ରେଢ଼ାଖୋଲ : ପଶ୍ଚିମବଙ୍ଗର ମେଦିନାପୁରର ଅରବିନ୍ଦ ଷ୍ଟାଡ଼ିଅମଠାରେ ଆଇଓ ଜିତ 9 ତମ ଜାତୀୟ ମାଷ୍ଟେର ଏଥେଲେଟିକ୍ ଚମ୍ପିୟାନସିପରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଂଚଳର ଚାରି ଜଣ ଖେଳାଳି ଖେଳ ଖେଳି ମେଡାଲ ପାଇ ରେଢ଼ାଖୋଲର ନାଁ ରଖିଛନ୍ତି । ରେଢ଼ାଖୋଲ ଚାରମାଳର ପବିତ୍ର କୁମାର ପ୍ରଧାନ, ସଟ୍ ପୁଟ୍ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ହେମସାଗର ସ୍ୱାଇଁ, ରାସିବେଡ଼ା, ଚାରମାଳର ରିଲେ ଦୌଡ଼ରେ ସ୍ୱର୍ଣ୍ଣ ପଦକ, ୧୦୦ ମିଟର ୨୦୦ ମିଟର ରେ ବ୍ରୋଞ୍ଜ ପଦକ ଧୀରେନ କୁମାର ଦେହୁରୀ, ରେଢ଼ାଖୋଲ ର ୧୦୦ ମିଟର, ୨୦୦ ମିଟର, ଲଙ୍ଗ ଜମ୍ପ ରେ ସ୍ୱର୍ଣ୍ଣ ପଦକ ଏବଂ ଚନ୍ଦ୍ର ଶେଖର ପୁରୋହିତ, ରେଢ଼ାଖୋଲର ରିଲେ ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରି ସମଗ୍ର ରାଜ୍ୟ ପାଇଁ ନାଁ ରଖିଛନ୍ତି । ଏହି ଚାରିଜଣ ଖେଳାଳିଙ୍କ ଏପରି ଅସାଧାରଣ ସଫଳତା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବାବେଳେ ବିଭିନ୍ନ ମହଲରୁ ସେମାନଙ୍କୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି।


