Categories
ଆଜିର ଖବର ରାଜ୍ୟ ଖବର

ବାଇକ୍ ଦୁର୍ଘଟଣାରେ ପଂଚାୟତ ଇଓଙ୍କ ମୃତ୍ୟୁ

କନ୍ଦର୍ପ ବେହେରା

ରେଢ଼ାଖୋଲ: ଗତକାଲି ପୂର୍ବାହ୍ନ ୧୨ ଟାରେ ରେଢ଼ାଖୋଲ ଥାନା ମୁଟୁରୁମୁଣ୍ଡା ଗ୍ରାମ ନିକଟରେ ଶିମିଳିପାଳ ପଂଚାୟତର ଇଓ ଙ୍କର ବିୟୋଗ ଘଟିଛି।

ଖବରରୁ ଜଣା ପଡ଼ିଛିଯେ, ନାକଟିଦେଉଳ ବ୍ଲକ୍ ଶମିଳିପାଳ ପଂଚାୟତର ଇଓ ତ୍ରିନାଥ ମହାକୁଡ ଅଫିସ୍ କାମ ସାରି ପୂର୍ବାହ୍ନ ୧୨ ଟାରେ ରେଢ଼ାଖୋଲ ଫେରୁଥିବା ବେଳେ ମୁଟୁରୁମୁଣ୍ଡା ଗ୍ରାମ ନିକଟସ୍ଥ ବୁଲାଣିରେ ନିଜ ବାଇକରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ବେରିକେଟ ରେ ପିଟି ହୋଇ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ତ୍ରିନାଥ ମହାକୁଡଙ୍କର ରେଢ଼ାଖୋଲରେ ଘର କରି ରହୁଥିଲେ। ତାଙ୍କର ନିଜସ୍ବ ଗ୍ରାମ ବୁର୍ଡା ପଂଚାୟତରେ ବୋଲି ଜଣା ପଡ଼ିଛି।

ପୋଲିସ୍ ଶବ ଜବତ କରି ଏକ ମାମଲା ରୁଜୁ କରିଛି ଏବଂ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଇକ୍ ଦୁର୍ଘଟଣାରେ ୨ ଆହତ, ବୁର୍ଲା ସ୍ଥାନାନ୍ତର

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ପୂର୍ବାହ୍ନ ପାଖାପାଖି ୧୨ ଟା ସମୟରେ ରେ ନାକଟିଦେଉଳ ଥାନା ମୂଷାକାନୀ ନିକଟରେ ବାଇକ୍ ଦୁର୍ଘଟଣାରେ ୨ ଜଣ ଙ୍କର ଗୋଡ ଭାଙ୍ଗି ଆହତ ହୋଇଥିବା ଜଣା ପଡ଼ିଛି। ଆହତ ଦ୍ବୟକୁ ପୋଲିସ୍ ଉଦ୍ଧାର କରି ବୁର୍ଲା ପଠାଇଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ସାହେବୀ ପାଟୁଳିଢ଼ିପ ଗ୍ରାମର ୨ ଜଣ ଯୁବକ ନାକଟିଦେଉଳ କୁ କୌଣସି କାମରେ ଆସି ବାଇକ୍ ରେ ଫେରୁଥିବା ସମୟରେ ମୂଷାକାନୀ ନିକଟରେ ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଛିଟିକି ପଡ଼ିଥିଲା। ଉଭୟଙ୍କର ଗୋଡ ଭାଙ୍ଗିଥିବା ଜଣା ପଡ଼ିଛି।

ଆହତ ଦ୍ବୟଙ୍କୁ ତୁରନ୍ତ ପୋଲିସ୍ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ପଠାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଆହତଙ୍କର ପରିଚୟ ମିଳିପାରି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବାଇକ୍ ଦୁର୍ଘଟଣାରେ ୨ ଗରୁତର, ଡାକ୍ତରଖାରେ ଭର୍ତ୍ତି

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଅପରାହ୍ନରେ ନାକଟିଦେଉଳ ଦେବଗଡ ରାସ୍ତାର ସିନ୍ଦୁରକଲି ଠାରେ ବାଇକ୍ ଦୁର୍ଘଟଣାରେ ୨ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି।

