବିଦ୍ୟାଳୟ, କଲେଜ, ଆଇଟିଆଇ, ଦକ୍ଷତା ବିକାଶ କେନ୍ଦ୍ର, ହଷ୍ଟେଲ ଏବଂ ସଦଭାବ ମଣ୍ଡପ ନିର୍ମାଣ କରାଯିବ।

ୱକଫ୍ ସମ୍ପତିଗୁଡିକର ହେବ ଜିପିଏସ୍ ମ୍ୟାପିଙ୍ଗ୍:

କେନ୍ଦ୍ର ସରକାର ବର୍ତ୍ତମାନ ଦେଶରେ ହଜାର ହଜାର ୱକଫ ସମ୍ପତ୍ତିର ସବିଶେଷ ତଥ୍ୟ କମ୍ପ୍ୟୁଟରରେ ଗୋଟିଏ ସ୍ଥାନରେ ସଂଗ୍ରହ କରିବେ। ଯାହା ଦ୍ଵାରା ଯେକୌଣସି ଜମିର ପ୍ରକୃତ ଅବସ୍ଥାନ ଗୋଟିଏ କ୍ଲିକରେ ଦେଖାଯିବ। ଏଥିପାଇଁ ୱାକଫ୍ ସମ୍ପତିଗୁଡିକର ଜିପିଏସ୍ / ଜିଏସ୍ ମ୍ୟାପିଂ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଏହି କାମ ଶୀଘ୍ର ଶେଷ ହେବ।

ୱକଫ ଜମିରେ ବିକାଶ କାର୍ଯ୍ୟ ଆରମ୍ଭ ହେବ:

କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭି ଟୁଇଟ୍ କରି କହିଛନ୍ତି ଯେ, ଜିପିଏସ୍ ମ୍ୟାପିଂ ମାଧ୍ୟମରେ ଦେଶର ବହୁ ଦୂରବର୍ତ୍ତୀ ୱକଫ୍ ଜମିଗୁଡିକର ସୁରକ୍ଷା ତଥା ସଂରକ୍ଷଣ ମଧ୍ୟ ଏକ ଉନ୍ନତ ଉପାୟରେ କରାଯିବ ଏବଂ ବିକାଶ କାର୍ଯ୍ୟ ମଧ୍ୟ ଶୀଘ୍ର କରାଯାଇପାରିବ। ସ୍ଥାନୀୟ ଲୋକଙ୍କ ନିକଟରେ କେନ୍ଦ୍ରର ଯୋଜନା ପହଞ୍ଚାଇବରେ ମଧ୍ୟ ଉପଯୋଗୀ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଏହି ତାରିଖରୁ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ ତାରିଖରେ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଥିବା ବେଳେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ୨୫ ତାରିଖରୁ ସ୍କୁଲ ଖୋଲାଯିବ। ଏହା ପୂର୍ବରୁ ନବମ, ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପିଲାଙ୍କୁ ଶ୍ରେଣୀଗୃହରେ ପଢିବା ବ୍ୟବସ୍ଥା ହୋଇଛି।

କରୋନା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢା ପ୍ରଭାବିତ ହେଉଛି। ତେଣୁ ଶ୍ରେଣୀ ଗୃହରେ ପାଠ ପଢା ଆରମ୍ଭ କରାଯିବା ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। କିନ୍ତୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ କେବେ ଖୋଲାଯିବ, ତାହା ନିଷ୍ପତ୍ତି ହୋଇନାହିଁ। କରୋନା ସଂକ୍ରମଣ ହାର କମୁଥିବାରୁ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଉଛନ୍ତି।

ପାଠ ପଢା ସମୟରେ ସ୍କୁଲରେ କୋଭିଡ କଟକଣା ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି: ଶ୍ରୀଜିଉଙ୍କ ଦର୍ଶନ ଲାଗି ଏହି ଦିନଗୁଡିକରେ ଲାଗିଲା କଟକଣା

