Categories
ଆଞ୍ଚଳିକ ଧର୍ମ

ଆସନ୍ତା ୨୨ ରୁ ମା’ ଭଗବତୀଙ୍କ ପୀଠରେ ବାସନ୍ତିକ ନବରାତ୍ରି ବିଶ୍ଵଶାନ୍ତି ମହାଯଜ୍ଞ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରେ ବସନ୍ତ ଋତୁର ନବରାତ୍ରି ଉପଲକ୍ଷେ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ୨୨ ତାରିଖ ବୁଧବାର ଠାରୁ ନଅ ଦିନ ଧରି ଚାଲିବ। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମା’ଙ୍କ ପୀଠରେ ଏହି ଯଜ୍ଞ ଅନୁଷ୍ଠିତ ହେଉଛି। ବାଣପୁରର ସମସ୍ତ ଜନସାଧାରଣଙ୍କ ସହଯୋଗରେ ମା’ ଭଗବତୀ ବାସନ୍ତିକ ମହାଯଜ୍ଞ କମିଟିର ସଦସ୍ୟମାନେ ଉକ୍ତ ଯଜ୍ଞର ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯାୟରେ ପହଞ୍ଚିଛି ବୋଲି କମିଟି ସଦସ୍ୟ ସଞ୍ଜୟ କୁମାର ମହାପାତ୍ର (ଫୁକୁ) ମତପ୍ରକାଶ କରିଛନ୍ତି।

ତତସହିତ ମା’ ଭଗବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା ଉକ୍ତ ଯଜ୍ଞକୁ ଏଣ୍ଡାଉମେଣ୍ଟ କମିଶନର ଅନୁମତି ପ୍ରଦାନ କରିଛନ୍ତି। ଯଜ୍ଞର ବିଧିବିଧାନ ଅନୁଯାୟୀ ମଙ୍ଗଳବାର ଅଙ୍କୁରାରୋପଣ, ବୁଧବାର କଳସ ଯାତ୍ରା ଏବଂ ଗୁରୁବାର ଅଧିବାସ ପର ଠାରୁ ଯଜ୍ଞ ଆରମ୍ଭ ହେବ। ଦୈନିକ ଚଣ୍ଡୀପାଠ, ରାମଚରିତ ମାନସ ପଠନ, ଭଜନ ଏବଂ ପ୍ରତ୍ୟେହ ମା’ ଭଗବତୀଙ୍କ ବାପଘର ଶ୍ରୀ ଶ୍ରୀ ଶ୍ରୀ ଦକ୍ଷେଶ୍ୱରଙ୍କ ନିକଟରେ ରୁଦ୍ରାଭିଷେକ ଆସନ୍ତା ୩୦ ତାରିଖ ଗୁରୁବାର ପର୍ଯ୍ୟନ୍ତ ନବ ଦିନ ଧରି ଚାଲୁ ରହିବ।

ମା’ ଙ୍କ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ଲକ୍ଷ୍ୟରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁମାନଙ୍କୁ ପ୍ରବଚନ ଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହି ନବରାତ୍ରି ଯଜ୍ଞ ନିମନ୍ତେ ବାଣପୁର ଓ ପ୍ରବାସୀ ବାଣପୁର ଜନସାଧାରଣ ଆର୍ଥିକ ସହଯୋଗ କରୁଥୁବାର କହିଛନ୍ତି ଶ୍ରୀ ମହାପାତ୍ର। ଅଧିକରୁ ଅଧିକ ଶ୍ରଦ୍ଧାଳୁ ମା’ଙ୍କର ଏହି ମହାଯଜ୍ଞରେ ସାମିଲ ହୋଇ ଆଶୀର୍ବାଦ ଲାଭ କରିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି।

ତତସହିତ ଉକ୍ତ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ମା’ ଭଗବତୀଙ୍କ ପିଠରେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେବା ନେଇ ଆଶା ରଖିଛି କମିଟି।

Categories
DurgaPuja2021 ଆଜିର ଖବର ଧର୍ମ

ଆଜିଠାରୁ ଆରମ୍ଭ ହେଲା ନବରାତ୍ର ପୂଜା, ମାଙ୍କ ଆର୍ଶିବାଦ ପାଇଁ ପ୍ରଥମେ କଣ କରିବା ଉଚିତ୍

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ନବରାତ୍ର ବା ନବବ୍ରତ ପୂଜା। ଏହି ନବବ୍ରତ ଅବସରରେ ମା ଦୁର୍ଗାଙ୍କ ଭକ୍ତମାନେ ବହୁ ସଂଖ୍ୟାରେ ନିଜ ଘରେ ମଙ୍ଗଳ ଘଟ ସ୍ଥାପନ କରନ୍ତି। ଏକ ଅଖଣ୍ଡ ଦୀପ ଜାଳି, ନଅ ଦିନ ଧରି ଉପବାସ ରୁହନ୍ତି।

ଶାରଦୀୟ ନବରାତ୍ରୀର ମଙ୍ଗଳ କଳସ ପ୍ରତିଷ୍ଠା କରିବାର ପଦ୍ଧତି ଏବଂ ନିୟମ ରହିଛି । ଏହି ପୂଜାର ପ୍ରଥମ ଦିନରେ ଘଟ ସ୍ଥାପନା ବା କଳସ ସ୍ଥାପନାରୁ ଆରମ୍ଭ ହୋଇଥାଏ । ଏହା ସହିତ ନଅ ଦିନ ବ୍ୟାପି ଅଖଣ୍ଡ ଦୀପ ମଧ୍ୟ ଲଗାଇବା ଆରମ୍ଭ କରାଯାଏ।