ପ୍ରକାଶ ଯେ, ନୃସିଂହତଇଲା ଗ୍ରାମର ରାମ ମୁଣ୍ଡା ଓ କୁନ୍ଥା ପୁର୍ତି ଏକ ବାଇକରେ ନିଜ ଗ୍ରାମକୁ ଫେରୁଥିବା ବେଳେ ଅପରାହ୍ନ ପ୍ରାୟ ୨ ଟାରେ ସିନ୍ଦୁରକଲି ଆଶ୍ରମ ନିକଟସ୍ଥ ବୁଲାଣି ଠାରେ ଭାରସାମ୍ୟ ହରାଇ ବାଇକ୍ ରୁ ଛିଟିକି ପଡିଥିଲେ। ରାସ୍ତାରେ ଯାଉଥିବା ବାଟୋଇ ମାନେ ନାକଟିଦେଉଳ ଦମକଳ ବାହିନୀକୁ ଖବର ଦେବା ପରେ ଘଟଣା ସ୍ଥଳକୁ ଦମକଳ ବାହିନୀ ଯାଇ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ନାକଟିଦେଉଳ ଡାକ୍ତରଖାନାରେ ଭର୍ତି କରିଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର, ବୁର୍ଲା ସ୍ଥାନାନ୍ତର

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସଂଧ୍ୟାରେ ନାକଟିଦେଉଳ ଗ୍ରାମର ଜନୈକ ଯୁବକ ମନ୍ଦିର ଛକ ପାଖରେ ବାଇକ୍ ଦୁର୍ଘଟଣାରେ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ନାକଟିଦେଉଳ ଗ୍ରାମର ସନ୍ତୋଷ କୁମାର ଧଳ (୨୪) ନାମକ ଯୁବକ ସଂଧ୍ୟା ୫.୩୦ ରେ ନାକଟିଦେଉଳ ମେଡିକାଲ ପଟୁ ନିଜ ଘରକୁ ଫେରୁଥିବା ସମୟରେ ନାକଟିଦେଉଳ ଶିବ ମନ୍ଦରି ଛକ ନିକଟରେ ଭାରସାମ୍ୟ ହରାଇ ନିଜ ବାଇକଟି ଏକ ଗଛରେ ବାଡେଇ ହୋଇଥିଲା। ଆହତ ସନ୍ତୋଷକୁ ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଠିକ୍ ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଶିମିଳିପାଳରେ ବାଇକ୍ ଦୁର୍ଘଟଣା: ଦୁଇ ଗୁରୁତର, ଜଣେ ଆହତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ଥାନା ଶିମିଳିପାଳରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର ଆହତ ହେବା ସହ ଆଉ ଜଣେ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି।

ଆଜି ଅପରାହ୍ନ ପ୍ରାୟ ୨ ଟା ସମୟରେ ରେଢ଼ାଖୋଲରୁ ନାକଚିଦେଉଳକୁ ବାଇକ୍ ରେ ଫେରୁଥିବା ବେଳେ ଶିମଳିପାଳ ଠାରେ ଭାରସାମ୍ୟ ହରାଇ ଲୁହା ବାରିକେଟ୍ ରେ ପିଟି ହୋଇ ତଳେ ପଡ଼ିଯାଇଥିଲେ। ଆହତମାନେ ହେଲେ ନାକଟିଦେଉଳ ଗ୍ରାମର ପପୁ କୁରେଶୀ (୩୭), ଶେହଜାଦ ଅଳ୍ଲି କୁରେଶୀ ( ୩୨) ଗୁରୁତର ଆହତ ଓ କାଦର ହାସନ (୨୫) ସାମାନ୍ୟ ଆହତ ହୋଇଅଛନ୍ତି।

ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରି ଥିଲେ। ପପୁ କୁରେଶୀ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ନିକଟରେ ବାଇକ୍ ଦୁର୍ଘଟଣା: ଘଟଣାସ୍ଥଳରେ ବାଣପୁରର ଜଣେ ଯୁବକ ମୃତ, ଜଣେ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘାଟିଯାଇଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ବାଣପୁର ଥାନା ଅଞ୍ଚଳର ଦୁଇ ଜଣ ଯୁବକ ବାଇକ୍ ଯୋଗେ ଟାଙ୍ଗୀରୁ ନାଚୁଣୀ ଅଭିମୁଖେ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥର କୟଥ ପଲ୍ଲା ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବିଭାଗ ଏବଂ କୁହୁଡି ଫାଣ୍ଡିର ପୋଲିସ କର୍ମଚାରୀମାନଙ୍କ ଦ୍ଵାରା ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା।

