Categories
ଆଜିର ଖବର ଜାତୀୟ ଖବର

ଆଜି ବଡି ଭୋରରୁ ରୂପ ବଦଳାଇଲା ବାତ୍ୟା ନିଭାର, ଆସନ୍ତା 12 ଘଣ୍ଟାରେ ପୁଣି ହେବ ପରିବର୍ତ୍ତନ

ଭୁବନେଶ୍ବର, ଭୟଙ୍କର ହେବାରେ ଲାଗିଛି ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିଭାର। ଆଜି ବଡି ଭୋରରୁ ଅର୍ଥାତ ପ୍ରାୟ ୨.୦୫ ସମୟରେ ନିଭାର ତୀବ୍ର ରୂପ ଧାରଣ କରିଛି। ପୂର୍ବରୁ ପାଣିପାଗ ବିଭାଗ ଏ ନେଇ ସୂଚନା ଦେଇଥିଲା। ଏହାପରେ ଆସନ୍ତା 12 ଘଣ୍ଟା ପରେ ଏହି ବାତ୍ୟା ପୁଣି ଅତିତୀବ୍ର ରୂପ ଧାରଣ କରିବ। ଆଜି ରାତିରେ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳେ ପବନର ଗତି ପ୍ରବଳ ହେବ ବୋଲି ଅନୁମାନ କରାଯାଇଛି। ଏହି ସମୟରେ ପବନର ଗତି ଘଣ୍ଟା ପ୍ରତି ୧୩୦ ରୁ ୧୪୦ କିଲୋମିଟର ଏବଂ ଝଟକା ପବନ ୧୫୫ କିମି ବେଗରେ ରହିବାର ସମ୍ଭାବନା ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତୀବ୍ର ରୂପ ଧାରଣ କରୁଛି ବାତ୍ୟା ନିଭାର, ଭୟଙ୍କର ହେବାରେ ଲାଗିଲାଣି ସମୁଦ୍ରର ରୂପ

ଭୁବନେଶ୍ବର, ଧିରେ ଧିରେ ଘନିଭୂତ ହେବାରେ ଲାଗିଛି ବାତ୍ୟା ନିଭାର୍। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆସନ୍ତା 12 ଘଣ୍ଟା ପରେ ଏହା ତୀବ୍ର ରୂପ ଧାରଣ କରିବ। ଏହାପରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଅତି ତୀବ୍ର ରୂପ ଧାରଣ କରିବ। ଏସବୁ ହେବା ପୂର୍ବରୁ ବର୍ତ୍ତମାନ ତାମିଲନାଡୁ ସମୁଦ୍ର ଉପକୂଳ ଭୟଙ୍କର ହେବାରେ ଲାଗିଲାଣି।
ତେବେ ପାଣିପାଗ ବିଭାଗ ଅନୁସାରେ ବାତ୍ୟା ନିଭାର ବୁଧୁବାର ସଂଧ୍ୟାରେ ଅତିତୀବ୍ର ଧାରଣ କରି ତାମିଲନାଡୁ ଏବଂ ପୁଡୁଚେରୀ ମଧ୍ୟରେ ଗତି କରିବ। ମୁଖ୍ୟତଃ କାରାଇକେଲା ଏବଂ ମାମଲାଲାପୁରମ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବୋଲ ଜଣାପଡିଛି। ଏହା ପୁଡୁଚେରୀର ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 120ରୁ 130 କିଲୋମିଟର ରହିବ। ହେଲେ ଝଟକା ପବନର ଗତି 145 କିଲୋମିଟର ଘଣ୍ଟା ପ୍ରତି ରହିବ।
ବର୍ତ୍ତମାନ ମଙ୍ଗଳବାର ରାତି ସୁଦ୍ଧା ଏହି ବାତ୍ୟା ନିଭାର ପୂର୍ବ-ଦକ୍ଷିଣପୂର୍ବ ପୁଡୁଚେରୀ ଉପକୂଳରୁ 410 କିଲୋମିଟର ଏବଂ ଚେନ୍ନାଇର ଦକ୍ଷିଣପୂର୍ବ ଦିଗର 450 କିଲୋମିଟର ଦୂରରେ ରହିଛି। ଧିରେ ଧିରେ ଏହି ଘନିଭୂତ ହୋଇ ସ୍ଥଳଭାଗ ଆଡକୁ ମାଡି ଆସିବାରେ ଲାଗିଛି।

