Categories
ଆଜିର ଖବର ରାଜ୍ୟ ଖବର

ଓ ଏସ୍ ଆର୍ ଟି ସି ବସ୍ ସହ ଯାତ୍ରୀବାହୀ ଅଟୋ ଧକ୍କା, ୩ ଗୁରୁତର

ବ୍ରହ୍ମପୁର: ହିଞ୍ଜିଳି ଠାରୁ ପୁରୀ ଯାଉଥିବା ଓ ଏସ୍ ଆର୍ ଟି ସି ବସ୍ ସହ ଏକ ଯାତ୍ରୀବାହୀ ଅଟୋ ଧକ୍କା ହୋଇଥିଲା। ଫଳରେ ଅଟୋ ଚାଳକ ସମେତ ଅଟୋରେ ବସି ଥିବା ଦୁଇ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଧୋବାଡି ପାଟପୁର ନିକଟରେ।

ଘଟଣା ପ୍ରଘଟ ହେବା ପରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ପଠାଇବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି।