Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପାହାଚରେ ମୁଣ୍ଡିଆ ମାରି ଗୃହ ଭିତରକୁ ପ୍ରବେଶ କଲେ ବିଧାୟିକା ବର୍ଷା

ଭୁବନେଶ୍ବର: ଆଜିର ବିଧାନସଭା ବିଧାୟିକା ବର୍ଷା ବରିହାଙ୍କ ପାଇଁ ଥିଲା ସଂପୂର୍ଣ୍ଣ ନୂଆ। କାରଣ ସେ ପଦମପୁର ଉପନିର୍ବାଚନରେ ଜିତିବା ପରେ କୌଣସି ଅଧିବେସନ ହୋଇ ନ ଥିଲା। ଏହା ଥିଲା ତାଙ୍କ ପାଇଁ ପ୍ରଥମ ବିଧାନସଭା। ସେଥିପାଇଁ ବର୍ଷା ବିଧାନସଭା ଭିତରକୁ ପଶିବା ପୂର୍ବରୁ ସେ ପାହାଚରେ ମୁଣ୍ଡିଆଟିଏ ମାରି ଭିତରକୁ ପ୍ରବେଶ କରିଥିଲେ।

ସାମ୍ବାଦିକଙ୍କୁ ସେ କହିଥିଲେ ଯେ, ଆଜି ମୁଁ ବଡ ଗର୍ବ ଅନୁଭବ କରୁଛି। କାରଣ ମୋତେ ପଦ୍ମପୁରବାସୀ ବହୁ ଭୋଟରେ ଜିତାଇଛନ୍ତି। ସେହି ଅଞ୍ଚଳର ଯାହା କିଛି ମୌଳିକ ସମସ୍ୟା ରହିଛି ତାହାକୁ ମୁଁ ଗୃହରେ ଉପସ୍ଥାପିତ କରିବି। ମୋ ନିର୍ବାଚନ ମଣ୍ଡଳୀର ସମସ୍ତ ଉନ୍ନତି କରିବାରେ ମୁଁ ଯଥା ସମ୍ଭବ ଚେଷ୍ଠା କରିବି ବୋଲି ବର୍ଷା କହିଛନ୍ତି।