Categories
ଆଞ୍ଚଳିକ

ଜଙ୍ଗଲ ନିଆଁ ନିରାକରଣ ପାଇଁ ସଚେତନତା ସଭା

ରେଢାଖୋଲ: ରେଢାଖୋଲ ବନଖଣ୍ଡ ଗିରିଶ୍ଚନ୍ଦ୍ରପୁର ରେଞ୍ଜଠାରେ ଜଙ୍ଗଲରେ ନିଆଁ ଓ ତାର ନିରାକରଣ ସଂପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଏସିଏଫ୍ ଅଶ୍ବିନୀ ବେହେରା ମୁଖ୍ୟଅତିଥି, ମୁଖ୍ୟ ବକ୍ତା ଭାବରେ ସଦାନନ୍ଦ ଭୋଇ, ସମ୍ମାନୀତ ଅତିଥି ଭାବରେ ଗିରିଶ୍ଚନ୍ଦ୍ରପୁର ସରପଞ୍ଚ ଶୁଭେନ୍ଦ୍ର ପ୍ରଧାନ, ପାଣିମୋରା ସରପଞ୍ଚ ଜଗବନ୍ଧୁ ସାହୁ, ସମାଜସେବୀ ରଘୁନାଥ ପ୍ରଧାନ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିପିନ୍ ବିହାରୀ ପ୍ରଧାନ, କିସିଣ୍ଡା ରେଞ୍ଜ ଅଧିକାରୀ ଦେବକୀ ପ୍ରଧାନ, କିସିଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରିତା ଭୋଇ, କିସିଣ୍ଡା ସମିତି ସଭ୍ୟା ଯାଜ୍ଞସେନୀ କୁଅଁର ପ୍ରମୁଖ ଯୋଗଦେଇ ଜଙ୍ଗଲ ନିଆଁ ନିରାକରଣ ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକ ଏବଂ ଜଙ୍ଗଲରେ ଯେଉଁ ବ୍ୟକ୍ତି ନିଆଁ ଲଗାଇଵ ସେ ବ୍ୟକ୍ତି ବିରିଦ୍ଧରେ ଦ୍ରୁଢ କାର୍ଯ୍ୟନୁଷ୍ଠାନ ନେବାର ଆବଶ୍ୟକତା ଅଛି ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ।

ସାମ୍ବାଦିକ କନ୍ଦର୍ପ ବେହେରା ଆଲୋଚନାରେ ଭାଗ ନେଇ ଜଙ୍ଗଲର ଉପକାରିତା ସଂପର୍କରେ ମତବ୍ୟକ୍ତ କରିଥିଲେ। ଏହି ସଭାରେ ଗିରିଶ୍ଚନ୍ଦ୍ରପୁର ରେଞର ବନ ସୁରକ୍ଷା ସମିତିର ସଭାପତି, ସଭ୍ୟ, ଛାତ୍ରଛାତ୍ରୀ, ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଯୋଗଦେଇଥିଲେ। ବନ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଚାରମାଳ ରେଞ୍ଜରେ ଜଙ୍ଗଲ ନିଆଁ ନିରାକରଣ ପାଇଁ ସଚେତନତା ସଭା

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜର ଚାରମାଳ ନର୍ସରୀଠାରେ ଜଙ୍ଗଲରେ ନିଆଁ କିପରିି ଲାଗିବ ନାଇଁ ସେ ସଂପର୍କରେ ଏକ ସଭା ଅନୁଷ୍ଠିତ ହୋଇଥିଲା।  ଚାରମାଳ ରେଞ୍ଜ ଅଧିକାରୀ ଦର୍ଶନୀଆ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବଡମାଳ ରେଞ ଅଧିକାରୀ ପ୍ରଦୀପ ସେଠୀ, ଚାରମାଳ ଥାନାଧିକାରୀ, ଚାରମାଳ ଆର୍ ଆଇ, ରେଢାଖୋଲ ଫାୟାର ଅଧିକାରୀ, ଚାରମାଳ ସରପଂଚ, ସମିତି ସଭ୍ୟା ଆଦି ଯୋଗଦେଇ ଜଙ୍ଗଲରେ ଲାଗୁଥିବା ନିଆଁକୁ କିପରି ଆୟତ୍ତ କରାଯାଇପାରିବ ସେ ସଂପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଙ୍ଗଲରେ ଯେଉଁ ବ୍ୟକ୍ତି ନିଆଁ ଲଗାଇବ ତା ପ୍ରତି ବନ ବିଭାଗ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବନ ବିଭାଗ ପ୍ରକାଶ କରିଥିଲା। ଚାରମାଳ ଫରେଷ୍ଟର ବିଜୟ କୁମାର ପ୍ରଧାନ, ସାମ୍ବାଦିକ କନ୍ଦର୍ପ ବେହେରା ଆଲୋଚନାରେ ଭାଗ ନେଇ ଜଙ୍ଗଲ ନିଆଁ ସଂପର୍କରେ ମତବ୍ୟକ୍ତ କରିଥିଲେ। ଏହି ସଭାରେ ଚାରମାଳ ରେଞର ବନ ସୁରକ୍ଷ ସମିତିର ସଭାପତି ଓ ସଭ୍ୟମାନେ ଯୋଗଦେଇଥିଲେ। ସ୍ବେଚ୍ଛାସେବୀ ସଂଗଠନ ସିଡିର କର୍ମକର୍ତ୍ତା ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କର୍କଟ ରୋଗର ନିରାକରଣ ସଚେତନତା ସଭା ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ ପରିସରରେ କର୍କଟ ରୋଗର କାରଣ ଓ ନିରାକରଣ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଓଡ଼ିଶା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଦେବାନନ୍ଦ ଦାସ ପୌରହିତ୍ୟ କରି ସେ ନିଜେ କର୍କଟ ରୋଗରେ ଆକ୍ରାନ୍ତ ହୋଇ କେମିତି କର୍କଟ ରୋଗକୁ ହରାଇ ଆଜି ସମାଜ ସେବାରେ ନିୟୋଜିତ ଥିବା ଉଲ୍ଲେଖ କରିଥିଲେ।