ପୁରୀ: କରୋନା ସଂକ୍ରମଣକୁ ଦ୍ରୁଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏକ ବଡ ନିଷ୍ପତ୍ତି ନେଇଛି। ଭିଡକୁ ନିୟନ୍ତ୍ରଣ କରିବା ଲାଗି ଆସନ୍ତାକାଲି ଅର୍ଥାତ ଦଶହରା ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ସେହିଭଳି ଦୀପାବଳି, ବଡ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ମଧ୍ୟ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ ନାହିଁ। ଏହା ସହିତ ପ୍ରତ୍ୟେକ ରବିବାର ଦିନ ଶ୍ରୀଜୀଉଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ଶନିବାର ଦିନ ୧୨ ଟା ପରେ ଶ୍ରୀମନ୍ଦିରକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। କିନ୍ତୁ କୁମାର ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପରିସରକୁ ଶ୍ରଦ୍ଧାଳୁମାନେ ପଲିଥିନ ଧରି ପ୍ରବେଶ କରିବାକୁ ବାରଣ କରାଯାଇଛି। ସେଥିପାଇଁ ୧୦୦ ଟଙ୍କା ଜରିମାନାର ପ୍ରାବଧାନ ରହିଛି। ତେବେ ଅନ୍ୟ ଦିନମାନଙ୍କରେ ସକାଳ ୭ ଟାରୁ ସନ୍ଧ୍ୟା ୯ ଟା ଯାଏଁ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଲାଗି ଅନୁମତି ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

ଠିକା କର୍ମଚାରୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର: ପ୍ରଥମ ବର୍ଷରୁ ପାଇବେ ଏଭଳି ସୁବିଧା

ଭୁବନେଶ୍ବର: ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟ ବଡ ନିଷ୍ପତ୍ତି ନେଇଛି। ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦ ପ୍ରତିଶତ ଦରମା ମିଳିବା ଲାଗି କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏଥିପାଇଁ ବାର୍ଷିକ ୨୫୦ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ। ନିୟମିତ କର୍ମଚାରୀଙ୍କ ଭଳି ନୂତନ ଭାବେ ଯୋଗ ଦେଉଥିବା କର୍ମଚାରୀମାନେ ମେଡିକାଲ ଖର୍ଚ୍ଚ ପାଇବେ। କିନ୍ତୁ ପୂର୍ବ ନିୟମାନୁସାରେ ୬ ବର୍ଷ ପରେ ଠିକା କର୍ମଚାରୀମାନେ ନିୟମିତ ହେବେ। ଏନେଇ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅବକାରୀ ନିଷେଧ ଆଇନ ଉପରେ ବିହାର କ୍ୟାବିନେଟର ବଡ ନିଷ୍ପତ୍ତି: ମଦ ଜବତ ଅଞ୍ଚଳକୁ କରାଯିବ ସିଲ୍

ପାଟନା: ବିହାରରେ ମଦ ନିଷେଧ ଏବଂ ଉତ୍ପାଦନ ନିୟମ ୨୦୨୧ କୁ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିରେ ମଦ୍ୟପାନ ନିଷେଧ ସହ ଜଡିତ ଅନେକ ନିୟମ ସ୍ପଷ୍ଟ କରାଯାଇଛି। ବର୍ତ୍ତମାନ ଯଦି କୌଣସି ଅଞ୍ଚଳରେ ମଦ ଉତ୍ପାଦନ, ସଂରକ୍ଷଣ, ବଟଲିଂ, ବିକ୍ରୟ କିମ୍ବା ଆମଦାନୀ-ରପ୍ତାନି ହୁଏ, ତେବେ ସମଗ୍ର ଅଞ୍ଚଳକୁ ସିଲ୍ କରାଯିବ। ତଥାପି, କେବଳ ଆବାସିକ ପରିସରର ଚିହ୍ନିତ ଅଂଶକୁ ସିଲ୍ କରାଯିବ ଏବଂ ସମଗ୍ର ପରିସର କିମ୍ବା ସମଗ୍ର ବାସଗୃହକୁ ସିଲ୍ କରାଯିବ ନାହିଁ। ମଦ ସଂରକ୍ଷଣ ପାଇଁ କ୍ୟାଣ୍ଟନମେଣ୍ଟ କ୍ଷେତ୍ର ଏବଂ ସାମରିକ ଷ୍ଟେସନକୁ ଅନୁମତି ଦିଆଯିବ। କୌଣସି ସେବା କିମ୍ବା ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ କ୍ୟାଣ୍ଟନମେଣ୍ଟ ଅଞ୍ଚଳ ବାହାରେ ମଦ୍ୟପାନ କିମ୍ବା ରଖିବାକୁ ଦିଆଯିବ ନାହିଁ।