ହେଲେ ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ମୃତକ ଯୁବକ ଜଣଙ୍କ ମୋରାମୋରୀ ପଞ୍ଚାୟତ ଅନ୍ତର୍ଗତ କନ୍ଧ ଆମ୍ବଝର ଗ୍ରାମର ସର୍ବେଶ୍ଵର ମଲ୍ଲ(୩୦) ବୋଲି ଜଣା ପଡିଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଯାଇଥିବା ଅଗ୍ନିଶମ ବିଭାଗ ଅଧିକାରୀ ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି। ଏହାସହିତ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଡିମିରିକୁଦା ନିକଟରେ ବାଇକ୍ ଦୁର୍ଘଟଣା: ୨ ଯୁବକ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତିରେ ଡିମିରିକୁଦା ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣାରେ ରେଢାଖୋଲର ୨ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ଖବର ରେଢାଖୋଲ ପୋଲିସ୍ ସୂତ୍ରରୁ ପ୍ରକାଶ।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଯଦୁମଣିପାଟଣା
ଏଲ୍.ଆଇ.ସି କଲୋନୀ ର ସ୍ୱର୍ଗତ ଇଂ.ପ୍ରଭାତ କୁମାର ପାଣିଗ୍ରାହୀଙ୍କ ପୁଅ ଅଭିଜିତ୍ ପାଣିଗ୍ରାହୀ (୨୭) ଏବଂ ରେଢାଖୋଲ ରଥସାହିର ବୈକୁଣ୍ଠ ପ୍ରଧାନଙ୍କ ପୁଅ ରାମଚନ୍ଦ୍ର ପ୍ରଧାନ (ଓଡି ୧୫ ଏନ୍ ୫୪୨୧)ମୋଟରସାଇକେଲରେ କୌଣସି କାମରେ ନାକଟିଦେଉଳ ଯାଇଥିଲେ। ସେମାନେ ରାତି ପ୍ରାୟ ୧୧ ଟା ସମୟରେ ବାଇକ୍ ରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଡିମିରିକୁଡା ନିକଟସ୍ଥ ଏକ ପୋଲ ତଳେ ପ୍ରାୟ ୨୦ ଫୁଟ୍ ତଳକୁ ଛିଟିକି ପଡିଥିଲେ। ଜଙ୍ଗଲ ମଧ୍ୟରେ ଓ ଦୂରରେ ଗାଁ ଥିବାରୁ ଏହି ଦୁର୍ଘଟଣା ସଂପର୍କରେ କେହି ବି ଜାଣି ପାରି ନ ଥିଲେ। ଏପରିକି ପୋଲ ତଳକୁ ପଡିଯାଇଥିବାରୁ ଅନ୍ଧାର ରାତିରେ ରାସ୍ତାରେ ଯାଉଥିବା ବାଟୋଇମାନଙ୍କ ନଜରରେ ପଡି ନ ଥିଲା। ଯା ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା।

ଆଜି ସକାଳୁ ସକାଳୁ ରେଢାଖୋଲ ଓ ଡିମିରିକୁଦାର କିଛି ବ୍ୟକ୍ତି ମର୍ଣ୍ଣିଂ ୱାର୍କ ପାଇଁ ଯାଉଥିବା ସମୟରେ ପୋଲ ତଳେ କେହି ଦୁର୍ଘଟଣାର ସମ୍ମୁଖିନ ହେବା କଥା ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଦମକଳ ବାହିନୀକୁଖବର ଦେଇଥିଲେ। ହେଲେ ମୃତ୍ୟୁ ହୋଇଯାଇଥିବାରୁ ଦମକଳ ବାହିନି ଡାକ୍ତରଖାନାକୁ ନେବାକୁ ମନା କରିଦେଇଥିଲା। ରେଢାଖୋଲ ରୁ ପୋଲିସ୍ ଯାଇ ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଥିବା ପୋଲିସ୍ କହିଛି। କିଛି ଦିନ ତଳେ ସେଇ ଜାଗାରେ ତଣ୍ଡାବିରା ଗ୍ରାମର ଜନୈକ ଯୁବକ ମଧ୍ୟ ମୃତ୍ୟୁବରଣ କରିଥିଲେ।