ଶିକ୍ଷୟତ୍ରୀ ତପସ୍ଵିନୀ ମିଶ୍ର ସେ ନିଜେ ସ୍ତନ କର୍କଟ ରୋଗରେ ପୀଡିତ ହୋଇ ରୋଗରୁ ମୁକ୍ତ ହୋଇ ନିଜ କର୍ମମୟ ଜୀବନ ବିତାଇବା ବିଷୟରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ବାଟଗାଁରେ ପ୍ରଶାସନର ଗଞ୍ଜେଇ ଚାଷରୁ ନିବୃତ୍ତ ରହିବା ପାଇଁ ସଚେତନତା ସଭା

କନ୍ଦର୍ପ ବେହେରା
ରେଢାଖୋଲ: ଅତୀତରେ ନାକଟିଦେଉଳ ବ୍ଲକ୍‌ର ଆଭ୍ୟନ୍ତରୀଣ ଅଂଚଳ ଗଞ୍ଜେଇ ଚାଷ ପାଇଁ ବେଶ୍ ପରିଚିତ ଥିଲା। ଦୀର୍ଘ ଦିନର ନିରବତା ପରେ ପୁଣି ଥରେ ଏ ଅଂଚଳରେ ଗଞ୍ଜେଇ ଚାଷ ହେବାର ପ୍ରଶାସନ ଠାରେ ଖବର ପହଂଚିଥିଲା। କିଛି ଦିନ ତଳେ ନାକଟିଦେଉଳ ବ୍ଲକ୍ ହିତସରା ଗ୍ରାମରେ ଥିବା ପାହାଡ ଅଂଚଳରେ ଥିବା ସରକାରୀ ଜଙ୍ଗଲରେ ଗଞ୍ଜେଇ ଚାଷ ହୋଇଥିବା ପ୍ରଶାସନ ଠାରେ ଖବର ପହଂଚିବା ପରେ ଚଢଉ କରି ନଷ୍ଟ କରାଯାଇଥିଲା।

ଏ ଅଂଚଳର ଲୋକମାନେ ବେଆଇନ୍ ଗଂଜେଇ ଚାଷରୁ ନିବୃତ କିପରି ରହିବେ ସେଥିପାଇଁ ବାଟଗାଁ ଠାରେ ପ୍ରଶାସନ ପକ୍ଷରୁ ଆଜି ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ଏହି ସଚେତନତା ସଭାରେ ରେଢାଖୋଲ ଏସଡିପିଓ ପ୍ରଶାନ୍ତ ମେହେରଙ୍କ ସଭାପତିତ୍ୱରେ ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ଅବକାରୀ ଡେପୁଟି କମିଶନର ଡମ୍ବରୁଧର ଖଣ୍ଡା, ସମ୍ବଲପୁର ଅବକାରୀ ମୋବାଇଲ ଇନସ୍ ପେକଟର ଅନ୍ନପୂର୍ଣ୍ଣା ରଥ, ରେଢାଖୋଲ ଅବକାରୀ ନିରୀକ୍ଷକ ବିଷ୍ଣୁଚରଣ ମଲ୍ଲିକ, ନାକଟିଦେଉଳ ଥାନା ଅଧିକାରୀ ବିଭୁତିଭୂଷଣ ଦଳେଇ, ବିଡିଓ ବିବେକାନନ୍ଦ ସାହୁ ଏବଂ ରେଞ୍ଜ ଅଧିକାରୀ ଅଶ୍ୱିନୀ କୁମାର ବେହେରା ପ୍ରମୁଖ ଯୋଗଦେଇ ଲୋକମାନଙ୍କ ଗଞ୍ଜେଇ ଚାଷ ନ କରିବାକୁ ବୁଝାଇଥିଲେ।

ଗଞ୍ଜେଇ ଚାଷରୁ ଲୋକମାନେ କିପରି ନିବୃତ ରହିବେ ସେଥିପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସଂପୃକ୍ତ ବିଭାଗର କର୍ମଚାରୀ, ବାଟଗାଁ ପଂଚାୟତର ଜନପ୍ରତିନିଧି ଏବଂ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।