ଚର୍ଚ୍ଚାରେ ବାଚସ୍ପତିଙ୍କ ବେକରେ ଝୁଲୁଥିବା କରୋନା କାର୍ଡ, ପାଖରେ ଥିଲେ କୁଆଡେ ଭାଇରସ ଆସିବ ନାହିଁ !

Published: Sep 23, 2020, 3:31 pm IST

ଭୁବନେଶ୍ବର, ଗତ କିଛିଦିନ ତଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ କିପରି କୋଭିଡ19 ସୁରକ୍ଷା ବ୍ୟବସ୍ଥା କରାଯାଇଛି ତାହାର ତଦାରଖ କରିଥିଲେ। ଏହି ସମୟରେ ତାଙ୍କ ବେକର ଆଇଡେଣ୍ଟି କାର୍ଡ ପରି ଏକ ବସ୍ତୁଟିଏ ଝୁଲୁଥିଲା। ହେଲେ ତାହା କାଳେ ବିଧାନସଭା କାର୍ଡ ହୋଇଥିବ ଭାବେ ଅଧିକାରୀମାନେ କେହି କିଛି ପଚାରିଲେ ନାହିଁ।

ତେବେ ବାଚସ୍ପତି ତଦାରଖ ସାରି ବାହାରକୁ ଆସିବା ପରେ ସାମ୍ବାଦିକମାନେ ତାଙ୍କୁ ଘେରି ଗଲେ। ବେକରେ ଝୁଲୁଥିବା ଜିନିଷଟି କଣ ବୋଲି ପଚାରି ପକାଇଲେ। ଏହାର ଉତ୍ତରରେ ବାଚସ୍ପତି କହିଲେ ଯେ ଏହା ହେଉଛି ଏକ ପ୍ରକାରର କରୋନା ତାବିଜ୍। ଏହା ବେକରେ ଝୁଲୁ ଥିଲେ କରୋନା ଭାଇସର ପାଖକୁ ଆସିବ ନାହିଁ। ଏପରିକି କରୋନା ପଜେଟିଭ ରୋଗୀ ପାଖରେ ଥିଲେ ମଧ୍ୟ ସେ ଭାରସ ମୋତେ ସ୍ପର୍ଶ କରିବ ନାହିଁ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଏହାପରେ ସାମ୍ବାଦିକମାନେ ପ୍ରଶ୍ନ ପଚାରିବା ଆଗରୁ ସେ କହିଲେ ଯେ, ମୋ ପୁଅ ଏହାକୁ ଜାପାନାରୁ ମଗାଇଛି। ସେ ବ୍ରହ୍ମପୁରର ଶୀତଳାପଲ୍ଲୀ କୋଭିଡ ହସପିଟାଲ ଦାୟିତ୍ବରେ ରହିଛି। ସେ ଅନଲାଇନରେ ମଗାଇ ମୋତେ ଗୋଟିଏ ଦେଇଛି। ଏହା ପିନ୍ଧିଲେ କରୋନା ଭାଇରସ ପାଖ ମାଡିବ ନାହିଁ।

କୌତୁହଳ ବସତଃ ସାମ୍ବାଦିକମାନେ ପଚାରିଦେଲେ ସତରେ କଣ ଏହା କାମ କରୁଛି। ନା ଆପଣଙ୍କ ମନକୁ ଶାନ୍ତି ଦେଉଛି। ଏହାର ଉତ୍ତରେ ବାଚସ୍ପତି କିଛି କହି ନ ଥିଲେ। କେବଳ ଏତିକି କହିଲେ ଯେ, ଏହା କାମ କରୁଛି କି ନାହିଁ ମୁଁ ଜାଣିପାରୁ ନାହିଁ। ହେଲେ ବର୍ତ୍ତମାନ କୋଭିଡ ସ୍ଥିତିରେ ଏହାକୁ ପରୀକ୍ଷା କରିବା ମଧ୍ୟ କଷ୍ଟକର ବ୍ୟାପାର।

Related posts