Categories
ଆଜିର ଖବର ରାଜ୍ୟ ଖବର

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ ସାକ୍ଷାତ କଲେ ଅଷ୍ଟ୍ରେଲିଆ ଅଧିକାରୀ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ କୋଲକାତାରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଡେପୁଟି କନ୍‌ସଲ୍‌ ଜେନେରାଲ୍‌ ଡାନିଏଲ୍‌ ସିମ୍‌ ଓ ବରିଷ୍ଠ ସମ୍ବଳ ଅଧିକାରୀ ଆଞ୍ଜେଲିନା ନାୟାର ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟସାକ୍ଷାତ କରି ରାଜ୍ୟ ରାଜନୀତିରେ ନାରୀମାନଙ୍କର ସ୍ଥିତି, ଶାସନକୁ ବ୍ୟବସ୍ଥିତ କରିବାରେ ନାରୀଶକ୍ତିର ଭୂମିକା, ନାରୀ ସଶକ୍ତିକରଣ ଓ ଅଷ୍ଟ୍ରେଲିଆ ଏବଂ ଓଡ଼ିଶାର ସଂସଦୀୟ ବିଧିବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି।

ଏହି ସୌଜନ୍ୟସାକ୍ଷାତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟିକା ଶ୍ରୀମତୀ ଉଷାଦେବୀ, ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ଶ୍ରୀମତୀ ବାସନ୍ତି ହେମ୍ବ୍ରମ୍‌, ଶ୍ରୀମତୀ କୁସୁମ ଟେଟେ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ଗ୍ଲୋବାଲ୍‌ ପଲିସି ରିସର୍ଚ୍ଚ ଫାଉଣ୍ଡେସନର ଟିମ୍‌ଲିଡ୍‌ ସିନି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନାରୀ ସଶକ୍ତିକରଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଓଡ଼ିଶା ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂପର୍କକୁ ମଜବୁତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସବୁବେଳେ ନାରୀ ସଶକ୍ତିକରଣ ଉପରେ ପ୍ରାଧାନ୍ୟ ଦେଇ ଆସିଛନ୍ତି ବୋଲି ବାଚସ୍ପତି ଡଃ. ପାତ୍ର ପ୍ରକାଶ କରିଛନ୍ତି।

ନାରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ହେଲେ ହିଁ କୌଣସି ରାଜ୍ୟ ତଥା ଦେଶର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି। ମିଶନ ଶକ୍ତି ଯୋଜନା ମାଧ୍ୟମରେ ଓଡ଼ିଶାର, ମୁଖ୍ୟତଃ ଗ୍ରାମାଞ୍ଚଳର ମହିଳାମାନେ ଆର୍ଥିକ ଓ ସାମାଜିକ ଦୃଷ୍ଟିକୋଣରୁ ସଶକ୍ତ ହୋଇପାରିଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ଉଷାଦେବୀ ଉଲ୍ଲେଖ କରିଛନ୍ତି। ମହିଳା ସଶକ୍ତିକରଣ ଉପରେ ରାଜ୍ୟ ସରକାରଙ୍କ ବହୁବିଧ ପଦକ୍ଷେପକୁ ଡାନିଏଲ୍‌ ସିମ୍‌ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆସନ୍ତୁ ଜାଣିବା

ଭୁବନେଶ୍ବର: ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଗାମୀ ସପ୍ତାହର ଗସ୍ତ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଛି । ଆଜି ଭୁବନେଶ୍ୱରରୁ ନିଜ ନିର୍ବାଚନ ମଣ୍ଡଳୀକୁ ଦୁଇଦିନିଆ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିବେ । ଏଥିରେ ଗୋଷ୍ଠୀ ଗୃହ, ବିଦ୍ୟାଳୟ କକ୍ଷ, ଆଦର୍ଶ ପୋଖରୀ, ଆଡି ବନ୍ଧ, ଉଠା ଜଳସେଚନ ପ୍ରକଳ୍ପ, ଗ୍ରାମ୍ୟ ରାସ୍ତା, ଅଙ୍ଗନୱାଡି କେନ୍ଦ୍ର, ଭାଗବତ ଟୁଙ୍ଗି, ଶ୍ମଶାନ ମଣ୍ଡପ, କଲ୍ୟାଣ ମଣ୍ଡପ, ସ୍ମାର୍ଟ କ୍ଲାସ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ପାନୀୟ ଜଳ ପ୍ରକଳ୍ପ, ପଞ୍ଚାୟତ ଗୃହ, ପାଠାଗାର ଗୃହ, ଶିଶୁ ପାର୍କ ପ୍ରଭୃତି ଅନ୍ତର୍ଭୁକ୍ତ ।

