Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଂଲାଦେଶ ମୈତ୍ରୀ ପାଇପ ଲାଇନକୁ ମିଳିତ ଭାବେ ଉଦ୍ଘାଟନ କଲେ ଭାରତ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ବାଂଲାଦେଶ ମୈତ୍ରୀ ପାଇପ ଲାଇନକୁ ମିଳିତ ଭାବେ ଉଦ୍ଘାଟନ କଲେ ଭାରତ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ

March 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମିଳିତ ଭାବେ ଭାରତ -ବାଂଲାଦେଶ ମୈତ୍ରୀ ପାଇପ ଲାଇନ (ଆଇବିଏଫପି)କୁ ଆଜି (୧୮.୩.୨୦୨୩) ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେପ୍ଟେମ୍ବର ୨୦୧୮ରେ ଏହି ପାଇପଲାଇନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୨୦୧୫ ମସିହାଠାରୁ ନୁମାଲିଗଡ ବିଶୋଧନାଗାର ଲିମିଟେଡ ବାଂଲାଦେଶକୁ ପେଟ୍ରୋଲଜାତ ସାମଗ୍ରୀ ଯୋଗାଇ ଆସୁଛି। ଭାରତ ଓ ଏହାର ପଡୋଶୀଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ସୀମାପାର ଶକ୍ତି ପାଇପ ଲାଇନ।

ଭାରତ-ବାଂଲାଦେଶ ସମ୍ପର୍କରେ ଶକ୍ତି କ୍ଷେତ୍ରରେ ସହଯୋଗ ଏକ ନିବିଡ ସମ୍ପର୍କର ସେତୁ ହୋଇ ଉଠିଛି। ଆଇବିପିଏଫ ହେଉଛି ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ସୀମାପାର ପାଇପଲାଇନ ଯାହାଦ୍ୱାରା ଭାରତରୁ ବାଂଲାଦେଶକୁ ବାର୍ଷିକ ଏକ ନିୟୁତ ମେଟ୍ରିକ ଟନ୍ ହାଇସ୍ପିଡ୍ ଡିଜେଲ ପରିବହନ କରାଯାଇଥାଏ। ସଂଯୋଗୀକରଣ ବୃଦ୍ଧି ଦ୍ୱାରା ଏହା ଦୁଇଦେଶର ଜନସାଧାରଣଙ୍କ ମଧ୍ୟରେ ସହଯୋଗକୁ ମଧ୍ୟ ମଜବୁତ କରିବ।

ବାଂଲାଦେଶ ହେଉଛି ଭାରତର ଅଗ୍ରଣୀ ବିକାଶ ଅଂଶୀଦାର ଓ ଅଞ୍ଚଳର ସବୁଠାରୁ ବଡ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର। ଏହି ମୈତ୍ରୀ ପାଇପଲାଇନ କାର୍ଯ୍ୟକାରୀ ହେବା ଦ୍ୱାରା ଦୁଇ ଦେଶ ମଧ୍ୟରେ ପ୍ରଚଳିତ ଶକ୍ତି ସଂଯୋଗ ବୃଦ୍ଧି ପାଇବା ସହ ବିଶେଷକରି କୃଷି କ୍ଷେତ୍ରରେ ମଧ୍ୟ ଏହା ସୁଦୃଢ ହେବ।

ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରକଳ୍ପ ପାଇଁ ତାଙ୍କର ନିରବଚ୍ଛିନ୍ନ ମାର୍ଗଦର୍ଶନ ନିମନ୍ତେ ଧନ୍ୟବାଦ ଦେବା ସହ ଏହା ଦୁଇଦେଶର ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ବଳବତ୍ତର ରଖିôବାକୁ ଇଚ୍ଛା ପ୍ରକଟ କରିଛନ୍ତି।

ନରେନ୍ଦ୍ର ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତ ଶେଖ ହସିନା
Share. Facebook Twitter LinkedIn Email WhatsApp Copy Link

Related Posts

ହକି ବିଶ୍ୱକପ-୨୦୨୬: ଭାରତ ବନାମ ପାକିସ୍ତାନ ମ୍ୟାଚ୍ କେବେ?, ଦେଖନ୍ତୁ ପୂର୍ଣ୍ଣ କାର୍ଯ୍ୟସୂଚୀ

August 4, 2026

ପଳାତକ ଅପରାଧୀଙ୍କ ବିରୋଧରେ ରଣନୀତି, ୩୬ଟି ଦେଶରୁ ୨୭୪ ଜଣଙ୍କୁ ଫେରାଇ ଅଣାଯାଇଛି

August 4, 2026

ଛାତ୍ର ଆନ୍ଦୋଳନକାରୀଙ୍କ ବିରୋଧରେ ଥିବା ମାମଲାକୁ ରାଜ୍ୟ ସରକାର ଚାହିଁଲେ ପ୍ରତ୍ୟାହାର କରିପାରିବେ

August 4, 2026

ପୁରୀ ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ଭାବେ ମାନ୍ୟତା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

August 4, 2026
Latest News

୭୪ ବର୍ଷରେ ଚିରବିଦାୟ ନେଲେ ଅଭିନେତା ପ୍ରଦୀପ ରାୱତ

August 5, 2026

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ବୁଧବାର ରାଶିଫଳ

August 5, 2026

ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ଲାଲ ସାଗରରେ ବୁଡ଼ିଗଲା ଭାରତୀୟ ଜାହାଜ 

August 4, 2026

କ୍ରାଇମବ୍ରାଞ୍ଚରେ ଆତ୍ମସମର୍ପଣ କଲେ ଶରଣକୁଳ ଥାନାର ନିଲମ୍ବିତ ଇନ୍ସପେକ୍ଟର

August 4, 2026

ଜନ୍ମ–ମୃତ୍ୟୁ ପଞ୍ଜୀକରଣର ନିୟମ ବଦଳିଲା : ସଂଶୋଧନ ବିଲ୍‌କୁ ରାଜ୍ୟସଭାର ମଞ୍ଜୁରୀ

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.