ଆଜିଠାରୁ ଆରମ୍ଭ ହେଲା ନବରାତ୍ର ପୂଜା, ମାଙ୍କ ଆର୍ଶିବାଦ ପାଇଁ ପ୍ରଥମେ କଣ କରିବା ଉଚିତ୍

Published: Oct 7, 2021, 10:02 am IST

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ନବରାତ୍ର ବା ନବବ୍ରତ ପୂଜା। ଏହି ନବବ୍ରତ ଅବସରରେ ମା ଦୁର୍ଗାଙ୍କ ଭକ୍ତମାନେ ବହୁ ସଂଖ୍ୟାରେ ନିଜ ଘରେ ମଙ୍ଗଳ ଘଟ ସ୍ଥାପନ କରନ୍ତି। ଏକ ଅଖଣ୍ଡ ଦୀପ ଜାଳି, ନଅ ଦିନ ଧରି ଉପବାସ ରୁହନ୍ତି।

ଶାରଦୀୟ ନବରାତ୍ରୀର ମଙ୍ଗଳ କଳସ ପ୍ରତିଷ୍ଠା କରିବାର ପଦ୍ଧତି ଏବଂ ନିୟମ ରହିଛି । ଏହି ପୂଜାର ପ୍ରଥମ ଦିନରେ ଘଟ ସ୍ଥାପନା ବା କଳସ ସ୍ଥାପନାରୁ ଆରମ୍ଭ ହୋଇଥାଏ । ଏହା ସହିତ ନଅ ଦିନ ବ୍ୟାପି ଅଖଣ୍ଡ ଦୀପ ମଧ୍ୟ ଲଗାଇବା ଆରମ୍ଭ କରାଯାଏ।

କଳସ ସ୍ଥାପନା ବେଳେ ସର୍ବପ୍ରଥମେ କଳସରେ ଏକ ସ୍ବସ୍ତିକ ତିଆରି କରନ୍ତୁ । ତା’ପରେ ସାଲୁକନା ବାନ୍ଧି ସେଥିରେ ପାଣି ଭରନ୍ତୁ । କଳସରେ ଗୋଟା ଗୁଆ, ଫୁଲ, ଅତର ଏବଂ ପଞ୍ଚାରତ୍ନ ମୁଦ୍ରା ରଖନ୍ତୁ। ନବବ୍ରତୀର ପ୍ରଥମ ଦିନରେ ଘଟ ସ୍ଥାପନା ସହିତ ନଅ ଦିନ ପାଇଁ ମାତା ଦେବୀଙ୍କ ପୂଜା ଆରମ୍ଭ ହୋଇଥାଏ।

Related posts