Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଟଗାଁରେ ପ୍ରଶାସନର ଗଞ୍ଜେଇ ଚାଷରୁ ନିବୃତ୍ତ ରହିବା ପାଇଁ ସଚେତନତା ସଭା
ଆଞ୍ଚଳିକ

ବାଟଗାଁରେ ପ୍ରଶାସନର ଗଞ୍ଜେଇ ଚାଷରୁ ନିବୃତ୍ତ ରହିବା ପାଇଁ ସଚେତନତା ସଭା

November 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଅତୀତରେ ନାକଟିଦେଉଳ ବ୍ଲକ୍‌ର ଆଭ୍ୟନ୍ତରୀଣ ଅଂଚଳ ଗଞ୍ଜେଇ ଚାଷ ପାଇଁ ବେଶ୍ ପରିଚିତ ଥିଲା। ଦୀର୍ଘ ଦିନର ନିରବତା ପରେ ପୁଣି ଥରେ ଏ ଅଂଚଳରେ ଗଞ୍ଜେଇ ଚାଷ ହେବାର ପ୍ରଶାସନ ଠାରେ ଖବର ପହଂଚିଥିଲା। କିଛି ଦିନ ତଳେ ନାକଟିଦେଉଳ ବ୍ଲକ୍ ହିତସରା ଗ୍ରାମରେ ଥିବା ପାହାଡ ଅଂଚଳରେ ଥିବା ସରକାରୀ ଜଙ୍ଗଲରେ ଗଞ୍ଜେଇ ଚାଷ ହୋଇଥିବା ପ୍ରଶାସନ ଠାରେ ଖବର ପହଂଚିବା ପରେ ଚଢଉ କରି ନଷ୍ଟ କରାଯାଇଥିଲା।

ଏ ଅଂଚଳର ଲୋକମାନେ ବେଆଇନ୍ ଗଂଜେଇ ଚାଷରୁ ନିବୃତ କିପରି ରହିବେ ସେଥିପାଇଁ ବାଟଗାଁ ଠାରେ ପ୍ରଶାସନ ପକ୍ଷରୁ ଆଜି ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ଏହି ସଚେତନତା ସଭାରେ ରେଢାଖୋଲ ଏସଡିପିଓ ପ୍ରଶାନ୍ତ ମେହେରଙ୍କ ସଭାପତିତ୍ୱରେ ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ଅବକାରୀ ଡେପୁଟି କମିଶନର ଡମ୍ବରୁଧର ଖଣ୍ଡା, ସମ୍ବଲପୁର ଅବକାରୀ ମୋବାଇଲ ଇନସ୍ ପେକଟର ଅନ୍ନପୂର୍ଣ୍ଣା ରଥ, ରେଢାଖୋଲ ଅବକାରୀ ନିରୀକ୍ଷକ ବିଷ୍ଣୁଚରଣ ମଲ୍ଲିକ, ନାକଟିଦେଉଳ ଥାନା ଅଧିକାରୀ ବିଭୁତିଭୂଷଣ ଦଳେଇ, ବିଡିଓ ବିବେକାନନ୍ଦ ସାହୁ ଏବଂ ରେଞ୍ଜ ଅଧିକାରୀ ଅଶ୍ୱିନୀ କୁମାର ବେହେରା ପ୍ରମୁଖ ଯୋଗଦେଇ ଲୋକମାନଙ୍କ ଗଞ୍ଜେଇ ଚାଷ ନ କରିବାକୁ ବୁଝାଇଥିଲେ।

ଗଞ୍ଜେଇ ଚାଷରୁ ଲୋକମାନେ କିପରି ନିବୃତ ରହିବେ ସେଥିପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସଂପୃକ୍ତ ବିଭାଗର କର୍ମଚାରୀ, ବାଟଗାଁ ପଂଚାୟତର ଜନପ୍ରତିନିଧି ଏବଂ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।

ଗଞ୍ଜେଇ ଚାଷ ନାକଟିଦେଉଳ ବ୍ଲକ୍ ବାଟଗାଁ ସଚେତନତା ସଭା
Share. Facebook Twitter LinkedIn Email WhatsApp Copy Link

Related Posts

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026
Latest News

ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍!: ଆଫଗାନିସ୍ତାନ ODIରେ କିପରି ରହିବ ଟିମ୍ ଇଣ୍ଡିଆ?

June 11, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026

ଦୁର୍ଘଟଣାରେ ବାପ – ଝିଅ ମୃତ

June 11, 2026

ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.