Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଆଜି ହେଉଛି ପଣା ସଂକ୍ରାନ୍ତି, ଜାଣନ୍ତୁ ଏହି ଦିନ କଣ ଏବଂ କିପରି ପୂଜା କରିବା ଉଚିତ

ଭୁବନେଶ୍ବର, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ଆଜିଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆଗମନ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ।

ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି।

ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ତେଣୁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ। ପଣା ସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ମଧ୍ୟ ଖୋଲାଯାଏ। ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ। ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ।

ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳ ସଂକ୍ରାନ୍ତି ବୋଲି ମଧ୍ୟ କହିଥାନ୍ତି। ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ। ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ମଧ୍ୟ ପଡିଥାଏ।

ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଏ। ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ। ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ। ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ।

ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ। ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡନାଚର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ। ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କ ପର୍ବ ନାମରେ ପାଳନ କରାଯାଏ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଅବୀର ଲାଗି ପରେ ମା’ଭଗବତୀଙ୍କ ପୀଠ ଚ଼ଳଚ଼ଞ୍ଚଳ: ଫଗୁଦଶମୀରୁ ଆରମ୍ଭ ହେଲା ଦୋଳଯାତ୍ରା

ବାଣପୁର (ସୀତାରାମ ଅଗ୍ରୱାଲ): ବସନ୍ତ ଋତୁର ବଡ଼ ପର୍ବ ଦୋଳଯାତ୍ରା। ବସନ୍ତ ରାସ ସହିତ ଫଗୁ ବା ଅବୀରଖେଳର ଯାତ୍ରା ଭାବରେ ଉତ୍କଳର ପୁରପଲ୍ଲୀ ଚ଼ଳଚ଼ଞ୍ଚଳ ହୋଇଉଠେ। ଦୋଳଗୋବିନ୍ଦ ଶ୍ରୀଦେବୀ ଭୂଦେବୀଙ୍କ ସହିତ ସମସ୍ତ ଦେବାଦେବୀ ଦୋଳବିମାନରେ ବସି ଦ୍ଵାରା ଦ୍ଵାର ବୁଲି ଚ଼ାଚ଼େରୀଭୋଗ ଖାଇବା ସହିତ ଦୋଳିରେ ବସି ଝୁଲିବାର ଏହି ଆଧ୍ୟାତ୍ମିକ ଉତ୍ସବ ପ୍ରାଚୀନ କାଳରୁ ଉତ୍କଳରେ ପାଳିତ ହୋଇଆସୁଥିବାବେଳେ ମା’ଭଗବତୀଙ୍କପୀଠ ବାଣପୁରରେ ଏହି ଯାତ୍ରା ନିଆରା ଢଙ୍ଗରେ ପାଳିତ ହୁଏ।

ଫାଲଗୁନ ଶୁକ୍ଳ ଦଶମୀ ଭିତରଫଗୁ। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା, ବେଶ, ମହାପ୍ରସାଦ ଲାଗି ପରେ ବଲ୍ଲଭ ଆଳତୀ, ହୋଇ ଅବୀର ସହିତ ଚ଼ଣା ଶାକର ଲାଗିପରେ ମଧ୍ୟାହ୍ନଧୂପ ହୋଇ ପହୁଡ଼। ସଂଧ୍ୟାରେ ନିଶଙ୍କୁଡ଼ି ଧୂପ, ଆଳତି, ବଡ଼ସିଂହାର ଧୂପ ପରେ ପହୁଡ’।