୩୦ ସେପ୍ଟେମ୍ୱର ଦିନ ସିଦ୍ଦେଶ୍ୱର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଦିକନ୍ଦପୁର, କୁଶପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାମନ୍ତରାପୁର, କେଦାରପୁର, ପତାଣ୍ଡ ଏବଂ କୁଶପଡା ଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ ।

ଅକ୍ଟୋବର ୧ତାରିଖରେ ସକାଳ ୯.୧୦ ଘଟିକାରେ ପ୍ରେସ୍ କ୍ଲବ, ବ୍ରହ୍ମପୁରର ଏକ ସମ୍ୱର୍ଦ୍ଧନା ସଭାରେ ଯୋଗ ଦେଇ ବିଶିଷ୍ଟ ସାମ୍ୱାଦିକ ଡ଼ଃ ଜଗନ ମୋହନ ମହାପାତ୍ରଙ୍କୁ ସମ୍ୱର୍ଦ୍ଧିତ କରିବା ପରେ ନିଜ ନିର୍ବାଚନ ମଣ୍ଡଳୀର ଚାଞ୍ଚଡାପଲ୍ଲୀ, ବନ୍ଥପଲ୍ଲୀ, ବନ୍ଧଗୁଡା, ଅନ୍ତେଇ ଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱର ପତ୍ୟାବର୍ତ୍ତନ କରିବେ। ତାପରେ ସନ୍ଧ୍ୟା ୭ ଘଣ୍ଟା ୩୦ ମିନିଟରେ ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ପ୍ରଥମ ରାଜ୍ୟ ସ୍ତରୀୟ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଶହୀଦ ନଗର କଲ୍ୟାଣ ମଣ୍ଡପ, ଭୁବନେଶ୍ୱର ଠାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ।

ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଧାନସଭା ପରିସରରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତହେବ । ଏହି ପ୍ରାର୍ଥନା ସଭାରେ ମାନ୍ୟବର ରାଜ୍ୟପାଳ, ଓଡ଼ିଶା, ମାନ୍ୟବର ବାଚସ୍ପତି, ଓଡ଼ିଶା ବିଧାନସଭା ଏବଂ ସମସ୍ତ ମନ୍ତ୍ରୀ ଏବଂ ବିଧାନସଭା ସଦସ୍ୟ ଯୋଗ ଦେବେ। ଏହି ସଭାରେ ମାନ୍ୟବର ବାଚସ୍ପତି ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇବେ ।

ସେହି ଦିନ ଅପରାହ୍ନ ୩ ଘଟିକା ସମୟରେ ରାମଚନ୍ଦ୍ରପୁର ବିଶ୍ୱ ନିକେତନ, ଓଲ୍ଡ ଏଜ ହୋମ ଠାରେ ମହାନ୍ ସଂଘ, ବ୍ରହ୍ମପୁରର ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀ ଜୟନ୍ତୀରେ ଯୋଗ ଦେଇ ଅବଦୁଲ କଲାମ୍ ସ୍ମାରକୀ ହଷ୍ଟେଲ ଉଦଘାଟନ କରିବେ । ପରେ ପରେ ଅପରାହ୍ନ ୫ଟା ସମୟରେ ଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେବାକୁ ଥିବା “ଗାନ୍ଧୀ ସୌରଭ” ସ୍ମରଣିକାର ଶୁଭ ଉନ୍ମୋଚନ କରିବେ । ପ୍ରକାଶ ଯୋଗ୍ୟ ଯେ, ଗାନ୍ଧିଜୀଙ୍କ ବ୍ରହ୍ମପୁର ଆଗମନର ୧୦୦ ବର୍ଷ ସ୍ମୃତି ସ୍ୱରୂପ ଏହି ଭବ୍ୟ ସ୍ମରଣିକା ପ୍ରକାଶିତ ହେଉଛି ।

