Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦୀର୍ଘ ୨୦ ବର୍ଷ ପରେ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ
ଆଞ୍ଚଳିକ

ଦୀର୍ଘ ୨୦ ବର୍ଷ ପରେ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

December 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ୨୦୦୪ ମସିହା ସ୍ନାତକ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବନ୍ଧୁମିଳନ ଉତ୍ସବ ପାଳିତ ହୋଇଯାଇଛି। ଭୁବନେଶ୍ବର ସ୍ଥିତ ଶିଖରଚଣ୍ଡୀ ପୀଠରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ମାଆ ଶିଖରଚଣ୍ଡୀଙ୍କ ନିକଟରେ ଉପସ୍ଥିତ ବନ୍ଧୁମାନେ ପ୍ରାର୍ଥନା କରି ବନ୍ଧୁ ମିଳନ ଉତ୍ସବକୁ ଆରମ୍ଭ କରିଥିଲେ।

ଏହି ସମୟରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ବନ୍ଧୁମାନେ ଦୀର୍ଘ ୨୦ ବର୍ଷ ପରେ ଏକାଠି ବସି ସୁଖ ଦୁଃଖ ବାଣ୍ଟିବା ସମୟରେ ଛାତ୍ର ଜୀବନର ଅନୁଭୂତିକୁ ମନ ପକାଇ ଭାବ ବିହ୍ଵଳ ହୋଇପଡିଥିଲେ। ହେଲେ ଏହି ସମୟରେ ଆହୁରୀ ଅନେକ ବନ୍ଧୁ ଆସିବାକୁ ପ୍ରତିଶ୍ରୁତି ଦେଇଥିବା ସତ୍ତ୍ୱେ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଉକ୍ତ ଉତ୍ସବରେ ସାମିଲ ହୋଇପାରିନଥିଲେ। ତେଣୁ ଏହାକୁ ଆହୁରୀ ସ୍ମରଣୀୟ କରିବା ପାଇଁ ଆଗାମୀ ଫେବୃଆରୀ ମାସରେ ପୁନଃ ବନ୍ଧୁମିଳନ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ପରିସର ମଧ୍ୟରେ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା।

ତେବେ ସିଦ୍ଧାର୍ଥ ଶଙ୍କର ଶ୍ୟାମାପାଦ ଦାଶ ଓ ରଞ୍ଜନ କୁମାର ନାୟକଙ୍କ ସଂଯୋଜନାରେ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ସୁମିତ ପ୍ରଜ୍ଞ ଷଡ଼ଙ୍ଗୀ, ରଞ୍ଜୟ କୁମାର ସାହୁ, ସଞ୍ଜୟ କୁମାର ଗୁରୁ, ଅଶୋକ କୁମାର ଘଡ଼ାଇ, ଟି. ମୋହନ ଦାସ, ଦିଲ୍ଲୀପ କୁମାର ସ୍ୱାଇଁ, ଧନେଶ୍ୱର ଭୋଳ, ରଙ୍ଗନାଥ ବେହେରା, ଶକ୍ତିମାନ୍ ପାତ୍ର, ଶକ୍ତି ପ୍ରସାଦ ଦାସ, କୁନା ମୁଦୁଲି, ଗୀତାଞ୍ଜଳି ଦାସ, ସସ୍ମିତା ରାଉତ, ସର୍ବେଶ୍ୱର ନାୟକ ଓ ହିମାଂଶୁ ଶେଖର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଗତ ଦିନର ସ୍ମୃତି, ଅନୁଭୂତି ଆଦାନ ପ୍ରଦାନ କରିଥିଲେ। ଏଥିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବନ୍ଧୁ ସାମିଲ ଥିଲେ।

ଗୋଦାବରୀଶ ମହାବିଦ୍ୟାଳୟ ବନ୍ଧୁ ମିଳନ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026
Latest News

ସୁନ୍ଦରଗଡ଼ PNB ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କାଗଜପତ୍ର ଓ ଆସବାବପତ୍ର

October 5, 2026

ଜମି ବିବାଦରୁ ଭୟଙ୍କର କାଣ୍ଡ: ଭାଇ ହାତରେ ଭାଇ ହତ୍ୟା, କାଠ ଫାଳିଆରେ ଆକ୍ରମଣ

October 5, 2026

ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ବିଭାଗ ଏସଡିଓ ଅରବିନ୍ଦ ମହାନ୍ତି

October 5, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.