ଓଡିଶାରେ 4ଟି ଜିଲ୍ଲାକୁ ଦିଆଗଲା ୱେଲୋ ୱାର୍ଣ୍ଣି, ସତର୍କ ରହିବାକୁ ଏସଆରସିଙ୍କ ଚିଠି

ସାମ୍ଭବ୍ୟ ବାତ୍ୟା ‘ନିଭାର’ ର ଜୋରଦାର ପ୍ରଭାବ ଓଡିଶାରେ ଅନୁଭୂତ ହେବାର ନାହିଁ। ହେଲେ ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ସାମାନ୍ୟ ରହିବ ବୋଲି ଜଣାପଡିଛି। ଏହି ବାତ୍ୟା 24 ତାରିଖ ଏବଂ 26 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ତାଣ୍ଡବ ସୃଷ୍ଟି କରୁଥିବାରୁ ଓଡିଶାରେ ମଧ୍ୟ ଏହି ଦିନଗୁଡିକରେ ସାମାନ୍ୟ ପ୍ରଭାବ ରହିବ।

ନଭେମ୍ବର 25 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଏହାର ସ୍ବଳ୍ପ ପ୍ରଭାବ ଅନୁଭୂତ ହେବ। 25 ତାରିଖରେ ରାଜ୍ୟର ଛଅଟି ଜିଲ୍ଲାର କେତେକ ସ୍ଥାନରେ ସାଧାରଣ ବର୍ଷା ହେବ ବୋଲି କୁହାଯାଇଛି। ସେଗୁଡିକ ହେଲା ମାଲକାନାଗିରି, ରାୟଗଡା, ଗଜପତି, କୋରାପୁଟ, ଗଂଜାମ ଏବଂ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି 26 ତାରିଖରେ ଚାରୋଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣି ଜାରୀ କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡିକ ହେଲା ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି ଜିଲ୍ଲା। ଏହି ସମୟରେ ଏସବୁ ଜିଲ୍ଲାରେ ଘଣ୍ଟାକୁ 45 ରୁ 55 କିଲୋମିଟର ବେଗରେ ପବନ ବହିବ ବୋଲି ଜଣାପଡିଛି। ଏସବୁ ଜିଲ୍ଲାରେ ଜିଲ୍ଲାପାଳମାନେ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବାତ୍ୟା ପାଇଁ ଆଜି ରାତିରୁ ଲାଗୁ ହେଲା 144 ଧାରା , ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ନିର୍ଦ୍ଦେଶ

ପୁଡୁଚେରୀ, ବାତ୍ୟା ନିଭାର ପାଇଁ ବର୍ତ୍ତମାନ ପୁଡୁଚେରୀରେ ବିହିତ ପଦକ୍ଷେପ ନେବା ଆରମ୍ଭ କରାଯାଇଛି। ଏହି ବାତ୍ୟା ପୁଡୁଚେରୀ ଉପକୂଳ ଛୁଉଁଥିବାରୁ ସେଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି 24 ତାରିଖ ରାତି 9 ଟାରୁ ଆସନ୍ତା 26 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ପୁରା ପୁଡୁଚେରୀରେ 144 ଧାରା ଲାଗୁ କରିବା ପାଇଁ ଆଜି ଘୋଷଣା କରାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାଯିବା ପାଇଁ ଅନୁମତି ଦିଆଯାଇଛି। ସେହି ହିସାବରେ କେବଳ ପେଟ୍ରୋଲ ଡିଜେଲ, ଔଷଧ ଏବଂ ଖିର ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଲୋକମାନଙ୍କ ଚଳପ୍ରଚଳ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।