ଅକ୍ଟୋବର ୩ ତାରିଖ ଦିନ ମାଧିପୁର, ସୁନ୍ଦରପଦା, ଭୁବନେଶ୍ୱର ଠାରେ ହାଇଟେକ୍ ପ୍ଲାଜା ନୂତନ ଗୋଷ୍ଠୀ କେନ୍ଦ୍ର ଉଦଘାଟନରେ ସେ ଯୋଗ ଦେବେ ।

ଅକ୍ଟୋବର ୪ ତାରିଖ ଦିନ ସକାଳ ୧୧ଟା ସମୟରେ କଟକ ବକ୍ସି ବଜାର ସ୍ଥିତ ସମାଜ ଅଫିସରେ  “ସମାଜ” ଖବରକାଗଜର୧୦୨ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରଛନ୍ତି। ସେ କହିଛନ୍ତି ଯେ ବିଜୁବାବୁ କେବଳ ଜଣେ ରାଜନେତା ନଥିଲେ, ସେ ଜଣେ ଷ୍ଟେଟ୍‌ସମ୍ୟାନ। ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁବାବୁଙ୍କ କାମ କୌଣସି ପିଢ଼ି ଭୁଲି ପାରିବେ ନାହିଁ। ଭାରତରତ୍ନ ପାଇବା ପାଇଁ ସେ ଯୋଗ୍ୟ। ତେଣୁ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ପକ୍ଷରୁ ଦାବି କରୁଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆରମ୍ଭ ହେଲା ସର୍ବଦଳୀୟ ବୈଠକ, କୋଭିଡ ମହାମାରି ଭିତରେ ବିଧାନସଭା ଚାଲିବା ନେଇ ଆଲୋଚନା

ଭୁବନେଶ୍ବର, ଆଜି ବିଧାନସଭାର କନଫ୍ରେନସ ହଲରେ ସର୍ବଦଳୀୟ ବୈଠକ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଆସନ୍ତା 29 ତାରିଖରେ ଏଥର ମୌସୁମୀ ଅଧିବେସନ ଆରମ୍ଭ ହେବ। ତେବେ କୋଭିଡ ମହାମାରି ଭିତରେ ଏହି ଅଧିବେଶନ କିପରି ହେବ ସେ ନେଇ ଆଲୋଚନା ଚାଲିଛି। ଏଥିରେ ସଂସଦୀୟ ମନ୍ତ୍ରୀ ବିକ୍ରକେଶରୀ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ ନାୟକ, କଂଗ୍ରେସର ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚର୍ଚ୍ଚାରେ ବାଚସ୍ପତିଙ୍କ ବେକରେ ଝୁଲୁଥିବା କରୋନା କାର୍ଡ, ପାଖରେ ଥିଲେ କୁଆଡେ ଭାଇରସ ଆସିବ ନାହିଁ !

ଭୁବନେଶ୍ବର, ଗତ କିଛିଦିନ ତଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ କିପରି କୋଭିଡ19 ସୁରକ୍ଷା ବ୍ୟବସ୍ଥା କରାଯାଇଛି ତାହାର ତଦାରଖ କରିଥିଲେ। ଏହି ସମୟରେ ତାଙ୍କ ବେକର ଆଇଡେଣ୍ଟି କାର୍ଡ ପରି ଏକ ବସ୍ତୁଟିଏ ଝୁଲୁଥିଲା। ହେଲେ ତାହା କାଳେ ବିଧାନସଭା କାର୍ଡ ହୋଇଥିବ ଭାବେ ଅଧିକାରୀମାନେ କେହି କିଛି ପଚାରିଲେ ନାହିଁ।

ତେବେ ବାଚସ୍ପତି ତଦାରଖ ସାରି ବାହାରକୁ ଆସିବା ପରେ ସାମ୍ବାଦିକମାନେ ତାଙ୍କୁ ଘେରି ଗଲେ। ବେକରେ ଝୁଲୁଥିବା ଜିନିଷଟି କଣ ବୋଲି ପଚାରି ପକାଇଲେ। ଏହାର ଉତ୍ତରରେ ବାଚସ୍ପତି କହିଲେ ଯେ ଏହା ହେଉଛି ଏକ ପ୍ରକାରର କରୋନା ତାବିଜ୍। ଏହା ବେକରେ ଝୁଲୁ ଥିଲେ କରୋନା ଭାଇସର ପାଖକୁ ଆସିବ ନାହିଁ। ଏପରିକି କରୋନା ପଜେଟିଭ ରୋଗୀ ପାଖରେ ଥିଲେ ମଧ୍ୟ ସେ ଭାରସ ମୋତେ ସ୍ପର୍ଶ କରିବ ନାହିଁ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଏହାପରେ ସାମ୍ବାଦିକମାନେ ପ୍ରଶ୍ନ ପଚାରିବା ଆଗରୁ ସେ କହିଲେ ଯେ, ମୋ ପୁଅ ଏହାକୁ ଜାପାନାରୁ ମଗାଇଛି। ସେ ବ୍ରହ୍ମପୁରର ଶୀତଳାପଲ୍ଲୀ କୋଭିଡ ହସପିଟାଲ ଦାୟିତ୍ବରେ ରହିଛି। ସେ ଅନଲାଇନରେ ମଗାଇ ମୋତେ ଗୋଟିଏ ଦେଇଛି। ଏହା ପିନ୍ଧିଲେ କରୋନା ଭାଇରସ ପାଖ ମାଡିବ ନାହିଁ।

କୌତୁହଳ ବସତଃ ସାମ୍ବାଦିକମାନେ ପଚାରିଦେଲେ ସତରେ କଣ ଏହା କାମ କରୁଛି। ନା ଆପଣଙ୍କ ମନକୁ ଶାନ୍ତି ଦେଉଛି। ଏହାର ଉତ୍ତରେ ବାଚସ୍ପତି କିଛି କହି ନ ଥିଲେ। କେବଳ ଏତିକି କହିଲେ ଯେ, ଏହା କାମ କରୁଛି କି ନାହିଁ ମୁଁ ଜାଣିପାରୁ ନାହିଁ। ହେଲେ ବର୍ତ୍ତମାନ କୋଭିଡ ସ୍ଥିତିରେ ଏହାକୁ ପରୀକ୍ଷା କରିବା ମଧ୍ୟ କଷ୍ଟକର ବ୍ୟାପାର।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ସଂକ୍ରାମଣ ରୋକିବା ପାଇଁ ବିଧାନସଭା ସଦସ୍ୟଙ୍କ ଆଗରେ ଲାଗିଲା କାଚ, ବାଚସ୍ପତିଙ୍କ ତଦାରଖ

ଭୁବନେଶ୍ବର, ଆସନ୍ତା 29 ତାରିଖରେ ଆରମ୍ଭ ହେବ ଓଡିଶା ବିଧାନସଭାର ମୈସୁମୀ ଅଧିବେସନ। ତେବେ ଏଥର କୋଭିଡ ସଂକ୍ରାମଣରୁ ସଦସ୍ୟମାନଙ୍କୁ ବଞ୍ଚିତ କରିବା ପାଇଁ ନିଆଯାଇଛି ବିଭିନ୍ନ ପଦକ୍ଷେପ। ତାହା ହେଲା ସଂସଦରେ ସଦସ୍ୟଙ୍କ ଆଗରେ ଲାଗିଥିବା ଗ୍ଲାସ ପରି ବିଧାନସଭାରେ ମଧ୍ୟ ସେହିପରି କରାଯାଇଛି। ବିଧାନସଭା ସଦସ୍ୟଙ୍କ ପାଇଁ ଆଗରେ ଏବଂ ଦୁଇ କଡରେ ଲାଗିଛି ଗ୍ଲାସ। ଫଳରେ ଜଣେ ସଦସ୍ୟ ଛିଙ୍କିଲେ କିମ୍ବା କାଶିଲେ ତାହା ଅନ୍ୟ ସଦସ୍ୟଙ୍କ ପାଖକୁ ବ୍ୟାପିବ ନାହିଁ।

ଏଥିସହିତ ସଂକ୍ରାମଣ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଅଧିବେସନ ଆରମ୍ଭ ହେବାକୁ ଆଉ ଅଳ୍ପଦିନ ବାକିଥିବାରୁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି କାମକୁ ତଦାରଖ କରିଛନ୍ତି।