ଜବତ ପାଇଁ ଏକ ଆବେଦନ ପାଇବା ପରେ, ଜିଲ୍ଲାପାଳ ୯୦ ଦିନ ମଧ୍ୟରେ ଜବରଦଖଲ ଆଦେଶ ଦେବେ। ପ୍ରଥମ ଅପରାଧରେ ଜାମିନ ପାଇଁ ଧାରା ୪୩୬ର ଲାଗୁ ହେବ। ଜିଲ୍ଲାପାଳଙ୍କ ଆଦେଶ ବିରୁଦ୍ଧରେ ଏକ ଆବେଦନ କରାଯାଇପାରିବ, ଯେଉଁଥିରେ ଉପ୍ତାଦ କମିଶନରଙ୍କୁ ୩୦ ଦିନ ମଧ୍ୟରେ ଏହି ଆଦେଶ ଦେବାକୁ ପଡିବ। ସଂଶୋଧନ ପାଇଁ ବିଭାଗୀୟ ସଚିବଙ୍କୁ ମଧ୍ୟ ୩୦ଦିନ ମଧ୍ୟରେ ଏକ ନିର୍ଦ୍ଦେଶ ପାସ କରିବାକୁ ପଡିବ। ଆବେଦନ ଏବଂ ସଂଶୋଧନ ପ୍ରକ୍ରିୟାରେ, ଯଦି ଆବେଦନକାରୀ କିମ୍ବା ତାଙ୍କ ଓକିଲ ନିର୍ଦ୍ଧାରିତ ଶୁଣାଣି ତାରିଖରେ ଉପସ୍ଥିତ ନ ଥାନ୍ତି, ତେବେ ଉପଲବ୍ଧ ରେକର୍ଡ ଆଧାରରେ ପ୍ରିଜାଇଡିଂ ଅଫିସରଙ୍କ ଦ୍ଵାରା ପୂର୍ବ-ନିଷ୍ପତ୍ତି ନିଆଯିବ।

ଏଥି ସହିତ ଇଥାନଲ ଉତ୍ପାଦନ କରୁଥିବା ଶସ୍ୟ ଭିତ୍ତିକ ଡିଷ୍ଟିଲରିର କାର୍ଯ୍ୟକଳାପ ଦିନରାତି ସିସିଟିଭି କ୍ୟାମେରାର ତତ୍ତ୍ୱାବଧାନରେ ପରିଚାଳିତ ହେବ। ନିଶା ଦ୍ରବ୍ୟରେ ଭର୍ତ୍ତି ଯାନଗୁଡ଼ିକୁ କେବଳ ରାଜ୍ୟ ସୀମାରେ ଘୋଷିତ ଚେକ୍ ପୋଷ୍ଟ ଦେଇ ଯିବାକୁ ଅନୁମତି ଦିଆଯିବ। ଯେକଣସି ପରିସ୍ଥିତିରେ, ୨୪ ଘଣ୍ଟା ମଧ୍ୟରେ ଏହିପରି ଯାନଗୁଡିକ ରାଜ୍ୟ ସୀମା ଛାଡିବା ବାଧ୍ୟତାମୂଳକ ହେବ। ମଦ ବୋଝେଇ ଗାଡି ନିର୍ଦ୍ଦିଷ୍ଟ ମାର୍ଗରେ ରାଜ୍ୟ ସୀମାରେ ପ୍ରବେଶ କରିବା ମାତ୍ରେ ଏଥିରେ ଏକ ଡିଜିଟାଲ୍ ଲକ୍ ରଖାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିବିଏସ୍ଇ ବୋର୍ଡର ବଡ ନିଷ୍ପତ୍ତି: ଚଳିତ ବର୍ଷ ଏହି ଛାତ୍ରଛାତ୍ରୀମାନଙ୍କୁ ଦେବାକୁ ପଡିବ ନାହିଁ ପରୀକ୍ଷା ଫି’

ନୂଆଦିଲ୍ଲୀ: କୋଭିଡ -୧୯ ମହାମାରୀ ଦେଶରେ ବ୍ୟାପକ କ୍ଷତି ଘଟାଇଛି। ଏହାକୁ ଦ୍ରୁଷ୍ଟିରେ ରଖି ୨୦୨୧-୨୨ ଏକାଡେମିକ ଅଧିବେଶନ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୋର୍ଡ ନିଷ୍ପତ୍ତି ନେଇଛି ଯେ, କୋଭିଡ -୧୯ ମହାମାରୀ ହେତୁ ଉଭୟ ପିତାମାତା କିମ୍ବା ଆଇନଗତ ଅଭିଭାବକଙ୍କୁ ହରାଇଥିବା ଛାତ୍ରମାନଙ୍କଠାରୁ ପରୀକ୍ଷା ଫି ଏବଂ ପଞ୍ଜୀକରଣ ଶୁଳ୍କ ଆଦାୟ କରାଯିବ ନାହିଁ। ବିଦ୍ୟାଳୟଗୁଡ଼ିକ ଏହି ଛାତ୍ରମାନଙ୍କର ପ୍ରକୃତ ସ୍ଥିତି ଯାଞ୍ଚ କରିବେ ଏବଂ ଏଲଓସି ଦାଖଲ କରିବା ସମୟରେ ସେମାନଙ୍କର ସୂଚନା ପ୍ରଦାନ କରିବେ। ଏହି ବିଷୟରେ ଅଧିକ ସୂଚନା ଶୀଘ୍ର ବୋର୍ଡର ୱେବସାଇଟ୍ www.cbse.nic.in ରେ ଉପଲବ୍ଧ ହେବ।

