Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଆଜିଠାରୁ ୩୦ ଯାଏଁ ଉଭୟ ପାର୍ଶ୍ୱରୁ ବାତିଲ ରହିବ ଭଦ୍ରକ-ବାଲେଶ୍ୱର-ଭଦ୍ରକ ମେମୁ

ଭୁବନେଶ୍ଵର: 08032/08031 ଭଦ୍ରକ – ବାଲେଶ୍ୱର – ଭଦ୍ରକ ମେମୁ ଆଜିଠାରୁ 30 ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

ବାଲେଶ୍ୱର – ଭଦ୍ରକ ରେଳ ସେକ୍ସନ ଅନ୍ତର୍ଗତ ସୋରୋ – ବାହାନଗା ବଜାର ଷ୍ଟେସନ ମଧ୍ୟରେ ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ ଜନିତ ଟ୍ରାଫିକ ବ୍ଲକ ଯୋଗୁଁ ଏହି ନୁଷ୍ପତ୍ତି ନିଆଯାଇଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଅନୁଗୁଳ ଓ ଝାରସୁଗୁଡାରେ ଦୁଇ ଦିନ ପାଇଁ ବାତିଲ ରହିବ ଏହି ଟ୍ରେନ

ଭୁବନେଶ୍ବର: ଉତ୍ତର କେନ୍ଦ୍ରୀୟ ରେଳପଥର ନୈନି ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଆରମ୍ଭ ହେବ। ସେଥିପାଇଁ ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ଝାରସୁଗୁଡା ଦୁଇ ଦିନ ପାଇଁ ବାତିଲ ରହିବ।

22805 ଭୁବନେଶ୍ୱର-ଆନନ୍ଦ ବିହାର ସୁପର ଫାଷ୍ଟ ଏକ୍ସପ୍ରେସ ଭୁବନେଶ୍ୱରରୁ ଜାନୁୟାରୀ 1 ତାରିଖ  ଏବଂ ଜାନୁୟାରୀ 8 ତାରିଖ, 2022 ଦିନ ବାତିଲ ରହିବ।

22806 ଆନନ୍ଦ ବିହାର-ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଆନନ୍ଦ ବିହାରରୁ ଜାନୁୟାରୀ 3 ତାରିଖ ଏବଂ ଜାନୁୟାରୀ 10 ତାରିଖ, 2022 ଦିନ ବାତିଲ ରହିବ।

ସେହିଭଳି ଆନନ୍ଦ ବିହାର (ଦିଲ୍ଲୀ) ରୁ ନନ୍ଦନକାନନ ଏକ୍ସପ୍ରେସ 12 ଦିନ ପାଇଁ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ। 12816 ଆନନ୍ଦ ବିହାର-ପୁରୀ ନନ୍ଦନକାନନ ଏକ୍ସପ୍ରେସ ଆନନ୍ଦ ବିହାରରୁ ଡିସେମ୍ବର 30 ତାରିଖ 2021 ରୁ ଜାନୁୟାରୀ 10 ତାରିଖ 2022 ପର୍ଯ୍ୟନ୍ତ ମିରାଜପୁର ଷ୍ଟେସନକୁ ନଯାଇ ପ୍ରୟାଗରାଜ-ପ୍ରୟାଗରାଜ ରାମବାଗ-ଦିନ ଦୟାଲ ଉପାଧ୍ୟାୟ ଷ୍ଟେସନ ମାର୍ଗ ଦେଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ ଏକ ଯୋଡ଼ା ବିଶେଷ ଟ୍ରେନ

ଭୁବନେଶ୍ବର: କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ:

୧- ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ।

ପୁରୀ-ଅନୁଗୁଳ ସ୍ପେସିଆଲ୍ ଆଂଶିକ ବାତିଲ୍:

୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଅକ୍ଟୋବର ମାସ ୨୨ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ଏବଂ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ।