ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ମାନସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅନ୍ତରକିଆରୀ ପରିସରରେ ଚଳିତ ଶିକ୍ଷାବର୍ଷରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ମୋଟ ୧୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବସରପରବର୍ତ୍ତୀ ‘ଶିକ୍ଷାଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଛି।
ବାଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତାପସ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି ମୁଖ୍ୟଅତିଥି ଏବଂ ପୂର୍ବତନ ଶିକ୍ଷକ ନେତା ବିଭୂତି ଭୂଷଣ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିକ୍ଷକମାନଙ୍କ ସମ୍ମାନ ନିମନ୍ତେ ସଂଘର ଏପରି ପ୍ରଶଂସନୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ସଭାର ଆରମ୍ଭରେ ସଂଘର ସମ୍ପାଦକ ପ୍ରଦୀପ୍ତ କିଶୋର ମହାପାତ୍ର ସମ୍ପାଦକୀୟ ବିବରଣୀ ପଠନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସଂଘର ଅନ୍ୟନ୍ୟ କର୍ମକର୍ତ୍ତା ଯଥା ପାଣ୍ଡବ ମହାରଣା, ଉମାକାନ୍ତ ଶାସମଲ, ଦୟାନିଧି ମହାରଣା, ବିଭୂତି ଭୂଷଣ ଘଡ଼େଇ, ଭଗବାନ ନାୟକ, ଛବି ନନ୍ଦ, ଦିଲ୍ଲୀପ କୁମାର ସ୍ୱାଇଁ, ଗଙ୍ଗାଧର ମହାପାତ୍ର, ଦୁର୍ଗାମାଧବ ବେହେରା, ପ୍ରଦୀପ କୁମାର ନାୟକ, ବିମଲ କୁମାର ନାୟକ, ବିଭୂତି ଭୂଷଣ ଦାଶ, ସନ୍ତୋଷ କୁମାର ବେହେରା, ସୁରେଶ କୁମାର ପଣ୍ଡା ଏବଂ ସି.ଆର.ସି.ସି. ସୂର୍ଯ୍ୟକାନ୍ତ ବେହେରା, ନରେଶ ପଣ୍ଡା, ପ୍ରେମଚାନ୍ଦ ସାହୁ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ।


