Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଟାଙ୍ଗୀ ବାଇପାସ୍ ରେ ମାତିଲେ ବାଇକ୍ ଲୁଟେରା: ଗାଡିରୁ ପଡି ଦୁଇ ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ରେ ପୁଣି ଫାଇଜର୍ ବାଇକ୍ ଲୁଟେରାଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଆଖି ପିଛୁଳାକେ ମହିଳାଙ୍କ ଭ୍ୟାନିଟ୍ ବ୍ୟାଗକୁ ଝାମ୍ପ ମାରିଛନ୍ତି। ବାଇକ୍ ରୁ ପଡି ଦୁଇ ମହିଳା ଗୁରୁତର ହୋଇପଡିଛନ୍ତି।

ସୂଚନା ଅନୁଯାୟୀ, ଗୋପାଳ ପୁର ନିବାସୀ ତଥା ନାଚୁଣୀ ଲୋକିପୁର ମାଇଁ ଚଏସ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ପାଇକରାୟ (୩୨) ସ୍ୱାମୀଙ୍କ ସହ ବାଇକ୍ ରେ ଚମ୍ପାଗଡରୁ ଲୋକିପୁର ଯାଉଥିଲେ। ହେଲେ ବଡପାରୀ ଓଭର ବ୍ରିଜ୍ ଠାରେ ପଛରୁ ଫାଇଜର ବାଇକ୍ ରେ ଦୁଇ ଦୁର୍ବୃତ୍ତ ଆସି ମହିଳାଙ୍କ ଭ୍ୟାନିଟ୍ କୁ ଛଡାଇ ଥିଲେ। ମହିଳା ନ ଛାଡିବାରୁ ମହିଳାଙ୍କୁ ଧକ୍କା ମାରିବାରୁ ସେ ତଳେ ପଡିଯାଇଥିଲେ। ଯାହାଫଳରେ ସେ ଗୁରୁତର ହୋଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।

ସେହିଭଳି ଟାଙ୍ଗୀ ରତ୍ନମାଳୀ ସାହିର ନର୍ମଦା ରାୟ ସିଂ (୪୦) ବଡପାରୀ ସେବା ସମବାୟ ସମିତିରେ କଂପୁଟର ଅପରେଟର ଭାବେ କାର୍ଯ୍ୟ କରୁଛନ୍ତି। ମହିଳା ଜଣଙ୍କ ସ୍କୁଟିରେ ଆସୁଥିବା ବେଳେ ତାଙ୍କ ଘର ନିକଟରୁ ମାତ୍ର ୫୦୦ ମିଟର ଦୂର ହାପି ଷ୍ଟେ ହୋଟେଲ ନିକଟରେ ସେହି ବାଇକ୍ ଲୁଟେରା ମାନେ ଲୁଟ୍ ଉଦ୍ୟମ କରିଥିଲେ। ଫଳରେ
ସେ ସ୍କୁଟିରୁ ପଡି ହାତ ଭାଙ୍ଗି ଯାଇ ଗୁରୁତର ହୋଇଛନ୍ତି। ତାଙ୍କୁ ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ବାଣପୁର ପୋଲିସ: ୨୦ଟି ମୋଟର ସାଇକେଲ ଜବତ, ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପୋଲିସକୁ ମିଳିଛି ବଡ଼ ସଫଳତା। ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରି ୨୦ ଟି ବାଇକ୍ ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଣପୁର ପୋଲିସ। ଏ ନେଇ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ ନାଚୁଣୀ ଫାଣ୍ଡି ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଗତକାଲି ସଂଧ୍ୟାରେ ନାଚୁଣୀ ଫାଣ୍ଡି ଏ.ଏସ.ଆଇ ହାଡିବନ୍ଧୁ ନାୟକ ଏବଂ ସି.ଏସ.ଆଇ ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ ପାଟ୍ରୋଲିଂ କରୁଥିବା ସମୟରେ ସନ୍ଦେହଜନକ ଭାବେ ନାଲି ରଙ୍ଗର ହିରୋ ହଣ୍ଡା ବାଇକ ସହ ଜଣେ ଯୁବକଙ୍କୁ ଅଟକ ରଖି ବାଇକର କାଗଜପତ୍ର ମାଗିଥିଲେ। ଯୁବକ ଜଣକ ହେଲେ ବାଣପୁର ଥାନା କୁଲେଇ ଗ୍ରାମର ୨୯ ବର୍ଷୀୟ ସନ୍ତୋଷ ଜଗଦ୍ଦେବ। ପରବର୍ତ୍ତୀ ସମୟରେ ଯୁବକ ଜଣକ ବାଇକର କାଗଜପତ୍ର ଦେବାକୁ ଅସମର୍ଥ ହେବାରୁ ପୋଲିସର ସନ୍ଦେହ ବଢିଥିଲା ଏବଂ ପଚରାଉଚୁରା ବେଳେ ସେ ଉକ୍ତ ବାଇକକୁ ଭୁବନେଶ୍ୱର ଜୟଦେବ ନଗର ଅଞ୍ଚଳରୁ ଚୋରି କରିଥିବାର ସ୍ୱୀକାର କରିବା ସହ ଏକାଧିକ ବାଇକ ଚୋରିରେ ସମ୍ପୃକ୍ତ ଥାଇ ଚୋରା ବାଇକଗୁଡିକୁ ନିଜ ଘର ପଛପଟେ ରଖିଛନ୍ତି ବୋଲି କହିଥିଲେ।

