Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚଣ୍ଡେଶ୍ୱର ଜାତୀୟ ରାଜପଥରେ ବାଇକ୍ ଆରୋହୀଙ୍କଠୁ ସୁନା ଗହଣା ଲୁଟ୍: ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କିଛି ଦିନର ନୀରବତା ପରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ପୁଣି ମାତିଲେ ଜାତୀୟ ରାଜପଥ ଲୁଟେର। ବାଇକ୍ ଆରୋହୀଙ୍କୁ ଟାର୍ଗେଟ୍ କରି ଝାମ୍ପିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା। ବାଇକ୍ ରୁ ପଡି ମହିଳା ଗୁରୁତର ହେବାରୁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ଟାଙ୍ଗୀ ଥାନା ହଂସରା ଡିହ ଗ୍ରାମର ରଞ୍ଜୁ ମହାରଣା (୫୦) ବୋଲି ଜଣା ପଡିଛି।

ରଞ୍ଜୁ ଓ ତାଙ୍କ ସ୍ୱାମୀ ରଘୁନାଥ ମହାରଣା ଟାଙ୍ଗୀ ଥାନା କୁହୁଡି ଗ୍ରାମରେ ଥିବା ଏକ ଅଳଙ୍କାର ଦୋକାନକୁ ନିଜ ପୁଅ ବାହାଘରର ଅଳଙ୍କାର କିଣିବା ପାଇଁ ଯାଇଥିଲେ। ତେବେ କିଣିଥିବା ସମସ୍ତ ସୁନା ଗହଣାକୁ ନିଜ ଭ୍ୟାନିଟ୍ ବ୍ୟାଗରେ ପୁରାଇ କୁହୁଡିରୁ ଏନଏଚ ଦେଇ ନିଜ ଗ୍ରାମକୁ ଫେରୁଥିବା ବେଳେ ତାଙ୍କୁ ପିଛା କରି ଏକ ବାଇକ୍ ରେ ଦୁଇ ଜଣ ଦୁର୍ବୁତ୍ତ ଚଣ୍ଡେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ଟାର୍ଗେଟ୍ କରିଥିଲେ। ଆଖି ପିଛୁଳାକେ ଭ୍ୟାନିଟ୍ ବ୍ୟାଗ୍ ସହ ସୁନା ଗହଣା ଝାମ୍ପି ଲୁଟେରା ଫେରାର ହୋଇ ଯାଇଥିଲେ।

ଫଳରେ ଭାରସାମ୍ୟ ହରାଇ ବାଇକ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ରଞ୍ଜୁ ଗୁରୁତର ଆହତ ହୋଇଥିଲେ। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ତେବେ ଜାତୀୟ ରାଜପଥରେ ପୋଲିସ୍ ପାଟ୍ରୋଲିଂ ବଢାଇବାକୁ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଦାସପୁର ଛକ ନିକଟରେ ଗତକାଲି ସକାଳେ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରାକ୍ଟର ଓ ବାଇକ୍ କୁ ଜବତ କରିବା ସହ ଘଟଣାରେ ଟ୍ରାକ୍ଟର ଡ଼୍ରାଇଭରକୁ ଗିରଫ କରିଛି। ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାବାଳକ ବାଇକ ଚାଳକଙ୍କ ଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କଲା କୁହୁଡି ଫାଣ୍ଡି ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗ୍ରାମାଂଚଳରେ ଅମାନିଆ ବାଇକ୍ ଆରୋହୀଙ୍କୁ ନିସ୍ତାର ନାହିଁ। ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ପୋଲିସ୍ ର ବାଇକ୍ ଧର ପଗଡ ବେଳେ ପୋଲିସ୍ ହାତରେ ଧରାପଡିଲା ନାବାଳକ ବାଇକ୍ ଆରୋହୀ। ପୋଲିସ୍ କାଟିଲା ୩୦ ହଜାର ଟଙ୍କାର ଫାଇନ୍।

ସୂଚନା ମୁତାବକ, ଆଜି କୁହୁଡି ଫାଣ୍ଡି ପୋଲିସ ଦ୍ୱାରା କୁହୁଡି ବଜାରରେ ବାଇକ ଚେକିଂ ବେଳେ ହିରୋ ଗ୍ଲାମର ବାଇକ୍ ଚଳାଉଥିବା ଜଣେ ୧୫ ବର୍ଷର ନାବାଳକକ ଠାରୁ ତିରିଶ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ। ହେଲେ ଜରିମାନା ରସିଦ କଟିଛି ଗାଡ଼ି ମାଲିକଙ୍କ ନାମରେ ଏବଂ ଗାଡ଼ି ତାଙ୍କ ସାନ ଭାଇ ଚଲାଉଥିଲେ। ମୋଟରଯାନ ଅଧିନିୟମ ଧାରା ୧୮୦ ଅନୁଯାୟୀ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ୫୦୦୦ ଟଙ୍କା ଏବଂ ଧାରା ୧୯୯କ(୨) ଅନୁଯାୟୀ ଗାଡ଼ି ଚାଳକ ନାବାଳକ ହୋଇଥିବାରୁ ୨୫୦୦୦ ଟଙ୍କା ଫାଇନ ପଡ଼ିଛି ଗାଡ଼ି ମାଲିକଙ୍କୁ।

ହେଲେ ବର୍ତ୍ତମାନ ଜବତ ଗାଡ଼ି କୁହୁଡି ଫାଣ୍ଡି ପରିସରରେ ଥିବା ସୂଚନା ଦେଇଛନ୍ତି ଶ୍ରୀ ରାଉତ। ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଜଣେ ବାଇକ ଚାଳକଙ୍କୁ ଏତେ ଟଙ୍କାର ଫାଇନ ପଡ଼ିବା ପ୍ରଥମ ଘଟଣା ବୋଲି ସାଧାରଣରେ ଆଲୋଚନା ହେବା ସହ ବିନା ଲାଇସେନ୍ସ ଏବଂ ନାବାଳକ ଗାଡ଼ି ଚାଳକଙ୍କ ମଧ୍ୟରେ ବର୍ତ୍ତମାନ କୋକୁଆ ଭୟ ସୃଷ୍ଟି ହୋଇଛି। ଅପରପକ୍ଷେ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବାକୁ ପୋଲିସ ଅନୁରୋଧ କରିଛି।