ବାଣପୁର: ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ ବାଣୀ ମନ୍ଦିରର ୧୯୯୪ ବ୍ୟାଚ୍ ର ଛାତ୍ରଛାତ୍ରୀ ମାନଙ୍କ ସମୂହ ପ୍ରଚ଼େଷ୍ଟାରେ ଦ୍ବିତୀୟ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ୮ ଡ଼ିସେମ୍ବର ୨୦୨୪ ମସିହା ରବିବାର ଦିନ ପଙ୍କାଳ ସ୍ଥିତ ଷଷ୍ଢା ଡ୍ୟାମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ବନ୍ଧୁମାନେ ବିଦ୍ୟାଳୟ ଜୀବନର ଅଭୁଲା କାହାଣୀ ମନେ ପକାଇବା ସହ ବଣଭୋଜି କରି ଆନନ୍ଦ ଉଲ୍ଲାସର ସହ ବିଶେଷ ମୂହୁର୍ତ୍ତ ଅତିବାହିତ କରିଥିଲେ। ଏକ ସବୁଜ ସୁନ୍ଦର ପରିବେଶ ପାଇଁ ବୃକ୍ଷରୋପଣ ଜରୁରୀ, ଏହାକୁ ଦୃଷ୍ଟିରେ ରଖି ସମସ୍ତେ ବୃକ୍ଷରୋପଣ କରିଥିଲେ।
Tag: ବନ୍ଧୁ ମିଳନ
ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ୨୦୦୪ ମସିହା ସ୍ନାତକ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବନ୍ଧୁମିଳନ ଉତ୍ସବ ପାଳିତ ହୋଇଯାଇଛି। ଭୁବନେଶ୍ବର ସ୍ଥିତ ଶିଖରଚଣ୍ଡୀ ପୀଠରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ମାଆ ଶିଖରଚଣ୍ଡୀଙ୍କ ନିକଟରେ ଉପସ୍ଥିତ ବନ୍ଧୁମାନେ ପ୍ରାର୍ଥନା କରି ବନ୍ଧୁ ମିଳନ ଉତ୍ସବକୁ ଆରମ୍ଭ କରିଥିଲେ।
ଏହି ସମୟରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ବନ୍ଧୁମାନେ ଦୀର୍ଘ ୨୦ ବର୍ଷ ପରେ ଏକାଠି ବସି ସୁଖ ଦୁଃଖ ବାଣ୍ଟିବା ସମୟରେ ଛାତ୍ର ଜୀବନର ଅନୁଭୂତିକୁ ମନ ପକାଇ ଭାବ ବିହ୍ଵଳ ହୋଇପଡିଥିଲେ। ହେଲେ ଏହି ସମୟରେ ଆହୁରୀ ଅନେକ ବନ୍ଧୁ ଆସିବାକୁ ପ୍ରତିଶ୍ରୁତି ଦେଇଥିବା ସତ୍ତ୍ୱେ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଉକ୍ତ ଉତ୍ସବରେ ସାମିଲ ହୋଇପାରିନଥିଲେ। ତେଣୁ ଏହାକୁ ଆହୁରୀ ସ୍ମରଣୀୟ କରିବା ପାଇଁ ଆଗାମୀ ଫେବୃଆରୀ ମାସରେ ପୁନଃ ବନ୍ଧୁମିଳନ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ପରିସର ମଧ୍ୟରେ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା।
ତେବେ ସିଦ୍ଧାର୍ଥ ଶଙ୍କର ଶ୍ୟାମାପାଦ ଦାଶ ଓ ରଞ୍ଜନ କୁମାର ନାୟକଙ୍କ ସଂଯୋଜନାରେ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ସୁମିତ ପ୍ରଜ୍ଞ ଷଡ଼ଙ୍ଗୀ, ରଞ୍ଜୟ କୁମାର ସାହୁ, ସଞ୍ଜୟ କୁମାର ଗୁରୁ, ଅଶୋକ କୁମାର ଘଡ଼ାଇ, ଟି. ମୋହନ ଦାସ, ଦିଲ୍ଲୀପ କୁମାର ସ୍ୱାଇଁ, ଧନେଶ୍ୱର ଭୋଳ, ରଙ୍ଗନାଥ ବେହେରା, ଶକ୍ତିମାନ୍ ପାତ୍ର, ଶକ୍ତି ପ୍ରସାଦ ଦାସ, କୁନା ମୁଦୁଲି, ଗୀତାଞ୍ଜଳି ଦାସ, ସସ୍ମିତା ରାଉତ, ସର୍ବେଶ୍ୱର ନାୟକ ଓ ହିମାଂଶୁ ଶେଖର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଗତ ଦିନର ସ୍ମୃତି, ଅନୁଭୂତି ଆଦାନ ପ୍ରଦାନ କରିଥିଲେ। ଏଥିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବନ୍ଧୁ ସାମିଲ ଥିଲେ।
