Categories
ଆଜିର ଖବର ରାଜ୍ୟ ଖବର

ବସ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଅନୁକମ୍ପା ରାଶି

ଭୁବନେଶ୍ବର: ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳ ରେ ଏକ ଯାତ୍ରୀ ବାହୀ ବସ ଫ୍ଲାଏ ଓଭର ତଳକୁ ଖସିବା ଘଟଣାରେ 5 ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏହା ସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବ୍ରିଜ ତଳକୁ ଖସିଲା ବସ, ପାଞ୍ଚ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ଆଜି ସଂଧ୍ୟାରେ ଯାଜପୁରର ଧର୍ମଶାଳା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ପୁରୀରୁ କୋଲକତା ଯାଉଥିବା ବସଟି ଏନଏଚ 6 ବାରବାଟୀ ବ୍ରିଜ ନିକଟରେ ନିୟନ୍ତ୍ରଣ ହରାଇ ତଳକୁ ଖସିପଡିଥିଲା।ଫଳରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଗୁରୁତର ଥିବା କେତେକ ଯାତ୍ରୀଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ଏସପି ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି।

ସେଠାରେ 16ଟି ଆମ୍ବୁଲାନସ ନିୟୋଜିତ କରାଯାଇଥିବା ଜଣାପଡିଛି। ଏଥିସହିତ ଏକ ଡାକ୍ତରୀ ଦଳ ମଧ୍ୟ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଇଛି। ବସଟିର ନାମ କାଳିଆ ନନା ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥ ଚାନ୍ଦପୁର ନିକଟରେ ଦୁର୍ଘଟଣା, ଟ୍ରକ ପଛକୁ ପିଟିଲା ବସ, ୭ ଜଣ ଗୁରୁତର

ଚାନ୍ଦପୁର: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ବେଣ୍ଟ ଛକରେ ଟ୍ରକ ପଛରେ ପିଟି ହେଲା ଏକ ବସ। ଫଳରେ ୭ ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବାର ଜଣାପଡିଛି। ସମସ୍ତଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ବସଟି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସିଂହାସନୀରୁ ବାହାରି ଭୁବନେଶ୍ୱର ଯାଉଥିଲା। ବସଟିର ନାମ ଲକ୍ଷ୍ମୀ ନାରାୟଣ।

ସିଂହାସନି ରୁ ୬୦ ରୁ ଅଧିକ ଯାତ୍ରୀଙ୍କୁ ଧରି ଏହି ବସଟୁ ଭୁବନେଶ୍ୱର ଆସୁଥିଲା। ଅଧା ବାଟରେ ଚାଳକଙ୍କ ଠାରୁ ଗାଡି ମାଗି ମାଲିକ ଗାଡି ଚାଳନା କରୁଥିବା ରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଜଣା ପଡିଛି।

ଗୁରୁତରମାନଙ୍କୁ ଟାଙ୍ଗୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର‌୍ୟ୍ୟ କରିଥିଲେ। ଗୁରୁତରମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟର ୪୮ ବର୍ଷ ବୟସ୍କ ସସିରାମ ସାହୁ, ୪୮ ବର୍ଷ ବୟସ୍କ ବାନାମ୍ବର ପ୍ରଧାନ, ପୋଲସରାର ୪୫ ବର୍ଷ ବୟସ୍କ କୈଳାଶ ଚନ୍ଦ୍ର ପାତ୍ର, ୨୪ ବର୍ଷ ବୟସ୍କ ଅଜୟ କୁମାର ପାତ୍ର ଓ ବାଣପୁରର ୩୨ ବର୍ଷ ବୟସ୍କ ବୁଲୁ ଦାସ ଭାଗିରଥୀ ଦାସ ବୋଲି ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

