Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବସନ୍ତ ଉତ୍ସବ ପାଳିତ

ଭୁବନେଶ୍ଵର: ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ରଙ୍ଗର ପର୍ବ ହୋଲିକୁ ବସନ୍ତ ଉତ୍ସବ ଭାବରେ ସୁନାବେଡାସ୍ଥିତ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ DSW, ଡକ୍ଟର ରମେନ୍ଦ୍ର କୁମାର ପାଢୀ ଏବଂ ସାଂସ୍କୃତିକ କମିଟିର ସଂଯୋଜକ ଡକ୍ଟର କାକୋଲି ବାନାର୍ଜୀ ସ୍ୱାଗତ କରିଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ଟେକ୍ନୋଲୋଜିର ଡିନ୍, ପ୍ରଫେସର ଭରତ କୁମାର ପଣ୍ଡା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଡକ୍ଟର ବାନାର୍ଜୀ ତାଙ୍କ ସ୍ୱାଗତ ଭାଷଣରେ କାର୍ଯ୍ୟକ୍ରମର ପୃଷ୍ଠଭୂମି ଏବଂ ଋତୁ ପରିବର୍ତ୍ତନ ସହିତ ଦୋଳପୂର୍ଣ୍ଣିମା ପାଳନ କରିବାରେ ରବୀନ୍ଦ୍ରନାଥ ଟାଗୋରଙ୍କ ଭୂମିକା ବିଷୟରେ ପରିଚୟ ଦେଇଥିଲେ, ଯାହା ସେ ଶାନ୍ତି ନିକେତନରେ ବସନ୍ତ ଉତ୍ସବ ଭାବରେ ପରିଚିତ ଆନ୍ଦୋଳନ ଆରମ୍ଭ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଉତ୍କଳୀୟ ଭୂଖଣ୍ଡରେ ବସନ୍ତ ପର୍ବ

ଡକ୍ଟର ଫକୀର ମୋହନ ନାହାକ

ଉତ୍କଳୀୟ ଭୂଖଣ୍ଡରେ ବସନ୍ତର ବିଭା ହିଁ ବିଚିତ୍ର। ଆମ ଜନଜୀବନ ସହିତ ସହସ୍ର ବର୍ଷରୁ ସଂଯୁକ୍ତ ହୋଇ ରହିଛି ଏହି ବସନ୍ତ ଉତ୍ସବ। ଉତ୍କଳର ମଉଡ଼ମଣି ସ୍ୱୟଂ ଶ୍ରୀଜଗନ୍ନାଥ ଖେଳନ୍ତି ହୋଲି। ଦୋଳବେଦୀରେ ଦୋଳଗୋବିନ୍ଦ ରୂପରେ ଦର୍ଶନ ଦେଇ ଦୀନ ଦୁଃଖୀ ଦରିଦ୍ରଙ୍କ ଦୂରକରନ୍ତି ଦୁଃଖ। ସେହି ଦୋଳଗୋବିନ୍ଦଙ୍କ ଦର୍ଶନରେ ଜନ୍ମମୃତ୍ୟୁର ଚିରଘୂର୍ଣ୍ଣାୟମାନ ଚକ୍ରରୁ ମୁକ୍ତିମିଳେ ବୋଲି ଶାସ୍ତ୍ର କହେ।

ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍, ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମଂ ନବିଦ୍ୟତେ ।।    

ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନରୂପୀ ତ୍ରିବିକ୍ରମଙ୍କ ଦର୍ଶନ କଲେ ପୁନର୍ଜନ୍ମରୁ ମୁକ୍ତି ମିଳିଥାଏ । ଏହି ବିଶ୍ୱାସ ଟିକକ ନେଇ କାଳ କାଳରୁ ରାଧାଗୋବିନ୍ଦଙ୍କୁ ନେଇ ଦୋଳବିମାନରେ ନଗର ପରିକ୍ରମା କରାଉଛି ଉତ୍କଳୀୟ ଜୀବନ । ଆଜି ବି ଓଡ଼ିଶାର ପଲ୍ଲୀ ଜୀବନରେ ପ୍ରଚଳିତ ଲୋକଗୀତରେ କୁଆଁରୀ ଓ ଯୁବତୀମାନେ କହନ୍ତି,

ଆଦ୍ୟମାର୍ଗଶିର ଶିଶିର ଶୀତ, ଶ୍ରୀକୃଷ୍ଣ ଜାଣନ୍ତି ରାଧିକା ଚିତ୍ତ ।।

ପୌଷେ ଚନ୍ଦ୍ରାବଳୀ ଜପଇ ବସି, ହସ୍ତେ ବନମାଳା ଗଳେ ତୁଳସୀ ।।

ଆସିବେ ମାଧୋଇ ମାଘରେ ବୋଲି, ସଜାଇଥିଲି ମୁଁ କାନନ ମଲ୍ଲୀ ।।

ଫଗୁଣ ମାସରେ ରାଧାଗୋବିନ୍ଦ, ଫଗୁ ଖେଳନ୍ତି ହୋଇଣ ଆନନ୍ଦ ।।  

ଫାଲଗୁନ ଶୁକ୍ଳ ଦଶମୀ ବା ଫଗୁ ଦଶମୀରୁ ଗାଁ ଗାଁରେ ଆରମ୍ଭ ହୁଏ ଦୋଳଯାତ୍ରା। ଠାକୁର ବିମାନରେ ବସି ନଗର ପରିକ୍ରମା କରିବା ସହ ଦ୍ୱାରେ ଦ୍ୱାରେ ଭୋଗ ଖାଆନ୍ତି। ପୁଣି ଦୋଳପୂର୍ଣ୍ଣିମାରୁ ଚୈତ୍ର କୃଷ୍ଣ ପଞ୍ଚମୀ ଯାଏଁ ଏହି ନୀତି ସମ୍ପନ୍ନ ହୁଏ ଏବଂ ଶେଷରେ ହୁଏ ପଞ୍ଚଦୋଳ।