ପାଣିପାଗ ବିଭାଗ ଅନୁସାରେ ବାତ୍ୟା ବର୍ତ୍ତମାନ ପୁଡୁଚେରୀ ଏବଂ ତାମଲନାଡୁ ଉପକୂଳ ଆଡକୁ ମୁହାଁଉଛି। 25 ତାରିଖ ରାତିରେ ଏହା ସ୍ଥଳ ଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି। ସେଥିପାଇଁ ଉଭୟ ପୁଡୁଚେରୀ ଏବଂ ତାମିଲନାଡୁରେ ଏହା କ୍ଷୟକ୍ଷତି କରିବାର ସମ୍ଭାବନା ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସୁଛି ବାତ୍ୟା ‘ନିଭାର’, 25 ତାରିଖରେ ଛୁଇଁବ ସ୍ଥଳଭାଗ, ଓଡିଶାର ଚାରୋଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି

ଭୁବନେଶ୍ବର, ଧିରେ ଧିରେ ସାମ୍ଭାବ୍ୟ ବାତ୍ୟା ‘ନିଭାର’ ଘନିଭୂତ ହେବାରେ ଲାଗିଛି । ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆସନ୍ତା 24 ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଅର୍ଥାତ ଆସନ୍ତା 24 ତାରିଖରେ ଏହା ବାତ୍ୟା ରୂପ ନେବ ଏବଂ 25 ତାରିଖରେ ଏହା ସ୍ଥଳ ଭାଗ ଛୁଇଁବ ବୋଲି ଜଣାପଡିଛି। ଏହା ତାମିଲନାଡୁ ଏବଂ ପୁଡିଚେରୀ ଉପକୂଳ ଆଡକୁ ମାଡି ଆସୁଥିବାର ସାଟାଲାଇଟ ଚିତ୍ରରୁ ସୂଚନା ମିଳିଛି।

ବର୍ତ୍ତମାନ ଏହା ପୂର୍ବ ଏବଂ ଦକ୍ଷିଣପୂର୍ବ ପୁଡୁଚେରୀ ଉପକୂଳରୁ 550 କିଲୋମିଟର ଏବଂ ଦକ୍ଷିଣପୂର୍ବ ଚେନ୍ନାଇ ଉପକୂଳଠାରୁ 590 କିଲୋମିଟର ଦୂରରେ ରହିଛି। ଏହା 25 ତାରିଖ ଅପରାହ୍ନରେ କାରାଇକାଲ୍ ଏବଂ ମାମଲାପୁରମ୍ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ ବୋଲି ଜଣାପଡିଛି। ଏହି ସମୟରେ ଘଣ୍ଟାକୁ 100 ରୁ 110 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସାମ୍ଭବ୍ୟ ବାତ୍ୟା ଯୋଗୁଁ ତାମିଲନାଡୁ ଏବଂ ପୁଡୁଚେରୀରେ ପବନ ସହିତ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସେଥିପାଇଁ ଉଭୟ ସରକାର ସାମ୍ଭବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଓଡିଶାରେ 4ଟି ଜିଲ୍ଲାକୁ ଦିଆଗଲା ୱେଲୋ ୱାର୍ଣ୍ଣି, ସତର୍କ ରହିବାକୁ ଏସଆରସିଙ୍କ ଚିଠି

ସାମ୍ଭବ୍ୟ ବାତ୍ୟା ‘ନିଭାର’ ର ଜୋରଦାର ପ୍ରଭାବ ଓଡିଶାରେ ଅନୁଭୂତ ହେବାର ନାହିଁ। ହେଲେ ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ସାମାନ୍ୟ ରହିବ ବୋଲି ଜଣାପଡିଛି। ଏହି ବାତ୍ୟା 24 ତାରିଖ ଏବଂ 26 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ତାଣ୍ଡବ ସୃଷ୍ଟି କରୁଥିବାରୁ ଓଡିଶାରେ ମଧ୍ୟ ଏହି ଦିନଗୁଡିକରେ ସାମାନ୍ୟ ପ୍ରଭାବ ରହିବ। ନଭେମ୍ବର 25 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଏହାର ସ୍ବଳ୍ପ ପ୍ରଭାବ ଅନୁଭୂତ ହେବ। ସେଥିପାଇଁ 25 ତାରିଖରେ ରାଜ୍ୟର ଛଅଟି ଜିଲ୍ଲାର କେତେକ ସ୍ଥାନରେ ସାଧାରଣ ବର୍ଷା ହେବ ବୋଲି କୁହାଯାଇଛି। ସେଗୁଡିକ ହେଲା ମାଲକାନାଗିରି, ରାୟଗଡା, ଗଜପତି, କୋରାପୁଟ, ଗଂଜାମ ଏବଂ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ହେଲେ 26 ତାରିଖରେ ଚାରୋଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣି ଜାରୀ କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡିକ ହେଲା ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି ଜିଲ୍ଲା। ଏହି ସମୟରେ ଏସବୁ ଜିଲ୍ଲାରେ ଘଣ୍ଟାକୁ 45 ରୁ 55 କିଲୋମିଟର ବେଗରେ ପବନ ବହିବ ବୋଲି ଜଣାପଡିଛି। ଏସବୁ ଜିଲ୍ଲାରେ ଜିଲ୍ଲାପାଳମାନେ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ସାମ୍ଭବ୍ୟ ବାତ୍ୟା ପାଇଁ ବାତିଲ ହେଲା ପୂର୍ବତଟ ରେଳବାଇର କେତେକ ଟ୍ରେନ