BIG BREAKING: ବଡ ଦୁର୍ଘଟଣାରୁ ବର୍ତ୍ତିଲା ଅନୁଗୁଳ ବସ, ମହାନଦୀ ବ୍ରିଜ ଭାଙ୍ଗି ଓହଳିଗଲା

ଭୁବନେଶ୍ବର: ଆଜି ଏକ ବଡ ଦୁର୍ଘଟଣାରୁ ରକ୍ଷା ମିଳିଛି। ଯାତ୍ରୀ ନେଇ ଯାଉଥିବା ଏକ ବସ ନିୟନ୍ତ୍ରଣ ହରାଇ ଏକ ବ୍ରିଜ ଭାଙ୍ଗି ଅଧା ଓହଳି ଗଲା। ଭାଗ୍ୟ ଭଲ ବସଟି ନଦୀ ଭିତରକୁ ଖସିପଡି ନାହିଁ। ବସର ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ବସରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ଘଟଣାରୁ ଜଣାପଡିଛି ଯେ, ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ନିଗମ ବସଟି କଟକ ବାଙ୍କି ନିକଟସ୍ଥ ମହାନଦୀର ଜଟାମୁଣ୍ଡାଇ ବ୍ରିଜ ନିକଟରେ ନିୟନ୍ତ୍ରଣ ହରାଇଥିଲା। ଫଳରେ ବସଟି ବ୍ରିଜ ଭାଙ୍ଗି ନଦୀଆଡକୁ ଖସିବା ପରେ ଅବସ୍ଥାକୁ ଆସିଯାଇଥିଲା। ଏହି ଖବର ପାଇବାର ପରେ ଡମପଡା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ପୁଣି ଏକ ଭୟଙ୍କର ଦୁର୍ଘଟଣା, ଗୋଟିଏ ପରିବାରର ୭ ଜଣ ସହିତ ୧୨ ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର: ଆଜି ଦିଗପହଣ୍ଡିରେ ଏକ ଭୟଙ୍କର ବସ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବସ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଯୋଗୁଁ ଗୋଟିଏ ପରିବାରର ୭ଜଣ ସହିତ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୬ ଜଣ ପୁରୁଷ, ୪ ମହିଳା ଓ ୨ଜଣ ପିଲା ରହିଛନ୍ତି। ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବ୍ରହ୍ମପୁର ହସପିଟାଲରେ ଚିକିତ୍ସା କରାଯାଉଛି।

ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଘଟଣାରୁ ଜଣାପଡିଛି ଯେ ଓଏସଆରଟିସିର ଏକ ବସ କନ୍ୟାଯାତ୍ରୀଙ୍କ ବସ ସହିତ ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ମୁହାଁମୁହିଁ ଧକ୍କା ହୋଇଛି। ସରକାରୀ ବସଟି ରାୟଗଡାରୁ ଭୁବନେଶ୍ବର ଆସୁଥିବା ବେଳେ କନ୍ୟାଯାତ୍ରୀ ବସଟି ବ୍ରହ୍ମପୁରରେ ଯାତ୍ରୀଙ୍କୁ ଛାଡି ଖଣ୍ଡଦେଉଳି ଯାଉଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବ୍ରେକିଂ ନ୍ୟୁଜ- ତପ୍ତପାଣି ଘାଟି ତଳକୁ ଖସିଲା ବସ୍, ପ୍ରାୟ ୨୫ ଜଣ ଯାତ୍ରୀ ଆହତ ସୂଚନା, ଉଦ୍ଧାର କାର୍ଯ୍ୟ ଜାରୀ

ବ୍ରହ୍ମପୁର, ଗଜପତି ଜିଲ୍ଲାରୁ ଯାଉଥିବା ଏକ ବସ୍ ତପ୍ତପାଣି ଘାଟି ତଳକୁ ଖସିପଡିଥିବା ଜଣାପଡିଛି। ତେବେ ଏହି ବସଟି ଓଜେଇଇ ପରୀକ୍ଷାର୍ଥୀଙ୍କୁ ନେଇ ଖୋର୍ଦ୍ଧା ଆସୁଥିବାର ଜଣାପଡିଛି। ଏହି ବସ୍‌ରେ ପ୍ରାୟ ୪୫ ଜଣ ଛାତ୍ରଛାତ୍ରୀ ଥିଲେ ବୋଲି ଜଣାପଡିଛି। ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।