Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆସନ୍ତା ୨୨ ରୁ ମା’ ଭଗବତୀଙ୍କ ପୀଠରେ ବାସନ୍ତିକ ନବରାତ୍ରି ବିଶ୍ଵଶାନ୍ତି ମହାଯଜ୍ଞ
ଆଞ୍ଚଳିକ

ଆସନ୍ତା ୨୨ ରୁ ମା’ ଭଗବତୀଙ୍କ ପୀଠରେ ବାସନ୍ତିକ ନବରାତ୍ରି ବିଶ୍ଵଶାନ୍ତି ମହାଯଜ୍ଞ

March 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ମା' ଭଗବତୀ
ମା' ଭଗବତୀଙ୍କ ଚାପ କ୍ରୀଡ଼ା ଆରମ୍ଭ: ତିନି ଦିନ ଧରି ଚାଲିବ ପ୍ରସିଦ୍ଧ ଭଉଁରୀଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରେ ବସନ୍ତ ଋତୁର ନବରାତ୍ରି ଉପଲକ୍ଷେ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ୨୨ ତାରିଖ ବୁଧବାର ଠାରୁ ନଅ ଦିନ ଧରି ଚାଲିବ। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମା’ଙ୍କ ପୀଠରେ ଏହି ଯଜ୍ଞ ଅନୁଷ୍ଠିତ ହେଉଛି। ବାଣପୁରର ସମସ୍ତ ଜନସାଧାରଣଙ୍କ ସହଯୋଗରେ ମା’ ଭଗବତୀ ବାସନ୍ତିକ ମହାଯଜ୍ଞ କମିଟିର ସଦସ୍ୟମାନେ ଉକ୍ତ ଯଜ୍ଞର ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯାୟରେ ପହଞ୍ଚିଛି ବୋଲି କମିଟି ସଦସ୍ୟ ସଞ୍ଜୟ କୁମାର ମହାପାତ୍ର (ଫୁକୁ) ମତପ୍ରକାଶ କରିଛନ୍ତି।

ତତସହିତ ମା’ ଭଗବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା ଉକ୍ତ ଯଜ୍ଞକୁ ଏଣ୍ଡାଉମେଣ୍ଟ କମିଶନର ଅନୁମତି ପ୍ରଦାନ କରିଛନ୍ତି। ଯଜ୍ଞର ବିଧିବିଧାନ ଅନୁଯାୟୀ ମଙ୍ଗଳବାର ଅଙ୍କୁରାରୋପଣ, ବୁଧବାର କଳସ ଯାତ୍ରା ଏବଂ ଗୁରୁବାର ଅଧିବାସ ପର ଠାରୁ ଯଜ୍ଞ ଆରମ୍ଭ ହେବ। ଦୈନିକ ଚଣ୍ଡୀପାଠ, ରାମଚରିତ ମାନସ ପଠନ, ଭଜନ ଏବଂ ପ୍ରତ୍ୟେହ ମା’ ଭଗବତୀଙ୍କ ବାପଘର ଶ୍ରୀ ଶ୍ରୀ ଶ୍ରୀ ଦକ୍ଷେଶ୍ୱରଙ୍କ ନିକଟରେ ରୁଦ୍ରାଭିଷେକ ଆସନ୍ତା ୩୦ ତାରିଖ ଗୁରୁବାର ପର୍ଯ୍ୟନ୍ତ ନବ ଦିନ ଧରି ଚାଲୁ ରହିବ।

ମା’ ଙ୍କ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ଲକ୍ଷ୍ୟରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁମାନଙ୍କୁ ପ୍ରବଚନ ଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହି ନବରାତ୍ରି ଯଜ୍ଞ ନିମନ୍ତେ ବାଣପୁର ଓ ପ୍ରବାସୀ ବାଣପୁର ଜନସାଧାରଣ ଆର୍ଥିକ ସହଯୋଗ କରୁଥୁବାର କହିଛନ୍ତି ଶ୍ରୀ ମହାପାତ୍ର। ଅଧିକରୁ ଅଧିକ ଶ୍ରଦ୍ଧାଳୁ ମା’ଙ୍କର ଏହି ମହାଯଜ୍ଞରେ ସାମିଲ ହୋଇ ଆଶୀର୍ବାଦ ଲାଭ କରିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି।

ତତସହିତ ଉକ୍ତ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ମା’ ଭଗବତୀଙ୍କ ପିଠରେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେବା ନେଇ ଆଶା ରଖିଛି କମିଟି।

ନବରାତ୍ର ବସନ୍ତ ଋତୁ ବାଣପୁର ବିଶ୍ଵଶାନ୍ତି ମହାଯଜ୍ଞ ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଜୁନ ୨୩ରେ ପାଞ୍ଚୋଟି ରାଶିର ଲୋକେ ହେବେ ମାଲାମାଲ୍

June 23, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Latest News

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026

କଳିଙ୍ଗନଗରରେ ବଡ଼ ବିପଦର ସଙ୍କେତ! ଭିସିଆଇ କେମିକାଲସ୍‌ କାରଖାନାରେ ଅଗ୍ନିକାଣ୍ଡ, ପ୍ରଶ୍ନରେ ଶିଳ୍ପାଞ୍ଚଳର ସୁରକ୍ଷା ବ୍ୟବସ୍ଥା

June 24, 2026

ଇଥାନଲ୍ ମିଶ୍ରଣ ସମ୍ପର୍କିତ ଭ୍ରମାତ୍ମକ ପୋଷ୍ଟ ଓ ପୁରୁଣା ଚିତ୍ରର ସତ୍ୟତା ନାହିଁ; ସରକାରଙ୍କ ସ୍ପଷ୍ଟୀକରଣ

June 24, 2026

ପୁରୀରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା 

June 24, 2026

ବିଜେପି ବୁଥ ସଭାପତିଙ୍କୁ ହତ୍ୟା

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.