Categories
ଆଞ୍ଚଳିକ

ବାଟଗାଁରେ ତୃତୀୟ ବାର୍ଷିକ ଦିବାରାତ୍ର ଭଲିଵଲ୍ ଟୁର୍ଣ୍ଣାମେଣ୍ଟ୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ବାଟଗାଁ ଠାରେ ଭଲିବଲ୍ କମ୍ପ୍ଲେକ୍ସ ଆନୁକୂଲ୍ୟରେ ଶରତ କୁମାର୍ ପ୍ରଧାନ ଓ ସତ୍ୟବ୍ରତ ସେଠି ଙ୍କର ପରିଚାଳନାରେ ଦିବାରାତ୍ର ଭଲିଵଲ୍ ଟୁର୍ଣ୍ଣାମେଣ୍ଟ୍ ଆୟୋଜିତ ହୋଇଥିଲା। ଏହି କ୍ରୀଡା ସମାବେଶରେ ରାଉରକେଲାର ରାଇଜିଙ୍ଗ୍ କ୍ଲବ୍ କେ ଭି ସି,ଭୁବନେଶ୍ବର ହଷ୍ଟେଲ, ବରଗଡ଼, ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ,ଓଡିଶା ପୁଲିସ୍ ଓ ନୟାଗଡ ଟିମ୍ ଭାଗ ନେଇ ଥିଲେ।

ଏହି ଟୁର୍ଣ୍ଣାମେଣ୍ଟ୍ ରେ ଆକାଶ ସାହୁ, ରୋଶନ୍ ସାହୁ ଓ ମନୋରଞ୍ଜନ ପଣ୍ଡା ରେଫରି ଭାବେ ଖେଳ ପରିଚାଳନା କରିଥିଲେ। ଫାଇନଲ୍ ଖେଳରେ ରାଇଜିଙ୍ଗ୍ କ୍ଲବ୍ ରାଉରକେଲା ଭୁଵନେଶ୍ବର ହଷ୍ଟେଲ୍ କୁ ୨.୦ ରେ ପରାଜିତ କରି ଚମ୍ପିୟାନ୍ ଭାବେ ଘୋଷିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ତଥା ପୁର୍ବତନ ବ୍ଲକ୍ ଚେୟାରମ୍ୟାନ ସୁଦର୍ଶନ ସାହୁ, ଯୁବନେତା ଆସଫ୍ ଅଲ୍ଲୀ ଖାନ୍, ବାଟଗାଁ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରଫୁଲ୍ଲ ପ୍ରଧାନ, ସମାଜସେବୀ ଶଙ୍କର ଵେହେରା, ସମିତି ସଭ୍ୟ ପ୍ରଵୀଣ ପ୍ରଧାନ ଓ ଇଂରାଜୀ ଅଧ୍ୟାପକ ଅନୀଲ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ।

ଏହି ଉସତ୍ସବ ରେ ଗ୍ରାମବାସୀ, ଜନ ପ୍ରତିନିଧି ଗଣ ଓ ଵିଭିନ୍ନ ଅନୁଷ୍ଠାନ ର ଖେଳ ଶିକ୍ଷକ ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ସର୍ପାଘାତରେ ମହିଳା ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ଥାନା ବାଟଗାଁରେ ଜନୈକା ମହିଳା ଘର ପଛପଟେ ଘାସ ଉପାଡୁଥିବା ସମୟରେ ଏକ ବିଷଧର ନାଗସାପ କାମୁଡିବାରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ଗ୍ରାମର କଟି ମାଝୀ (୭୦) ନିଜ ଘର ଚାରିପାଖ ସଫା କରୁଥିଲେ। ଏହି ସମୟରେ ଏକ ନାଗ ସାପ ତାଙ୍କୁ ଚୋଟ ମାରିଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନ ଆଣି କୁଞ୍ଜାମୁରା ଶିବ ମନ୍ଦିର ନେଇଯାଇଥିଲେ।  ସେଠାରେ ସେ ଭଲ ନ ହେବାରୁ ଘରକୁ ଆଣିଥିଲେ।

