ପୁଣି ଟାଙ୍ଗୀ ବାଇପାସ୍ ରେ ମାତିଲେ ବାଇକ୍ ଲୁଟେରା: ଗାଡିରୁ ପଡି ଦୁଇ ମହିଳା ଗୁରୁତର

Published: Jun 30, 2023, 7:12 am IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ରେ ପୁଣି ଫାଇଜର୍ ବାଇକ୍ ଲୁଟେରାଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଆଖି ପିଛୁଳାକେ ମହିଳାଙ୍କ ଭ୍ୟାନିଟ୍ ବ୍ୟାଗକୁ ଝାମ୍ପ ମାରିଛନ୍ତି। ବାଇକ୍ ରୁ ପଡି ଦୁଇ ମହିଳା ଗୁରୁତର ହୋଇପଡିଛନ୍ତି।

ସୂଚନା ଅନୁଯାୟୀ, ଗୋପାଳ ପୁର ନିବାସୀ ତଥା ନାଚୁଣୀ ଲୋକିପୁର ମାଇଁ ଚଏସ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ପାଇକରାୟ (୩୨) ସ୍ୱାମୀଙ୍କ ସହ ବାଇକ୍ ରେ ଚମ୍ପାଗଡରୁ ଲୋକିପୁର ଯାଉଥିଲେ। ହେଲେ ବଡପାରୀ ଓଭର ବ୍ରିଜ୍ ଠାରେ ପଛରୁ ଫାଇଜର ବାଇକ୍ ରେ ଦୁଇ ଦୁର୍ବୃତ୍ତ ଆସି ମହିଳାଙ୍କ ଭ୍ୟାନିଟ୍ କୁ ଛଡାଇ ଥିଲେ। ମହିଳା ନ ଛାଡିବାରୁ ମହିଳାଙ୍କୁ ଧକ୍କା ମାରିବାରୁ ସେ ତଳେ ପଡିଯାଇଥିଲେ। ଯାହାଫଳରେ ସେ ଗୁରୁତର ହୋଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।

ସେହିଭଳି ଟାଙ୍ଗୀ ରତ୍ନମାଳୀ ସାହିର ନର୍ମଦା ରାୟ ସିଂ (୪୦) ବଡପାରୀ ସେବା ସମବାୟ ସମିତିରେ କଂପୁଟର ଅପରେଟର ଭାବେ କାର୍ଯ୍ୟ କରୁଛନ୍ତି। ମହିଳା ଜଣଙ୍କ ସ୍କୁଟିରେ ଆସୁଥିବା ବେଳେ ତାଙ୍କ ଘର ନିକଟରୁ ମାତ୍ର ୫୦୦ ମିଟର ଦୂର ହାପି ଷ୍ଟେ ହୋଟେଲ ନିକଟରେ ସେହି ବାଇକ୍ ଲୁଟେରା ମାନେ ଲୁଟ୍ ଉଦ୍ୟମ କରିଥିଲେ। ଫଳରେ
ସେ ସ୍କୁଟିରୁ ପଡି ହାତ ଭାଙ୍ଗି ଯାଇ ଗୁରୁତର ହୋଇଛନ୍ତି। ତାଙ୍କୁ ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

Related posts