ସେହିପରି କେତେକ ସ୍ଥାନରେ ଚୈତ୍ର କୃଷ୍ଣ ଦଶମୀ ଯାଏଁ ଦୋଳଯାତ୍ରା ଆୟୋଜନ ହେବାର ପରମ୍ପରା ରହିଛି। ଯାହାକୁ ମିଳିଛି ଦଶଦୋଳର ମାନ୍ୟତା। ଦୋଳ ଉତ୍ସବର ଏକ ବିଚିତ୍ର ପରମ୍ପରା ହେଉଛି ଯେ, ଏଠାରେ ମଣିଷ ଓ ଦେବତା ଏକା ସାଙ୍ଗରେ ରଙ୍ଗ ଅବିର ଖେଳନ୍ତି। ରାଧା-କୃଷ୍ଣଙ୍କ ପରମ ପ୍ରେମରେ ପ୍ରେମମୟ ହୋଇଉଠେ ପରିବେଶ। ସମାଜିକ ଜନଜୀବନରେ ସଦଭାବ, ସହୃଦୟତା, ଆପଣାପଣର ଚରମ ନିଦର୍ଶନ ଦୋଳଉତ୍ସବ।

ଯେତେବେଳେ ମେଳଣ ପଡ଼ିଆରେ ଆଖ ପାଖ ଗାଁର ମନ୍ଦିରରୁ ବାହାରି ରାଧାଗୋବିନ୍ଦ ଦୋଳବିମାନରେ କାନ୍ଧରେ ବୁହାହୋଇ ଗୋଟିଏ ଯାଗାରେ ଏକାଠି ହୁଅନ୍ତି, ସେଇଠି ମିଳେଇ ଯାଏ ସବୁ ମାନ ଅଭିମାନ। ଘଣ୍ଟ, ଘଣ୍ଟା, କାହାଳୀ, ଖୋଳ କରତାଳ ଓ ମୃଦଙ୍ଗର ତାଳରେ ଉଦଣ୍ଡ କୀର୍ତ୍ତନ କରନ୍ତି ସମସ୍ତେ।

ଠାକୁର, ମଣିଷ ଏବଂ ପ୍ରକୃତି ସମସ୍ତେ ଏକାକାର ହୋଇ ଯାଆନ୍ତି ରଙ୍ଗରେ, ଅବିରରେ, ଫଗୁରେ, ଫଗୁଣର ମିଠା ମିଠା ଛୁଆଁରେ ଏବଂ ପ୍ରକୃତିର ପରଶରେ। ଗାଁ ଗାଁ ପାଲଟିଯାଏ ବୃନ୍ଦାବନ। ରାଧାଗୋବିନ୍ଦଙ୍କ ସାଙ୍ଗରେ ଗାଁଲୋକେ ପାଲଟିଯାଆନ୍ତି ଗୋପାଳ ଗୋପାଙ୍ଗନା। ମଧୁ ମଳୟରେ ରାଧାଗୋବିନ୍ଦଙ୍କ ସାନ୍ନିଧ୍ୟର ଏ ମଧୁର ଅନୁଭବ ପିଣ୍ଡିକ ଶ୍ରୀଚନ୍ଦନଙ୍କ ବସନ୍ତରାସରେ ବିସ୍ତରିଯାଏ ବହୁଦିଗ ।

ମଳୟ ଅଚଳ ସମ୍ପ୍ରତି ପ୍ରଚଳ ଦକ୍ଷିଣା ପବନ ବହିଲା । ତରୁ ଲତା ସବୁ ନୂତନ ପଲ୍ଲବ ରସାଳ ମୁକୁଳ ଧଇଲା ।।

ନବ ବସନ୍ତ ସମୟ .. ନବ ବୃନ୍ଦାବନ ରସମୟ ହେ .. ନବ ବସନ୍ତ ସମୟ ।।

ପ୍ରକୃତି ସହିତ ନିବିଡ଼ ଭାବେ ଜଡ଼ିତ ଦୋଳ ଉତ୍ସବରେ ବୃନ୍ଦାବନବିହାରୀ ରାଧାଗୋବିନ୍ଦଙ୍କୁ କଞ୍ଚାଆମ୍ବ, ଗୁଡ଼, ଚଣା, ଅବିର, କ୍ଷୀର ଏବଂ ଅକ୍ଷତକୁ ନୈବେଦ୍ୟ ରୂପରେ ବାଢ଼ିଦେଇ ପୂଜା କରିବା ପରମ୍ପରା ଉତ୍କଳର ।  ମୂଳତଃ ଦୋଳ ଉତ୍ସବ, ବସନ୍ତ ଉତ୍ସବ ବା ରଙ୍ଗ ଉତ୍ସବ ପନ୍ଦର ଦିନ ଧରି ସମସ୍ତଙ୍କୁ ବିମୋହିତ କରି ରଖେ ।

( ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି