Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚର୍ଚ୍ଚାରେ ବାଚସ୍ପତିଙ୍କ ବେକରେ ଝୁଲୁଥିବା କରୋନା କାର୍ଡ, ପାଖରେ ଥିଲେ କୁଆଡେ ଭାଇରସ ଆସିବ ନାହିଁ !
ଜାତୀୟ ଖବର

ଚର୍ଚ୍ଚାରେ ବାଚସ୍ପତିଙ୍କ ବେକରେ ଝୁଲୁଥିବା କରୋନା କାର୍ଡ, ପାଖରେ ଥିଲେ କୁଆଡେ ଭାଇରସ ଆସିବ ନାହିଁ !

September 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚର୍ଚ୍ଚାରେ ବାଚସ୍ପତିଙ୍କ ବେକରେ ଝୁଲୁଥିବା କରୋନା କାର୍ଡ, ପାଖରେ ଥିଲେ କୁଆଡେ ଭାଇରସ ଆସିବ ନାହିଁ !

ଭୁବନେଶ୍ବର, ଗତ କିଛିଦିନ ତଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ କିପରି କୋଭିଡ19 ସୁରକ୍ଷା ବ୍ୟବସ୍ଥା କରାଯାଇଛି ତାହାର ତଦାରଖ କରିଥିଲେ। ଏହି ସମୟରେ ତାଙ୍କ ବେକର ଆଇଡେଣ୍ଟି କାର୍ଡ ପରି ଏକ ବସ୍ତୁଟିଏ ଝୁଲୁଥିଲା। ହେଲେ ତାହା କାଳେ ବିଧାନସଭା କାର୍ଡ ହୋଇଥିବ ଭାବେ ଅଧିକାରୀମାନେ କେହି କିଛି ପଚାରିଲେ ନାହିଁ।

ତେବେ ବାଚସ୍ପତି ତଦାରଖ ସାରି ବାହାରକୁ ଆସିବା ପରେ ସାମ୍ବାଦିକମାନେ ତାଙ୍କୁ ଘେରି ଗଲେ। ବେକରେ ଝୁଲୁଥିବା ଜିନିଷଟି କଣ ବୋଲି ପଚାରି ପକାଇଲେ। ଏହାର ଉତ୍ତରରେ ବାଚସ୍ପତି କହିଲେ ଯେ ଏହା ହେଉଛି ଏକ ପ୍ରକାରର କରୋନା ତାବିଜ୍। ଏହା ବେକରେ ଝୁଲୁ ଥିଲେ କରୋନା ଭାଇସର ପାଖକୁ ଆସିବ ନାହିଁ। ଏପରିକି କରୋନା ପଜେଟିଭ ରୋଗୀ ପାଖରେ ଥିଲେ ମଧ୍ୟ ସେ ଭାରସ ମୋତେ ସ୍ପର୍ଶ କରିବ ନାହିଁ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଏହାପରେ ସାମ୍ବାଦିକମାନେ ପ୍ରଶ୍ନ ପଚାରିବା ଆଗରୁ ସେ କହିଲେ ଯେ, ମୋ ପୁଅ ଏହାକୁ ଜାପାନାରୁ ମଗାଇଛି। ସେ ବ୍ରହ୍ମପୁରର ଶୀତଳାପଲ୍ଲୀ କୋଭିଡ ହସପିଟାଲ ଦାୟିତ୍ବରେ ରହିଛି। ସେ ଅନଲାଇନରେ ମଗାଇ ମୋତେ ଗୋଟିଏ ଦେଇଛି। ଏହା ପିନ୍ଧିଲେ କରୋନା ଭାଇରସ ପାଖ ମାଡିବ ନାହିଁ।

କୌତୁହଳ ବସତଃ ସାମ୍ବାଦିକମାନେ ପଚାରିଦେଲେ ସତରେ କଣ ଏହା କାମ କରୁଛି। ନା ଆପଣଙ୍କ ମନକୁ ଶାନ୍ତି ଦେଉଛି। ଏହାର ଉତ୍ତରେ ବାଚସ୍ପତି କିଛି କହି ନ ଥିଲେ। କେବଳ ଏତିକି କହିଲେ ଯେ, ଏହା କାମ କରୁଛି କି ନାହିଁ ମୁଁ ଜାଣିପାରୁ ନାହିଁ। ହେଲେ ବର୍ତ୍ତମାନ କୋଭିଡ ସ୍ଥିତିରେ ଏହାକୁ ପରୀକ୍ଷା କରିବା ମଧ୍ୟ କଷ୍ଟକର ବ୍ୟାପାର।

ବାଚସ୍ପତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026
Latest News

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.