ସୀତାରାମ ଅଗ୍ରୱାଲ
ଚିଲିକା: ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ନେତା ଏବେଠାରୁ ସଜବାଜ ହେଲେଣି। ସେହିଭଳି ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଞ୍ଚାୟତ ପରବଳ ଗ୍ରାମ ବାତ୍ୟା ଆଶ୍ରୟ ସ୍ତଳୀ ଠାରେ ଆଜି ଦୁଇ ଶହରୁ ଉର୍ଦ୍ଧ୍ବ ଲୋକ ଯୋଗଦେଇଛନ୍ତି।
ଏହି ବନ୍ଧୁ ମିଳନରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ସେଠାରେ ପହଁଚି ଲୋକଙ୍କୁ ଅଭିଭାଷଣ ଦେବା ସହ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଲୋକଙ୍କ ପାଖରେ ସବୁବେଳେ ରହିଛି ବୋଲି କହିଛନ୍ତି। ଆଗକୁ ଆସୁଥିବା ୨୦୨୪ ନିର୍ବାଚନ ନିଶ୍ଚିତ ଭାବରେ ବିରୋଧୀ ଦଳକୁ ଝଟକା ଦେବା ସହ ଶେଷ ଥର ପାଇଁ ନିର୍ବାଚନ ଲଢିବେ ଓ ଚିଲିକା ବାସୀଙ୍କ ଦୁଃଖ ଦୂର କରିବେ ବୋଲି ଜନସାଧାରଣଙ୍କୁ ମନ୍ତବ୍ୟ ଦେଇଛନ୍ତି।
ପରବଳ ଗ୍ରାମରେ ଆଜି ବନ୍ଧୁ ମିଳନରେ ଅଞ୍ଚଳ ବାସୀ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଅନେକ ଆଲୋଚନା କରିଛନ୍ତି। ଉପସ୍ଥିତ ଥିବା ରାଜନୈତିକ ବ୍ୟକ୍ତି ମାନେ ହେଲେ ସନ୍ତୋଷ କୁମାର ଦାସ, ରବିନାରାୟଣ ପଟ୍ଟନାୟକ, ସୁବାସ ଚନ୍ଦ୍ର ବେଣୁଧର ଶତପଥୀ, ଅଭିମନୁ ସ୍ୱାଇଁ, ସଦା ସାମନ୍ତରାୟ, କବି ତାଡ଼, ନବଘନ ଦଳାଇ, ରାମଚନ୍ଦ୍ର ଜେନା, ଜନାର୍ଦ୍ଦନ ଦଳାଇ, ଭ୍ରମର ସୁନ୍ଦରାୟ, ବୃନ୍ଦାବନ ଦାସ, ଭରତ ପଲାଇ, ରବୀନ୍ଦ୍ର ଦଳାଇ, ମହିଳା ନେତ୍ରୀ ପ୍ରଭାତୀ ସେଠି ଓ ଅନେକ ସ୍ୱୟଂ ସହାୟକ ମହିଳା ଗୋଷ୍ଟି ସହଯୋଗ କରିଥିଲେ।
କୃଷ୍ଣ ଚନ୍ଦ୍ର ସୁଆଁସିଆ
ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଭାଗର ଶେଷ ବର୍ଷର ବିଦ୍ୟାର୍ଥୀମାନଙ୍କ ଦ୍ଵାରା ଅଭିନବ ଉପାୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଆଡପଡା ଇଶାଣେଶ୍ୱର ମନ୍ଦିରରେ ଆୟୋଜନ କରାଯାଇଥିଲା।
ଦୀର୍ଘ ତିନି ବର୍ଷ ସାମୂହିକ ଭାବେ ଅଧ୍ୟୟନ କରିବାର ମୂହୁର୍ତ୍ତକୁ ଉଜ୍ଜିବୀତ କରିବା ଓ ବନ୍ଧୁତ୍ଵର ଭାବକୁ ସର୍ବଦା ବଜାୟ ରଖିବା ସକାଶେ ସମସ୍ତ ବିଦ୍ୟାର୍ଥୀମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜନୀତି ବିଭାଗର ଅଧ୍ୟାପକ ରବିନ୍ଦ୍ର ବେହେରା ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କ ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ବିଦ୍ୟାର୍ଥୀମାନଙ୍କ ଦ୍ଵାରା ଇଶାଣେଶ୍ୱର ମନ୍ଦିର ପରିସରକୁ ସାମୂହିକ ଭାବେ ସଫେଇ କରାଯାଇଥିଲା। ଯାହା ସାଧାରଣରେ ବିଦ୍ୟାର୍ଥୀମାନଙ୍କ ଏଭଳି କାର୍ଯ୍ୟକୁ ପ୍ରଂଶସା କରିବା ଦେଖିବାକୁ ମିଳିଛି।