ଆଜି ସକାଳେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନାକଟିଦେଉଳ ପୋଲିସ୍ ଖବର ପାଇ ଗାଁରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡ଼ିଛି।

Categories
ଆଞ୍ଚଳିକ

ବାଟଗାଁରେ ପ୍ରଶାସନର ଗଞ୍ଜେଇ ଚାଷରୁ ନିବୃତ୍ତ ରହିବା ପାଇଁ ସଚେତନତା ସଭା

କନ୍ଦର୍ପ ବେହେରା
ରେଢାଖୋଲ: ଅତୀତରେ ନାକଟିଦେଉଳ ବ୍ଲକ୍‌ର ଆଭ୍ୟନ୍ତରୀଣ ଅଂଚଳ ଗଞ୍ଜେଇ ଚାଷ ପାଇଁ ବେଶ୍ ପରିଚିତ ଥିଲା। ଦୀର୍ଘ ଦିନର ନିରବତା ପରେ ପୁଣି ଥରେ ଏ ଅଂଚଳରେ ଗଞ୍ଜେଇ ଚାଷ ହେବାର ପ୍ରଶାସନ ଠାରେ ଖବର ପହଂଚିଥିଲା। କିଛି ଦିନ ତଳେ ନାକଟିଦେଉଳ ବ୍ଲକ୍ ହିତସରା ଗ୍ରାମରେ ଥିବା ପାହାଡ ଅଂଚଳରେ ଥିବା ସରକାରୀ ଜଙ୍ଗଲରେ ଗଞ୍ଜେଇ ଚାଷ ହୋଇଥିବା ପ୍ରଶାସନ ଠାରେ ଖବର ପହଂଚିବା ପରେ ଚଢଉ କରି ନଷ୍ଟ କରାଯାଇଥିଲା।

ଏ ଅଂଚଳର ଲୋକମାନେ ବେଆଇନ୍ ଗଂଜେଇ ଚାଷରୁ ନିବୃତ କିପରି ରହିବେ ସେଥିପାଇଁ ବାଟଗାଁ ଠାରେ ପ୍ରଶାସନ ପକ୍ଷରୁ ଆଜି ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ଏହି ସଚେତନତା ସଭାରେ ରେଢାଖୋଲ ଏସଡିପିଓ ପ୍ରଶାନ୍ତ ମେହେରଙ୍କ ସଭାପତିତ୍ୱରେ ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ଅବକାରୀ ଡେପୁଟି କମିଶନର ଡମ୍ବରୁଧର ଖଣ୍ଡା, ସମ୍ବଲପୁର ଅବକାରୀ ମୋବାଇଲ ଇନସ୍ ପେକଟର ଅନ୍ନପୂର୍ଣ୍ଣା ରଥ, ରେଢାଖୋଲ ଅବକାରୀ ନିରୀକ୍ଷକ ବିଷ୍ଣୁଚରଣ ମଲ୍ଲିକ, ନାକଟିଦେଉଳ ଥାନା ଅଧିକାରୀ ବିଭୁତିଭୂଷଣ ଦଳେଇ, ବିଡିଓ ବିବେକାନନ୍ଦ ସାହୁ ଏବଂ ରେଞ୍ଜ ଅଧିକାରୀ ଅଶ୍ୱିନୀ କୁମାର ବେହେରା ପ୍ରମୁଖ ଯୋଗଦେଇ ଲୋକମାନଙ୍କ ଗଞ୍ଜେଇ ଚାଷ ନ କରିବାକୁ ବୁଝାଇଥିଲେ।

ଗଞ୍ଜେଇ ଚାଷରୁ ଲୋକମାନେ କିପରି ନିବୃତ ରହିବେ ସେଥିପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସଂପୃକ୍ତ ବିଭାଗର କର୍ମଚାରୀ, ବାଟଗାଁ ପଂଚାୟତର ଜନପ୍ରତିନିଧି ଏବଂ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।