ଶୁକ୍ଳ ଏକାଦଶୀରେ ରାତ୍ର ବଡ଼ସିଂହାର ପରେ ମା’ଙ୍କ ଚଳନ୍ତି ପ୍ରତିମା କାଠିଠାକୁରାଣୀ, ଶ୍ରୀ ଶ୍ରୀଦକ୍ଷେଶ୍ଵରଦେବ, ଶ୍ରୀ ଶ୍ରୀରଙ୍କ ନାଥ ଦେବ ଶ୍ରୀଶ୍ରୀ ରଘୁନାଥ ଦେବଙ୍କ ସହିତ ଦକ୍ଷେଶ୍ଵର ମନ୍ଦିର ଠାରୁ ସମ୍ମିଳିତ ଭାବରେ ସିଧାସିଧା ବାଜାରୋଷଣି ସହିତ ପୂର୍ବ ଦିଗରେ ଅବସ୍ଥିତ ବିଷରପାଟଣା ପର୍ଯନ୍ତ ଯାତ୍ରାକରି ଫେରିବା ବାଟରେ ପରିଛା ସାହି ର ପିତ୍ରାଳୟ ପରିଛା ସାଆନ୍ତଙ୍କ ଦୁଆରେ ମାନଙ୍କରେ ଚ଼ାଚ଼େରୀଭୋଗସାରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି।

ସେହିପରି ଶୁକ୍ଳ ଦ୍ଵାଦଶୀ ତିଥିର ରାତ୍ରବଡ଼ସିଂହାରପରେ ମା’ଭଗବତୀ ଶ୍ରୀଦକ୍ଷେଶ୍ଵର , ଶ୍ରୀରଙ୍କ ନାଥ,ଶ୍ରୀ ରଘୁନାଥ ଦେବଙ୍କ ସହିତ ଦକ୍ଷେଶ୍ଵର ମନ୍ଦିରରୁ ବିଜେ କରି ପଶ୍ଚିମଦିଗରେ ଅବସ୍ଥିତ ମା’ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଥାଟ ପଟୁଆରରେ ଯାତ୍ରା କରି ସେଠାରୁ ଦକ୍ଷେଶ୍ଵର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଶୁକ୍ଳ ତ୍ରୟୋଦିଶି ତିଥିରେ ପୁଣି ମା’କାଠି ଠାକୁରାଣୀ ପୂର୍ବ ଦିନ ପରି ବିଷର ପାଟଣା ପର୍ଯ୍ୟନ୍ତ ଯାତ୍ରାକରି ଫେରିବା ବାଟରେ ପରିଛା ସାଆନ୍ତଙ୍କ ଦୁଆରେ ଚାଚେରୀ ଭୋଗ ସାରି ଫେରିଆସିବା ସମୟରେ ବାଣପୁର ନିକଟସ୍ଥ ଅଚ୍ୟୁତରାଜପୁର, ଶ୍ରୀନିବାସପୁର, ତୁଳସୀ ଦେଇ ପୁର, ପାଟପୁର, କୋଟ ବିଦ୍ୟାଧରପୁର, ଗୋପାଳପୁର ଇତ୍ୟାଦି ଶାସନବାଡ଼ି ସହିତ ଖୁଣ୍ଟପଲ୍ଲୀର ଠାକୁରମାନେ ଥାଟ ପଟୁଆର ବାଣରୋଶଣୀ ସହିତ ମଧ୍ୟରାତ୍ର ପରେ ମିଳିତ ହୋଇ ମା’ଭଗବତୀଙ୍କୁ ଚତୁର୍ଦ୍ଦଶୀ ଯାତ୍ରା ନିମନ୍ତେ ନିମନ୍ତ୍ରଣ ଧରି ବାଣପୁର ବଜାର ସାହିଠାରେ ଆସି ଅପେକ୍ଷା କରିଥିବା ସମୟରେ ମା’ କାଠି ଠାକୁରାଣିଙ୍କୁ ସାଥିରେ ନେଇ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରି ସେଠାରେ ସମସ୍ତ ଦେବାଦେବୀଙ୍କୁ ବିଦାୟ ଦେଇ ମା’ ଦକ୍ଷେଶ୍ଵର ମନ୍ଦିରକୁ ଫେରିଆସନ୍ତି।