‘ପିଏମ କେୟାରସ ଫର ଚିଲ୍ଡ୍ରେନ’ ଯୋଜନା ଅଧୀନରେ କରୋନା ମହାମାରୀ ଯୋଗୁଁ ଅନାଥ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମଇ ୨୯ ତାରିଖରେ ଘୋଷଣା କରିଥିଲେ। ଏହିପରି ପିଲାମାନେ ୧୮ ବର୍ଷ ବୟସରେ ଛାତ୍ରବୃତ୍ତି ଏବଂ ୨୩ ବର୍ଷ ବୟସରେ ପିଏମ କେୟାରସ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅନୁଦାନ ପାଇବେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତ୍ତି: ଅନଲାଇନ ଦ୍ଵାରା ପାଇପାରିବେ ଡାକ୍ତରଖାନାରେ ଶଯ୍ୟା

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସରକାର ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସୂଚନା ପରିଚାଳନା ବ୍ୟବସ୍ଥା ଅଧୀନରେ ଦିଲ୍ଲୀର ସମସ୍ତ ଡାକ୍ତରଖାନାକୁ ଏକାଠି କରାଯାଇ ଗୋଟିଏ ପ୍ଲାଟଫର୍ମରେ ଅଣାଯାଉଛି। ଏକ ପୋର୍ଟାଲ୍ ସୃଷ୍ଟି କରାଯାଉଛି, ଗୋଟିଏ କ୍ଲିକ୍ ଦ୍ୱାରା କେଉଁ ଡାକ୍ତରଖାନାରେ କେତେ ଶଯ୍ୟା ଖାଲି ଅଛି, କେଉଁ ଔଷଧ କେଉଁ ଡାକ୍ତରଖାନାରେ, କର୍ମଚାରୀ ଏବଂ ଡାକ୍ତରୀ ସ୍ଥିତି ଜଣା ପଡିବ।

ଡାକ୍ତରଖାନାଗୁଡ଼ିକରେ ଲମ୍ବା ଧାଡିରେ ଠିଆ ହେବାର କୌଣସି ଆବଶ୍ୟକତା ରହିବ ନାହିଁ। ଫୋନରେ ଡାକ୍ତରଙ୍କ ସହିତ ନିଯୁକ୍ତି ଠିକ୍ କରିପାରିବେ ଏବଂ ଠିକ୍ ସମୟରେ ଡାକ୍ତରଖାନା ଯାଇପାରିବେ। ଏହି ସଂପୂର୍ଣ୍ଣ ସିଷ୍ଟମ ନିର୍ମାଣ ପାଇଁ ଚୁକ୍ତିନାମା ଆଜି ଏନଇସି କମ୍ପାନୀକୁ ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ ମୋଟ ୧୩୦ କୋଟି ଟଙ୍କା ଖର୍ଚ୍ଚ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରୀ ଡାକ୍ତରଖାନାରେ ପ୍ରାୟ ୭ ହଜାର ନୂତନ ଶଯ୍ୟା ପ୍ରସ୍ତୁତ ହେଉଛି। ଦିଲ୍ଲୀର ସରକାରୀ ଡାକ୍ତରଖାନାଗୁଡ଼ିକରେ ଆଜି ୧୦ ହଜାର ଶଯ୍ୟା ଅଛି। ବର୍ତ୍ତମାନ ୬ ହଜାର ୮୦୦ ଶଯ୍ୟା ବୃଦ୍ଧି କରାଯାଉଛି। ଏହି ଉପାୟରେ ୭୦ ପ୍ରତିଶତ ବୃଦ୍ଧି କରିବା, ଯାହା ଏକ ଛୋଟ ଜିନିଷ ନୁହେଁ। ଏହି ଶଯ୍ୟା ୬ ମାସ ମଧ୍ୟରେ ପ୍ରସ୍ତୁତ ହୋଇଯିବ। ଗୋଟିଏ ପଟେ ଯଦି କରୋନା ଲହର ଥାଏ, ତେବେ ଏହା ସାହାଯ୍ୟ କରିବ, କିନ୍ତୁ ଲହର ନ ଆସିଲେ ମଧ୍ୟ ଏହା ଦିଲ୍ଲୀର ଲୋକଙ୍କ ପାଇଁ ସ୍ଥାୟୀ ଭାବେ ୭ ହଜାର ନୂତନ ଶଯ୍ୟା ପ୍ରସ୍ତୁତ ହୋଇରହିବ।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ୨ଟି ବଡ ନିଷ୍ପତ୍ତି: ଜାଣନ୍ତୁ କଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର୨ଟି ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଥମତଃ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟିରେ ବହୁ ବରିଷ୍ଠ ଡାକ୍ତର ଏବଂ ବୈଜ୍ଞାନିକ ସଦସ୍ୟ ଅଛନ୍ତି। ଡାକ୍ତର ଦେବୀ ସେଟ୍ଟୀ, ରାମାକାନ୍ତ ପଣ୍ଡା କମିଟିରେ ସଦସ୍ୟ ଅଛନ୍ତି।