ଏହି ପରିପ୍ରେକ୍ଷୀରେ ବାଣପୁର ପୋଲିସ କେସ ନମ୍ବର ୩୯୫/୨୦ ରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲା। ତଦନ୍ତ ସମୟରେ ଜଣାପଡିଥଲା ଯେ ସନ୍ତୋଷ ଭୁବନେଶ୍ୱର, ଜଙ୍କିଆ ଏବଂ ଖୋର୍ଦ୍ଧା ଅଞ୍ଚଳରୁ ବିଭିନ୍ନ ବାଇକ ଚୋରି କରି ମାନସିଂହପୁର, ଦୀକ୍ଷୀତପଡ଼ା ଏବଂ ଗୋତପଲ୍ଲୀ ଅଞ୍ଚଳରେ କମ ମୂଲ୍ୟରେ ବିକ୍ରି କରିଛନ୍ତି। ଏହି ରିପୋର୍ଟ ପାଇବା ପରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ ଏବଂ ବାଲୁଗାଁ ଏସ.ଡି.ପି.ଓ ସୁରେଶ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ, ଏସ.ଆଇ ଉମାକାନ୍ତ ସାହୁ, ବିଜୟ ମଲ୍ଲିକ, ରାଜକିଶୋର ବେହେରା, ପ୍ରସନ୍ନ ଜେନା ଏବଂ ଏ.ଏସ.ଆଇ ହାଡିବନ୍ଧୁ ନାୟକଙ୍କୁ ନେଇ ଏକ ଟିମ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା ଏବଂ ଚୋରା ବାଇକ ଗୁଡିକୁ ଜବତ କରାଯାଇଥିଲା।

ଏହି ସମୟରେ ଅନ୍ୟ ଜଣେ ବାଇକ ଚୋରକୁ ମଧ୍ୟ ପୋଲିସ ଗିରଫ କରିଛି। ଏହି ବାଇକ୍‌ ଚୋର ଜଣକ ଦୀକ୍ଷିତପଡାର ମୁବାରକ ଖାନ ବୋଲି ସୂଚନା ରହିଛି। ତେବେ କୁଲେଇ, ମାନସିଂହପୁର, ଦୀକ୍ଷୀତପଡ଼ା ଏବଂ ଗୋତପଲ୍ଲୀ ଅଞ୍ଚଳରୁ ବାଣପୁର ପୋଲିସ ସମୁଦାୟ ୨୦ ଗୋଟି ଚୋରା ବାଇକ ଉଦ୍ଧାର କରିଛି।