Categories
ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀ ମନ୍ଦିର ଦର୍ଶନ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରସିଦ୍ଧ ମା’ ଭଗବତୀ ପୀଠ ଦର୍ଶନକୁ ଆସିଥିଲେ। ତାଙ୍କ ସାଙ୍ଗରେ ପୂର୍ବତନ ସାଂସଦ ରବି ନାରାୟଣ ପାଣି ମଧ୍ୟ ସାମିଲ ଥିଲେ। ଶ୍ରୀ ମହାପାତ୍ର ମନ୍ଦିରରେ ମା’ଙ୍କ ଦର୍ଶନ ସାରି ବେଢାରେ କିଛି ସମୟ ଅତିବାହିତ କରିବା ସହ ପ୍ରସାଦ ସେବନ କରିଥିଲେ।

ଏହି ସମୟରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ସ୍ଥାନୀୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ସେବାୟତଙ୍କ ସହ ଶ୍ରୀ ମହାପାତ୍ର ମନ୍ଦିରର ଉନ୍ନତି ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ।

ବାଣପୁର ଓକିଲ ସଂଘର ସମ୍ପାଦକ ଜଗନ୍ନାଥ ଭୋଳଙ୍କ ନେତୃତ୍ୱରେ ଏକ ଟିମ ମଧ୍ୟ ଶ୍ରୀ ମହାପାତ୍ରଙ୍କୁ ମନ୍ଦିର ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲା। ତେବେ ବାଣପୁର ଗସ୍ତର ଆଭିମୁଖ୍ୟ ବିଷୟରେ ଗଣମାଧ୍ୟମ ପ୍ରତିନିଧିମାନେ ଶ୍ରୀ ମହାପାତ୍ରଙ୍କୁ ପଚାରିବାରୁ ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଗସ୍ତ ବୋଲି କହିବା ସହ କେବଳ ମା’ ଭଗବତୀଙ୍କ ଦର୍ଶନ ପାଇଁ ଆସିଥିବାର କହିଛନ୍ତି। ତେବେ ରାଜନୈତିକ ପ୍ରଶ୍ନରୁ ସମ୍ପୂର୍ଣ୍ଣ ଦୁରେଇ ରହିଥିଲେ ଶ୍ରୀ ମହାପାତ୍ର।

Categories
ଆଜିର ଖବର ଜାତୀୟ ଖବର

ଏଲ.କେ ଆଡଭାନୀଙ୍କ ଘରେ ପହଞ୍ଚି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀଙ୍କ ୯୪ ତମ ଜନ୍ମଦିନ। ଏହି ଅବସରରେ ଅନେକ ଲୋକ ତାଙ୍କୁ ଅଭିବାଦନ ଜଣାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମେତ ଅନେକ ନେତା ପୃଥ୍ବୀରାଜ ରାସ୍ତାରେ ଥିବା ଏଲ.କେ ଆଡଭାନୀଙ୍କ ଘରେ ପହଞ୍ଚି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟ୍ୱିଟରେ କହିଛନ୍ତି ଯେ, ସମ୍ମାନିତ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି। ଲୋକମାନଙ୍କୁ ସଶକ୍ତିକରଣ ତଥା ଆମର ସାଂସ୍କୃତିକ ଗର୍ବ ବଢାଇବା ପାଇଁ ସେ କରିଥିବା ଉଦ୍ୟମ ପାଇଁ ଦେଶ ତାଙ୍କ ନିକଟରେ ଋଣୀ ରହିବ।

Categories
ଆଜିର ଖବର ରାଜ୍ୟ ଖବର

ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କୁ କରୋନା ପଜେଟିଭରେ ଗୁରୁତର ହେବାରୁ ଏମସରେ ଭର୍ତ୍ତି

ଭୁବନେଶ୍ବର, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କରୋନାରେ ସ୍ବସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏମସ ହସପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି।

ତାଙ୍କର ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି।  କିଛିଦିନ ତଳେ ସେ କରୋନା ପଜେଟିଭ ଚିହ୍ନଟ ହୋଇ ଘରେ କ୍ବାରଣ୍ଟାଇନରେ ରହିଥିଲେ। ହେଲେ ଆଜି ସକାଳେ ତାଙ୍କର ଗୁରୁତର ହେବାରୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ

ଟାଙ୍ଗୀ: ବରିଷ୍ଠ ବିଜେପି ନେତା ମଙ୍ଗୁଳି ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ, ଯୋଗ ଦେଲେ ଚିଲିକା ବିଧାୟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମଙ୍ଗୁଳି ଜେନା ସ୍ମୁତି କମିଟି ପକ୍ଷରୁ ଟାଙ୍ଗୀ ବ୍ଲକର ପୂର୍ବତନ ବରିଷ୍ଠ ବିଜେପି ନେତା ମଙ୍ଗୁଳି ଜେନାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ  ହୋଇଯାଇଛି। ଆଜି ନିଜ ଜନ୍ମ ସ୍ଥାନ ବଡପୋଖରିଆ ଗ୍ରାମରେ ମଙ୍ଗୁଳି ଜେନାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି।

ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ସଂଜୟ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଖୋରଧା ବିଧାୟକ ଜିତୁ ମିତ୍ର, ଚିଲିକା ବିଧାୟକ  ପ୍ରଶାନ୍ତ ଜଗଦ୍ଦେବ, ବରିଷ୍ଠ ସାମ୍ଵାଦିକ ପଦ୍ମନାଭ ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟ ମମତା ଜେନା ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ମଙ୍ଗୁଳି ଜେନାଙ୍କର ସ୍ମୁତି ଚାରଣ କରିଥିଲେ। ମଙ୍ଗୁଳି ଟାଙ୍ଗୀ ବ୍ଲକର ଜଣେ ଜଣା ଶୁଣା ଟାଣୁଆ ନେତା ଥିଲେ। ସେ ବହୁ ଜନ ହିତକର କାର୍ଯ୍ୟ କରି ଜନ ସାଧାରଣମାନଙ୍କର ଆସ୍ଥା ଭାଜନ ହୋଇଥିଲେ।

ଗତ ୨ ବର୍ଷ ତଳେ ମଙ୍ଗୁଳି ଜେନାଙ୍କୁ ଖୋର୍ଦ୍ଧାରେ ଗୁଳି ମାରି ହତ୍ୟା କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀମାନେ ଧରା ପଡିନଥିବାରୁ ସଭାରେ ଉଦବେଗ ପ୍ରକାଶ ପାଇଥିଲା। ଏହି ଉତ୍ସବରେ କୋଭିଡ୍ କଟକଣାକୁ ମାନି ଶତାଧିକ ଜନ ସାଧାରଣ ଯୋଗଦେଇଥିଲେ।