ବାଲୁଗାଁ: ଏପ୍ରିଲ ୨୮ ତାରିଖଠାରୁ ୪ ଦିନ ବ୍ୟାପି ରାଉତରାପଲ୍ଲୀ ଗ୍ରାମରେ ବିଶ୍ଵ ଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ଉକ୍ତ ବିଶ୍ଵ ଶାନ୍ତି ମହାଯଜ୍ଞ ଗ୍ରାମର ଶ୍ରୀଶ୍ରୀଶ୍ରୀ ମା’ ପାଦୁକେଇ ଦେବୀଙ୍କ ମଣ୍ଡପ ପ୍ରାଙ୍ଗଣରେ ମହା ସମାରୋହରେ ଅନୁଷ୍ଠିତ ହେଉଛି।
ରାଉତରାପଲ୍ଲୀ ଗ୍ରାମର ଗ୍ରାମବାସୀଙ୍କ ସହଯୋଗରେ ମହାଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଗ୍ରାମବାସୀଙ୍କ ତରଫରୁ ନିବେଦନ କରାଯାଇଛି। ଗ୍ରାମରେ ଏବେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ପ୍ରକାଶଥାଉକି ଯଜ୍ଞର ବିଧିବିଧାନ ଅନୁଯାୟୀ, ଏପ୍ରିଲ ୨୮ ତାରିଖ ମଙ୍ଗଳବାର ଅଙ୍କୁରାରୋପଣ ହୋଇଥିବା ବେଳେ ବୁଧବାର ଦିନ ଅଧିବେଶ ପରେ ଯଜ୍ଞ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଦିନ ମଧ୍ୟାହ୍ନରେ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିବା ବେଳେ ଆସନ୍ତାକାଲି ଭାଗବତ ଉତ୍ସବ ପରେ ଠାକୁର ମିଳନ କାର୍ଯ୍ୟକ୍ରମ ରହିଛି। ଏହାପରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଏବଂ ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି।