ତେବେ ଏହି କମିଟି କରୋନା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ। ଟୀକାକରଣ ଏବଂ ପରବର୍ତ୍ତୀ ଲହର ବିଷୟରେ ରାଜୟ ସରକାରଙ୍କୁ ପରାମର୍ଶ ଦେବେ। କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ରାଜ୍ୟ ସରକାରଙ୍କ ଦ୍ଵିତୀୟ ନିଷ୍ପତ୍ତି ହେଉଛି, ଟୀକା ପାଇଁ ଗ୍ଲୋବାଲ ଟେଣ୍ଡର ବ୍ୟବସ୍ଥା। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମଧ୍ୟ ସୂଚନା ଦେଇଛନ୍ତି। ୩ କୋଟି ୮୦ ଲକ୍ଷ ଟୀକା କିଣିବାକୁ ଟେଣ୍ଡର ଡକାଯାଇଛି। ୪ ମାସ ମଧ୍ୟରେ ସମସ୍ତ ଟୀକା ଯୋଗାଇଦେବାକୁ କୁହାଯାଇଛି। ଯଦି ସଫଳ ବିଡିଂ ହୁଏ, ତେବେ ମେ’ ୨୮ ପରେ ଆମେ ଟୀକା କିଣିପାରିବା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଏଣିକି ଭିକାରୀ, ସାଧୁସନ୍ଥ, ମାନସିକ ବିକୃତ ଲୋକ ନେବେ ଟୀକା

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସାଧୁ, ସନ୍ଥ, ଅସହାୟ, ଭିକାରୀ, ମାନସିକ ବିକୃତ ଲୋକଙ୍କୁ ଏଥର ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟରେ ଏଭଳି ଲୋକଙ୍କୁ ଚିହ୍ନଟ କରାଯାଇ ଟୀକାଦେବା ପାଇଁ ବ୍ୟବସ୍ଥା ପାଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ଏସିଏସ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଟୀକା ପାଇଁ ୭ ଟି ପରିଚୟ ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଥିବା ବେଳେ ଏଭଳି କିଛି ଲୋକଙ୍କ ପାଖରେ କୌଣସି ପରିଚୟ ନଥାଏ। ସେମାନଙ୍କୁ ମଧ୍ୟ ସଂକ୍ରମଣ ଭୟ ଥିବାରୁ ଚିହ୍ନଟ କରାଯାଇ ଟୀକାକରଣ କରାଯାଉ ବୋଲି ସ୍ୱାସ୍ଥ୍ୟ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାର ବ୍ୟବସାୟିକ ସଂଘର ବଡ ନିଷ୍ପତ୍ତି: ଏଣିକି ଦିନ ୨ ଟାରୁ ସକାଳ ୫ ଟା ଯାଏଁ ଦୋକାନ ରହିବ ବନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ୟବସାୟିକ ସଂଘର ବଡ ନିଷ୍ପତ୍ତି। ଗଞ୍ଜାମ ଜିଲ୍ଲାର ସବୁ ସହରାଞ୍ଚଳରେ ଦିନ ୨ ଟାରୁ ସକାଳ ୫ ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ଆଜିଠୁ ୧୦ ଦିନ ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ସଂଘ ଘୋଷଣା କରିଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଗଞ୍ଜାମ ଜିଲ୍ଲାରେ ପୁଣିଥରେ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବାରୁ ଜୀବିକା ଠାରୁ ଜୀବନକୁ ଏହି ସଂଘ ଅଧିକ ଗୁରୁତ୍ଵ ଦେଇଛି। ବ୍ୟବସାୟିକ ସଂଘର ଏଭଳି ପଦକ୍ଷେପକୁ ଗଞ୍ଜାମ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି। ତେବେ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।