Categories
ଆଞ୍ଚଳିକ

ତୁମ୍ବେଶ୍ୱର ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା ଅନୁ୍ଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ସ୍ଥିତ ଶ୍ରୀ ତୁମ୍ବେଶ୍ୱର ଶୈବ ମନ୍ଦିର ନୂତନ ପ୍ରାସାଦ ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ ଏକ କଳସ ଯାତ୍ରା ଅନୁ୍ଷ୍ଠିତ ହୋଇଯାଇଛି। କାଳୀ ମନ୍ଦିର ନିକଟସ୍ଥ ପୋଖରି ରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ସହ କଳସ ଯାତ୍ରା ଆରମ୍ଭ ହୋଇଥିଲା। ଏହି ବିଶ୍ଵଶାନ୍ତି ମହାଯଜ୍ଞ ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୧ ତାରିଖ ଦିନ ପୂର୍ଣ୍ଣାହୁତି ହେବ।

ଏହି ପରିପ୍ରେକ୍ଷୀରେ ନାମଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହେବ। କର୍ମକାଣ୍ଡ ପଣ୍ଡିତ ଗୌରୀ କୁମାର ମିଶ୍ର ପୁରୋହିତ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ଷଣ୍ଢମୂଳ ଗ୍ରାମ ପଞ୍ଚାୟତ ବାସୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଛନ୍ତି ।ଆଜିର ଏହି କଳସ ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ ଧର୍ମ

ଆସନ୍ତା ୨୨ ରୁ ମା’ ଭଗବତୀଙ୍କ ପୀଠରେ ବାସନ୍ତିକ ନବରାତ୍ରି ବିଶ୍ଵଶାନ୍ତି ମହାଯଜ୍ଞ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରେ ବସନ୍ତ ଋତୁର ନବରାତ୍ରି ଉପଲକ୍ଷେ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ୨୨ ତାରିଖ ବୁଧବାର ଠାରୁ ନଅ ଦିନ ଧରି ଚାଲିବ। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମା’ଙ୍କ ପୀଠରେ ଏହି ଯଜ୍ଞ ଅନୁଷ୍ଠିତ ହେଉଛି। ବାଣପୁରର ସମସ୍ତ ଜନସାଧାରଣଙ୍କ ସହଯୋଗରେ ମା’ ଭଗବତୀ ବାସନ୍ତିକ ମହାଯଜ୍ଞ କମିଟିର ସଦସ୍ୟମାନେ ଉକ୍ତ ଯଜ୍ଞର ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯାୟରେ ପହଞ୍ଚିଛି ବୋଲି କମିଟି ସଦସ୍ୟ ସଞ୍ଜୟ କୁମାର ମହାପାତ୍ର (ଫୁକୁ) ମତପ୍ରକାଶ କରିଛନ୍ତି।

ତତସହିତ ମା’ ଭଗବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା ଉକ୍ତ ଯଜ୍ଞକୁ ଏଣ୍ଡାଉମେଣ୍ଟ କମିଶନର ଅନୁମତି ପ୍ରଦାନ କରିଛନ୍ତି। ଯଜ୍ଞର ବିଧିବିଧାନ ଅନୁଯାୟୀ ମଙ୍ଗଳବାର ଅଙ୍କୁରାରୋପଣ, ବୁଧବାର କଳସ ଯାତ୍ରା ଏବଂ ଗୁରୁବାର ଅଧିବାସ ପର ଠାରୁ ଯଜ୍ଞ ଆରମ୍ଭ ହେବ। ଦୈନିକ ଚଣ୍ଡୀପାଠ, ରାମଚରିତ ମାନସ ପଠନ, ଭଜନ ଏବଂ ପ୍ରତ୍ୟେହ ମା’ ଭଗବତୀଙ୍କ ବାପଘର ଶ୍ରୀ ଶ୍ରୀ ଶ୍ରୀ ଦକ୍ଷେଶ୍ୱରଙ୍କ ନିକଟରେ ରୁଦ୍ରାଭିଷେକ ଆସନ୍ତା ୩୦ ତାରିଖ ଗୁରୁବାର ପର୍ଯ୍ୟନ୍ତ ନବ ଦିନ ଧରି ଚାଲୁ ରହିବ।

ମା’ ଙ୍କ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ଲକ୍ଷ୍ୟରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁମାନଙ୍କୁ ପ୍ରବଚନ ଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହି ନବରାତ୍ରି ଯଜ୍ଞ ନିମନ୍ତେ ବାଣପୁର ଓ ପ୍ରବାସୀ ବାଣପୁର ଜନସାଧାରଣ ଆର୍ଥିକ ସହଯୋଗ କରୁଥୁବାର କହିଛନ୍ତି ଶ୍ରୀ ମହାପାତ୍ର। ଅଧିକରୁ ଅଧିକ ଶ୍ରଦ୍ଧାଳୁ ମା’ଙ୍କର ଏହି ମହାଯଜ୍ଞରେ ସାମିଲ ହୋଇ ଆଶୀର୍ବାଦ ଲାଭ କରିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି।

ତତସହିତ ଉକ୍ତ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ମା’ ଭଗବତୀଙ୍କ ପିଠରେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେବା ନେଇ ଆଶା ରଖିଛି କମିଟି।