କଳସ ସ୍ଥାପନା ବେଳେ ସର୍ବପ୍ରଥମେ କଳସରେ ଏକ ସ୍ବସ୍ତିକ ତିଆରି କରନ୍ତୁ । ତା’ପରେ ସାଲୁକନା ବାନ୍ଧି ସେଥିରେ ପାଣି ଭରନ୍ତୁ । କଳସରେ ଗୋଟା ଗୁଆ, ଫୁଲ, ଅତର ଏବଂ ପଞ୍ଚାରତ୍ନ ମୁଦ୍ରା ରଖନ୍ତୁ। ନବବ୍ରତୀର ପ୍ରଥମ ଦିନରେ ଘଟ ସ୍ଥାପନା ସହିତ ନଅ ଦିନ ପାଇଁ ମାତା ଦେବୀଙ୍କ ପୂଜା ଆରମ୍ଭ ହୋଇଥାଏ।

Categories
ଆଜିର ଖବର ସଂସ୍କୃତି

ଆଜି ହେଉଛି ନବରାତ୍ର ପୂଜା, ଏହା ନ କଲେ ପୂଜା ରହିଯିବ ଅଧୁରା

ଭୁବନେଶ୍ବର, ଆଜିଠାରୁ ନବରାତ୍ରୀ ଆରମ୍ଭ ହେଉଛି । ନବରାତ୍ରୀ ସମୟରେ ଭକ୍ତମାନେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରିଥାନ୍ତି। ଆଜି ନବରାତ୍ରୀଙ୍କର ପ୍ରଥମ ଦିନ ହୋଇଥିବା ବେଳେ ଏହା 25 ଅକ୍ଟୋବରରେ ବୁଡ଼ ପକାଇ ସମାପ୍ତ କରାଯିବ। ନବରାତ୍ରୀ ଅଶ୍ୱିନ ପ୍ରତିପଦା ତିଥିରୁ ଆରମ୍ଭ କରି ନବମୀ ତିଥି ପର୍ଯ୍ୟନ୍ତ ଚାଲିଥାଏ।

ପ୍ରତିପଦା ତିଥିରେ ଅର୍ଥାତ ଆଜି ହେଉଛି କଳସ ପ୍ରତିଷ୍ଠା ପାଇଁ ଶୁଭ ସମୟ। ଏହି ଦିନ କଳସ ପ୍ରତିଷ୍ଠା ସହିତ ଦେବୀ ଶୈଳପୁତ୍ରୀଙ୍କ ପୂଜା ମଧ୍ୟ କରାଯିବ। ତା’ପରେ ଯଥାକ୍ରମେ ବ୍ରହ୍ମଚାରିଣୀ, ଚିତ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀଙ୍କ ପୂଜା ହେବ। 24 ଅକ୍ଟୋବରରେ ମହାଷ୍ଠମୀ ଏବଂ ମହାନବମୀ ପଡିବ।  ଅକ୍ଟୋବର 25ରେ ବିଜୟା ଦଶମୀ ସହ ନବରାତ୍ର ପୂଜା ସମାପ୍ତ ହେବ। ହିନ୍ଦୁ ନୂଆ ବର୍ଷ ମଧ୍ୟ ନବରାତ୍ରୀଙ୍କ ସହ ଆରମ୍ଭ ହେବ

କେଉଁ ଦିନ କେଉଁ ଦେବୀଙ୍କୁ ପୂଜା କରାଯିବ

ଅକ୍ଟୋବର 17, ପ୍ରତିପଦା-ଘଟ ବା କଳସ ପ୍ରତିଷ୍ଠା – ଶୈଳପୁତ୍ରୀ
ଅକ୍ଟୋବର 18, ଦ୍ବିତୀୟା- ବ୍ରହ୍ମଚାରିଣୀ ପୂଜା

ଅକ୍ଟୋବର 19, ତ୍ରିତୀୟା-ଚିତ୍ରଘଣ୍ଟା ପୂଜା
ଅକ୍ଟୋବର 20, ଚତୁର୍ଥୀ-କୁଷ୍ମଣ୍ଡା ପୂଜା
ଅକ୍ଟୋବର 21, ପଞ୍ଚମୀ-ସରସ୍ୱତୀ ପୂଜା, ସ୍କନ୍ଦମାତା ପୂଜା
ଅକ୍ଟୋବର 22, ଷଷ୍ଠୀ-କାତ୍ୟାୟାନୀ ପୂଜା
ଅକ୍ଟୋବର 23, ସପ୍ତମୀ – କାଳରାତ୍ରୀ, ସରସ୍ୱତୀ ପୂଜା
ଅକ୍ଟୋବର 24, ଅଷ୍ଟମୀ-ମହାଗୌରୀ, ଦୁର୍ଗା ଅଷ୍ଟମୀ, ନବମୀ ପୂଜା
ଅକ୍ଟୋବର 25, ନବମୀ-, ସିଦ୍ଧିଦାତ୍ରୀ, ନବରାତ୍ରୀ ପାରାୟାଣ, ଦୁର୍ଗା ବିଷର୍ଜ୍ଜନ, ବିଜୟାଦଶମୀ