Categories
ଆଜିର ଖବର ରାଜ୍ୟ ଖବର

48 ଘଣ୍ଟା ପାଇଁ ବରଗଡ ହସ୍ପିଟାଲ ସଟ୍‌ଡାଉନ୍‌

ବରଗଡ : ବରଗଡ ଜିଲ୍ଲା  ମୁଖ୍ୟ ହସ୍ପିଟାଲ 48 ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରାଇଛି । 48 ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜଣେ ଡାକ୍ତରଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଯିବା ପରେ ସଟ୍‌ଡାଉନ୍‌ ଘୋଷଣା । ଚିକିତ୍ସାଧୀନ ରୋଗୀଙ୍କୁ ବୁର୍ଲା ଓ ବରଗଡ ପୁରୁଣା ଡାକ୍ତରଖାନାକୁ ସ୍ଥାନାନ୍ତର ।

ସୂଚନାଯୋଗ୍ୟ, ବରଗଡ ଜିଲ୍ଲାରୁ 274 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 68ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ଜିଲ୍ଲାରେ 178 ଜଣ ସୁସ୍ଥ ହୋଇଛନ୍ତି ।