ସାମ୍ଭବ୍ୟ ବାତ୍ୟା ‘ନିଭାର’କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ସେହି ଅନୁସାରେ ଚେନ୍ନାଇ ଅଭିମୁଖେ ଯାଉଥିବା କେତେକ ଟ୍ରେନ ଚଳାଚଳକୁ ସାମୟିକ ବାତିଲ କରାଯାଇଛି। ମୁଖ୍ୟତଃ ଏହି ସାମ୍ଭବ୍ୟ ବାତ୍ୟା ଚେନ୍ନାଇ ଉପକୂଳରେ ତାଣ୍ଡବ ସୃଷ୍ଟି କରିବାର ସମ୍ଭାବନା ରହିଛି। ସେଥିପାଇଁ ପୂର୍ବତଟ ରେଳପଥ ଏହି ପଦକ୍ଷେପ ନେଇଛି। ବାତିଲ ହେବାକୁ ଥିବା ଟ୍ରେନଗୁଡିକର ସମସ୍ତ ବିବରଣୀ ତଳେ ଲିଙ୍କକୁ କ୍ଲିକ କରନ୍ତୁ।

ବାତ୍ୟା ପାଇଁ ବାତିଲ ହେଲା ଏ ସବୁ ଟ୍ରେନ

ସାମ୍ଭବ୍ୟ ବାତ୍ୟା ପାଇଁ ଚାଷୀମାନଙ୍କ ପାଇଁ ଜାରୀ ହେଲା ପରାମର୍ଶ

ସାମ୍ଭବ୍ୟ ବାତ୍ୟା ଯୋଗୁଁ ଦକ୍ଷିଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ଥିବାରୁ ସେଠାକାର ଚାଷୀଙ୍କ ପାଇଁ କେତେକ ପରାମର୍ଶ ମଧ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ଜାରୀ କରାଯାଇଛି। ସେଗୁଡିକ ହେଲା

1-ବର୍ତ୍ତମାନ ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ। ଏହାକୁ ଭଲ ଭାବରେ ଘୋଡାଇ ରଖନ୍ତୁ ଯେପରି ବର୍ଷା ପାଣିରେ ଏହା ନଷ୍ଟ ହେବ ନାହିଁ।

2-ଯେଉଁ ଫସଲ ଜମିରୁ ଖଳାକୁ ଆସିସାରିଛି ତାହାକୁ ଯଥାଶିଘ୍ର ଅମଳ କରି ଘରେ କିମ୍ବା ସୁରକ୍ଷିତ ସ୍ଥାନରେ ରଖନ୍ତୁ। ନଚେତ ଖଳାରେ ମଧ୍ୟ ଏହା ନଷ୍ଟ ହେବାର ସମ୍ଭାବନା ରହିଛି।

ସେହିପରି ମତ୍ସ୍ୟଜୀବୀମାନେ ମଧ୍ୟ ଏହି ସମୟରେ ଗଭୀର ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ବିଭାଗ ତରଫରୁ ସତର୍କ କରାଇ ଦିଆଯାଇଛି। ମୁଖ୍ୟତଃ 23 ରୁ 26 ତାରିଖ ପର୍ଯ୍ୟନ୍ତ ସତର୍କ ପୂର୍ବକ ଗଭୀର ସମୁଦ୍ରକୁ ନ ଯିବା ପାଇଁ କୁହାଯାଇଛି।