ବାତ୍ୟା ପାଇଁ ଆଜି ରାତିରୁ ଲାଗୁ ହେଲା 144 ଧାରା , ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ନିର୍ଦ୍ଦେଶ

Published: Nov 24, 2020, 12:54 pm IST

ପୁଡୁଚେରୀ, ବାତ୍ୟା ନିଭାର ପାଇଁ ବର୍ତ୍ତମାନ ପୁଡୁଚେରୀରେ ବିହିତ ପଦକ୍ଷେପ ନେବା ଆରମ୍ଭ କରାଯାଇଛି। ଏହି ବାତ୍ୟା ପୁଡୁଚେରୀ ଉପକୂଳ ଛୁଉଁଥିବାରୁ ସେଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି 24 ତାରିଖ ରାତି 9 ଟାରୁ ଆସନ୍ତା 26 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ପୁରା ପୁଡୁଚେରୀରେ 144 ଧାରା ଲାଗୁ କରିବା ପାଇଁ ଆଜି ଘୋଷଣା କରାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାଯିବା ପାଇଁ ଅନୁମତି ଦିଆଯାଇଛି। ସେହି ହିସାବରେ କେବଳ ପେଟ୍ରୋଲ ଡିଜେଲ, ଔଷଧ ଏବଂ ଖିର ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଲୋକମାନଙ୍କ ଚଳପ୍ରଚଳ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।

ପାଣିପାଗ ବିଭାଗ ଅନୁସାରେ ବାତ୍ୟା ବର୍ତ୍ତମାନ ପୁଡୁଚେରୀ ଏବଂ ତାମଲନାଡୁ ଉପକୂଳ ଆଡକୁ ମୁହାଁଉଛି। 25 ତାରିଖ ରାତିରେ ଏହା ସ୍ଥଳ ଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି। ସେଥିପାଇଁ ଉଭୟ ପୁଡୁଚେରୀ ଏବଂ ତାମିଲନାଡୁରେ ଏହା କ୍ଷୟକ୍ଷତି କରିବାର ସମ୍ଭାବନା ରହିଛି।

Related posts