ଶୁକ୍ଳ ଚତୁର୍ଦ୍ଦଶୀ ତିଥିସଂଧ୍ୟାରେ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବ ଦକ୍ଷେଶ୍ଵର ମନ୍ଦିର ନିକଟରେ ପହଞ୍ଚିବା ପରେ ମା’ଭଗବତୀ କାଠିଠାକୁରାଣି, ଶ୍ରୀଦକ୍ଷେଶ୍ଵରଦେବ, ଶ୍ରୀରଘୁନାଥ ଦେବ ଶ୍ରୀରଙ୍କ ନାଥ ଦେବ ଥାଟ ପଟୁଆରରେ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଯାତ୍ରାକରି ମା’ଭଗବତୀଙ୍କୁ ଶାସନ ବାଡିର ଚ଼ାଚେରୀ ଭୋଗଖିଆ ନିମନ୍ତେ ବିଦାୟ ଦେଇ ନିଜ ନିଜ ମନ୍ଦିରକୁ ଫେରିଆସନ୍ତି। କେବଳ ଶ୍ରୀଉମାମହେଶ୍ୱର ଦେବ ଦକ୍ଷେଶ୍ଵର ମନ୍ଦିର ବାହାର ଗୁମୁଟପାଖରେ ମା’ଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି।

ଚତୁର୍ଦ୍ଦଶୀ ରାତ୍ରରୁ ପୂର୍ଣ୍ଣିମା ଅପରାହ୍ନ ପର୍ଯ୍ୟନ୍ତ ମା’ଭଗବତୀ ତିନିଶାସନବାଡ଼ି ସହିତ, କାଠି ନାହାକ ଓ ପରିଚ୍ଛା ସାଆନ୍ତଙ୍କ ଦୁଆରମାନଙ୍କରେ ଶଙ୍କୁଡ଼ି/ନିଶଙ୍କୁଡ଼ି ଭୋଗ ଲାଗି ହୋଇ ଉମା ମହେଶ୍ୱର ଦେବ ଦକ୍ଷେଶ୍ଵରଦେବ, ରଙ୍କ ନାଥ ଦେବ ରଘୁନାଥ ଦେବଙ୍କ ସହିତ ମିଶି ବିଷର ପାଟଣାର ଅଗ୍ନି ଉତ୍ସବ ପଡ଼ିଆକୁ ଯାତ୍ରା କରନ୍ତି। ସେଠାରେ ଅଗିରାପୋଡ଼ା ରେ ପରିକ୍ରମା ପରେ ଉମାମହେଶ୍ୱର ଦେବଙ୍କୁ ବିଦାୟ ଦେଇ ଦକ୍ଷେଶ୍ଵର ମନ୍ଦିରକୁ ଫେରିଆସି ଧୂପବଢିବା ପରେ ଦୋଳବେଦୀକୁ ବିଜେ କରନ୍ତି। ସେଠାରେ ଦୋଳପୂର୍ଣ୍ଣିମାର ନୀତିକାନ୍ତି ସରିବା ପରେ ମା’ ମନ୍ଦିରକୁ ଫେରିପହୁଡ଼ ଯାଆନ୍ତି। ପାଞ୍ଚଦିନ ଧରି ପାଳିତବାଣପୁର ଅଞ୍ଚଳର ଏହି ନିଆରା ପାରମ୍ପରିକ ଦୋଳଉତ୍ସବରେ ଅଗଣିତ ଶ୍ରଦ୍ଧାଳୁଯୋଗ ଦେଇ ମା’ଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କରନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆଜି ହେଉଛି ପଣା ସଂକ୍ରାନ୍ତି, ଜାଣନ୍ତୁ ଏହି ଦିନ କଣ ଏବଂ କିପରି ପୂଜା କରିବା ଉଚିତ

ଭୁବନେଶ୍ବର, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ଆଜିଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆଗମନ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ।

ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି।

ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ତେଣୁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ। ପଣା ସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ମଧ୍ୟ ଖୋଲାଯାଏ। ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ। ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ।

ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳ ସଂକ୍ରାନ୍ତି ବୋଲି ମଧ୍ୟ କହିଥାନ୍ତି। ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ। ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ମଧ୍ୟ ପଡିଥାଏ।

ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଏ। ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ। ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ। ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ।

ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ। ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡନାଚର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ। ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କ ପର୍ବ ନାମରେ ପାଳନ କରାଯାଏ।

Categories
ଆଞ୍ଚଳିକ ଧର୍ମ

ଆସନ୍ତା ୨୨ ରୁ ମା’ ଭଗବତୀଙ୍କ ପୀଠରେ ବାସନ୍ତିକ ନବରାତ୍ରି ବିଶ୍ଵଶାନ୍ତି ମହାଯଜ୍ଞ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରେ ବସନ୍ତ ଋତୁର ନବରାତ୍ରି ଉପଲକ୍ଷେ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ୨୨ ତାରିଖ ବୁଧବାର ଠାରୁ ନଅ ଦିନ ଧରି ଚାଲିବ। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମା’ଙ୍କ ପୀଠରେ ଏହି ଯଜ୍ଞ ଅନୁଷ୍ଠିତ ହେଉଛି। ବାଣପୁରର ସମସ୍ତ ଜନସାଧାରଣଙ୍କ ସହଯୋଗରେ ମା’ ଭଗବତୀ ବାସନ୍ତିକ ମହାଯଜ୍ଞ କମିଟିର ସଦସ୍ୟମାନେ ଉକ୍ତ ଯଜ୍ଞର ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯାୟରେ ପହଞ୍ଚିଛି ବୋଲି କମିଟି ସଦସ୍ୟ ସଞ୍ଜୟ କୁମାର ମହାପାତ୍ର (ଫୁକୁ) ମତପ୍ରକାଶ କରିଛନ୍ତି।

ତତସହିତ ମା’ ଭଗବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା ଉକ୍ତ ଯଜ୍ଞକୁ ଏଣ୍ଡାଉମେଣ୍ଟ କମିଶନର ଅନୁମତି ପ୍ରଦାନ କରିଛନ୍ତି। ଯଜ୍ଞର ବିଧିବିଧାନ ଅନୁଯାୟୀ ମଙ୍ଗଳବାର ଅଙ୍କୁରାରୋପଣ, ବୁଧବାର କଳସ ଯାତ୍ରା ଏବଂ ଗୁରୁବାର ଅଧିବାସ ପର ଠାରୁ ଯଜ୍ଞ ଆରମ୍ଭ ହେବ। ଦୈନିକ ଚଣ୍ଡୀପାଠ, ରାମଚରିତ ମାନସ ପଠନ, ଭଜନ ଏବଂ ପ୍ରତ୍ୟେହ ମା’ ଭଗବତୀଙ୍କ ବାପଘର ଶ୍ରୀ ଶ୍ରୀ ଶ୍ରୀ ଦକ୍ଷେଶ୍ୱରଙ୍କ ନିକଟରେ ରୁଦ୍ରାଭିଷେକ ଆସନ୍ତା ୩୦ ତାରିଖ ଗୁରୁବାର ପର୍ଯ୍ୟନ୍ତ ନବ ଦିନ ଧରି ଚାଲୁ ରହିବ।

ମା’ ଙ୍କ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ଲକ୍ଷ୍ୟରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁମାନଙ୍କୁ ପ୍ରବଚନ ଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହି ନବରାତ୍ରି ଯଜ୍ଞ ନିମନ୍ତେ ବାଣପୁର ଓ ପ୍ରବାସୀ ବାଣପୁର ଜନସାଧାରଣ ଆର୍ଥିକ ସହଯୋଗ କରୁଥୁବାର କହିଛନ୍ତି ଶ୍ରୀ ମହାପାତ୍ର। ଅଧିକରୁ ଅଧିକ ଶ୍ରଦ୍ଧାଳୁ ମା’ଙ୍କର ଏହି ମହାଯଜ୍ଞରେ ସାମିଲ ହୋଇ ଆଶୀର୍ବାଦ ଲାଭ କରିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି।

ତତସହିତ ଉକ୍ତ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ମା’ ଭଗବତୀଙ୍କ ପିଠରେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେବା ନେଇ ଆଶା ରଖିଛି କମିଟି।