Categories
ଆଜିର ଖବର ଜାତୀୟ ଖବର

ଏହି ୩ ରାଷ୍ଟ୍ର ମୁଖ୍ୟଙ୍କ ସହ ତିନୋଟି ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ତିନୋଟି ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ଏକ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି।

ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବୈଠକ ଏହି ଦେଶମାନଙ୍କ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ଏବଂ ବିକାଶମୂଳକ ସହଯୋଗକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ଦେବ ।

ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି ଯେ, ‘ଆଜି ସଂଧ୍ୟାରେ ମୁଁ ମୋ ବାସଭବନରେ ତିନୋଟି ଦ୍ୱିପାକ୍ଷିକ ବୈଠକ ପାଇଁ ଅପେକ୍ଷା କରିଛି। ମୁଁ ମରିସସ୍ ପ୍ରଧାନମନ୍ତ୍ରୀ କୁମାର ଜଗନ୍ନାଥ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ଜୋ ବାଇେଡନଙ୍କୁ ଭେଟିବି। ଏହି ବୈଠକ ଏହି ଦେଶମାନଙ୍କ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ଏବଂ ବିକାଶମୂଳକ ସହଯୋଗକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ଦେବ।

Categories
ବିଶେଷ ଖବର

ବାଂଲାଦେଶ ମୈତ୍ରୀ ପାଇପ ଲାଇନକୁ ମିଳିତ ଭାବେ ଉଦ୍ଘାଟନ କଲେ ଭାରତ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମିଳିତ ଭାବେ ଭାରତ -ବାଂଲାଦେଶ ମୈତ୍ରୀ ପାଇପ ଲାଇନ (ଆଇବିଏଫପି)କୁ ଆଜି (୧୮.୩.୨୦୨୩) ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେପ୍ଟେମ୍ବର ୨୦୧୮ରେ ଏହି ପାଇପଲାଇନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୨୦୧୫ ମସିହାଠାରୁ ନୁମାଲିଗଡ ବିଶୋଧନାଗାର ଲିମିଟେଡ ବାଂଲାଦେଶକୁ ପେଟ୍ରୋଲଜାତ ସାମଗ୍ରୀ ଯୋଗାଇ ଆସୁଛି। ଭାରତ ଓ ଏହାର ପଡୋଶୀଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ସୀମାପାର ଶକ୍ତି ପାଇପ ଲାଇନ।

ଭାରତ-ବାଂଲାଦେଶ ସମ୍ପର୍କରେ ଶକ୍ତି କ୍ଷେତ୍ରରେ ସହଯୋଗ ଏକ ନିବିଡ ସମ୍ପର୍କର ସେତୁ ହୋଇ ଉଠିଛି। ଆଇବିପିଏଫ ହେଉଛି ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ସୀମାପାର ପାଇପଲାଇନ ଯାହାଦ୍ୱାରା ଭାରତରୁ ବାଂଲାଦେଶକୁ ବାର୍ଷିକ ଏକ ନିୟୁତ ମେଟ୍ରିକ ଟନ୍ ହାଇସ୍ପିଡ୍ ଡିଜେଲ ପରିବହନ କରାଯାଇଥାଏ। ସଂଯୋଗୀକରଣ ବୃଦ୍ଧି ଦ୍ୱାରା ଏହା ଦୁଇଦେଶର ଜନସାଧାରଣଙ୍କ ମଧ୍ୟରେ ସହଯୋଗକୁ ମଧ୍ୟ ମଜବୁତ କରିବ।

ବାଂଲାଦେଶ ହେଉଛି ଭାରତର ଅଗ୍ରଣୀ ବିକାଶ ଅଂଶୀଦାର ଓ ଅଞ୍ଚଳର ସବୁଠାରୁ ବଡ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର। ଏହି ମୈତ୍ରୀ ପାଇପଲାଇନ କାର୍ଯ୍ୟକାରୀ ହେବା ଦ୍ୱାରା ଦୁଇ ଦେଶ ମଧ୍ୟରେ ପ୍ରଚଳିତ ଶକ୍ତି ସଂଯୋଗ ବୃଦ୍ଧି ପାଇବା ସହ ବିଶେଷକରି କୃଷି କ୍ଷେତ୍ରରେ ମଧ୍ୟ ଏହା ସୁଦୃଢ ହେବ।

ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରକଳ୍ପ ପାଇଁ ତାଙ୍କର ନିରବଚ୍ଛିନ୍ନ ମାର୍ଗଦର୍ଶନ ନିମନ୍ତେ ଧନ୍ୟବାଦ ଦେବା ସହ ଏହା ଦୁଇଦେଶର ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ବଳବତ୍ତର ରଖିôବାକୁ ଇଚ୍ଛା ପ୍ରକଟ କରିଛନ୍ତି।

Categories
ବିଶେଷ ଖବର

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା, ଆଜି ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି।

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନକୁ ସ୍ୱାଗତ କରି ଭାରତର ରାଷ୍ଟ୍ରପତି କହିଛନ୍ତି ଯେ ଆମର ସହଯୋଗପୂର୍ଣ୍ଣ ଇତିହାସ, ଭାଷା ଏବଂ ସଂସ୍କୃତି ଆମକୁ ପରସ୍ପର ସହ ଯୋଡିଥାଏ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବହୁତ ଉନ୍ନତି ହୋଇଛି। ସେ କହିଛନ୍ତି ଯେ ବାଂଲାଦେଶ ସ୍ବାଧୀନତାର 50ତମ ବର୍ଷ ତଥା ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କର ସୁବର୍ଣ୍ଣ ଜୟନ୍ତୀକୁ ଦୁଇ ଦେଶ ଏକତ୍ର ପାଳନ କରିବା ପ୍ରକୃତରେ ସ୍ବତନ୍ତ୍ର ଅଟେ। ଏହି ଐତିହାସିକ ଉତ୍ସବରେ ଭାଗ ନେବାକୁ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାଂଲାଦେଶ ସହ ଭାରତର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦର୍ଶାଉଛି।

ରାଷ୍ଟ୍ରପତି ଏହି ଅବସରରେ କହିଛନ୍ତି ଯେ ବାଂଲାଦେଶ ଏହାର ଲୋକଙ୍କ ସାମାଜିକ-ଅର୍ଥନୈତିକ ସମୃଦ୍ଧିରେ ବହୁତ ସଫଳତା ହାସଲ କରିଛି। ସେ ଆଶ୍ବାସନା ପ୍ରଦାନ କରିଛନ୍ତି ଯେ ବାଂଲାଦେଶର ବିକାଶ ଯାତ୍ରାରେ ଭାରତ ଏକ ନିର୍ଭରଯୋଗ୍ୟ ସହଭାଗୀ ହେବ।

ରାଷ୍ଟ୍ରପତି କହିଛନ୍ତି ଯେ ଆମର ସମ୍ପର୍କ ସବୁବେଳେ ସହଯୋଗ ଏବଂ ପାରସ୍ପରିକ ବିଶ୍ୱାସ ଉପରେ ଆଧାରିତ। ମହାମାରୀ ଏବଂ ବର୍ତ୍ତମାନର ଅନ୍ତର୍ଜାତୀୟ ପରିସ୍ଥିତି ପରିପ୍ରେକ୍ଷୀରେ ବିଶ୍ୱ ସଙ୍କଟର ମୁକାବିଲା ପାଇଁ ଭାରତ ଏବଂ ବାଂଲାଦେଶ ଅର୍ଥନୈତିକ ଦୃଷ୍ଟିରୁ ଅଧିକ ମାତ୍ରାରେ ସଂଯୁକ୍ତ ହେବା ଆବଶ୍ୟକ। ସେ କହିଛନ୍ତି ଯେ ଏହି ଗସ୍ତ ଦ୍ବାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ପରିପକ୍ୱ ହେବ ଏବଂ ବିକାଶକୁ ତ୍ବରାନ୍ବିତ କରାଯାଇପାରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଖରାପ ସମୟରେ ଭାରତ ଆମକୁ ସମର୍ଥନ କରିଥିଲା, ଆମେ ଚାହୁଁନୁ ହିନ୍ଦୁମାନଙ୍କ କୌଣସି କ୍ଷତି ହେଉ: ଶେଖ ହସିନା

ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନିକଟରେ ଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ଏଭଳି ଘଟଣାର ଅପରାଧୀମାନେ ଶୀଘ୍ର ଧରାଯିବେ ବୋଲି ଶେଖ ହସିନା କହିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ଆମେ କେବେ ଚାହୁଁନାହୁଁ ଯେ ଏପରି ଘଟଣା ଘଟିବ ଯାହା ଆମ ଦେଶର ହିନ୍ଦୁମାନଙ୍କୁ କ୍ଷତି ପହଞ୍ଚିବ।

ଶେଖ ହସିନା ତାଙ୍କ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ କହିଛନ୍ତି ଯେ, ଆପଣମାନେ ଏହି ମାଟିରେ ଜନ୍ମ ନେଇଛନ୍ତି ଏବଂ ଆପଣ ସମସ୍ତେ ଏଠାରେ ଏହି ମାଟିର ସନ୍ତାନ ଅଟନ୍ତି। ଏଠାରେ ଛୋଟ ଜନସଂଖ୍ୟାରେ ନିଜକୁ ଗଣନା କରନ୍ତୁ ନାହିଁ। ଘଟିଥିବା ଘଟଣାଗୁଡ଼ିକ ଉପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ଏବଂ ଖୁବ୍ ଶୀଘ୍ର ଆମେ ଏପରି ଘଟଣା ଘଟାଇଥିବା ଲୋକଙ୍କୁ ମଧ୍ୟ ଗିରଫ କରିବୁ। ଆମର ଖରାପ ସମୟରେ ଭାରତ ଆମକୁ ସମର୍ଥନ କରିଥିଲା। ଆମେ ସବୁବେଳେ ସେମାନଙ୍କ କଥା ମାନୁ। ଆମେ କଦାପି ଚାହୁଁନାହୁଁ ଯେ, ଏପରି ଘଟଣା ଘଟିବ ଯାହା ଆମ ଦେଶର ହିନ୍ଦୁମାନଙ୍କ ପାଇଁ କକୌଣସି କ୍ଷତି ପହଞ୍ଚାଇବ।

ଧର୍ମ ବ୍ୟବହାର କରି ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମଙ୍ଗଳବାର ତାଙ୍କ ଗୃହମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟତା ଯାଞ୍ଚ ନକରି ସୋସିଆଲ ମିଡିଆରେ କିଛି ବିଶ୍ଵାସ ନକରିବାକୁ ସେ ଲୋକଙ୍କୁ କହିଥିଲେ।

ଗତ ବୁଧବାର ଦିନ ଦୁର୍ଗା ପୂଜା ଉତ୍ସବରେ ସୋସିଆଲ ମିଡିଆରେ ଏକ ନିନ୍ଦା ପୋଷ୍ଟ ଆସିବା ପରେ ବାଂଲାଦେଶର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ତୀବ୍ର ହୋଇଛି। ରବିବାର ବିଳମ୍ବିତ ରାତିରେ ମାଓବାଦୀମାନେ ବାଂଲାଦେଶର ୬୬ ଘରକୁ ନଷ୍ଟ କରି ହିନ୍ଦୁମାନଙ୍କ ଅତି କମରେ ୨୦ଟି ଘରେ ନିଆଁ ଲଗାଇ ଦେଇଥିଲେ।

ମଙ୍ଗଳବାର ଦିନ ସାପ୍ତାହିକ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ହସିନା ଗୃହମନ୍ତ୍ରୀ ଅସଦୁଜମାନ ଖାନଙ୍କୁ ଧର୍ମ ବ୍ୟବହାର କରି ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ମାମଲା ବ୍ୟକ୍ତିଗତ ଏବଂ ଏହା ବାଂଲାଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ।

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଭାରତରେ ବିରୋଧ ପ୍ରଦର୍ଶନ କରିଥିବା ଆନ୍ତର୍ଜାତୀୟ ସୋସାଇଟି ଫର କୃଷ୍ଣ ଚେତନା (ISKCON) ମଙ୍ଗଳବାର ଦିନ କହିଛି ଯେ ସ୍ୱର ଉତ୍ତୋଳନ କରିବା ପାଇଁ ଅକ୍ଟୋବର ୨୩ ତାରିଖରେ ଏକ ଦିନିଆ ବିଶ୍ୱସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା କରିଛି।

ଗତ ସପ୍ତାହରେ ହୋଇଥିବା ଦୁର୍ଗା ପୂଜା ପର୍ବରେ ବାଂଲାଦେଶରେ ପ୍ରଥମ ଥର ପାଇଁ ହିନ୍ଦୁ ବିରୋଧୀ ହିଂସା ଆରମ୍ଭ ହୋଇଥିବାରୁ ଇସ୍କନ କୋଲକାତା ସମେତ ଭାରତରେ ବିରୋଧ ପ୍ରଦର୍ଶନ କରିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ମିଳିତ ଜାତିସଂଘର ହସ୍ତକ୍ଷେପ ଲୋଡିଛି। ଏହାର ସଦସ୍ୟମାନେ କୋଲକାତାରେ ବାଂଲାଦେଶ ଡେପୁଟି ହାଇ କମିଶନ ବାହାରେ ମଧ୍ୟ ବିରୋଧ କରିଥିଲେ।