Categories
PIB_NEWS ଆଜିର ଖବର ଜାତୀୟ ଖବର

ଆସନ୍ତା 15 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ, ଉଦଘାଟନ କରିବେ 15 ଶହ କୋଟି ଟଙ୍କାର ପ୍ରକଳ୍ପ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆସନ୍ତା 15 ତାରିଖରେ ବାରାଣାସୀ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ପୂର୍ବାହ୍ନ ପ୍ରାୟ 11 ଟା ସମୟରେ ପ୍ରଧାନମନ୍ତ୍ରୀ ବିଏଚୟୁରେ 100 ଶଯ୍ୟା ବିଶିଷ୍ଟ MCH ୱିଙ୍ଗ୍, ଗୋଡାଉଲିଆରେ ମଲ୍ଟି ଲେଭଲ୍ ପାର୍କିଂ, ଗଙ୍ଗା ନଦୀରେ ପର୍ଯ୍ୟଟନ ବିକାଶ ପାଇଁ ରୋ-ରୋ ଜାହାଜ ଏବଂ ବାରାଣାସୀ ଗାଜିପୁରରେ ତିନି ଲେନ ଫ୍ଲାଏ ଓଭର ବ୍ରିଜ୍ ସମେତ ବିଭିନ୍ନ ଜନସାଧାରଣ ପ୍ରକଳ୍ପ ଏବଂ କାର୍ଯ୍ୟର ଉଦଘାଟନ କରିବେ।

ବାରଣାସୀ ଗାଜିପୁର ରାଜପଥ ପାଇଁ ପାଖାପାଖି 744 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ମଧ୍ୟ ଉଦଘାଟନ କରିବେ। ସେ ପ୍ରାୟ 839 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କରିବେ।

ପ୍ରାୟ 12:15 PM ରେ ପ୍ରଧାନମନ୍ତ୍ରୀ ଜାପାନ ସହଯୋଗରେ ନିର୍ମିତ ଆନ୍ତର୍ଜାତୀୟ ସହଯୋଗ ଏବଂ ସମ୍ମିଳନୀ କେନ୍ଦ୍ର – ରୁଦ୍ରକାଶକୁ ଉଦଘାଟନ କରିବେ। ଏହା ପରେ, ପ୍ରାୟ 2 ଟା ସମୟରେ ବିଏଚୟୁରେ ଥିବା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ମଙ୍ଗଲ ୱିଙ୍ଗ ଅନୁଧ୍ୟାନ କରିବେ। କୋଭିଡ ପ୍ରସ୍ତୁତିର ସମୀକ୍ଷା ପାଇଁ ସେ ଅଧିକାରୀ ଏବଂ ଡାକ୍ତରୀ ବୃତ୍ତିଗତଙ୍କ ସହ ମଧ୍ୟ ଆଲୋଚନା କରିବେ।

Categories
ଜାତୀୟ ଖବର ବିଶେଷ ଖବର

ବାରଣାସୀ ଘାଟରେ ସିଏନଜି ବୋଟ୍ ରୂପାନ୍ତର ଓ ଘାଟର ପୁର୍ନବିକାଶ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଉତ୍ତରପ୍ରଦେଶ/ନୂଆଦିଲ୍ଲୀ,  ଦୁଇଦିନିଆ ବାରଣାସୀ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଖିଡକିଆ ଘାଟ ଠାରେ ଗେଲ୍ ଇଣ୍ଡିଆ ଏବଂ ଇଣ୍ଡିଆନ ଅଏଲର ସିଏନଜି ବୋଟ୍‌ ରୂପାନ୍ତର ପ୍ରକଳ୍ପ ଏବଂ ଘାଟର ପୁର୍ନବିକାଶ ପ୍ରକଳ୍ପ ଅନ୍ତର୍ଗତ ସିଏନ୍‌ଜି ବିତରଣ ଷ୍ଟେସନର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ତୈଳ ଓ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ ଗେଲ୍ ଇଣ୍ଡିଆ ସିଏନଜି ଭିତିଭୂମିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଛି । ବାରଣାସୀର ଏହି ପବିତ୍ର ଘାଟରେ ୨ ହଜାର ଡ଼ିଜେଲ ଚାଳିତ ଡ଼ଙ୍ଗାକୁ ସ୍ୱଚ୍ଛ ଇନ୍ଧନ ସିଏନଜିରେ ରୂପାନ୍ତର କରାଯାଉଛି । ଗଙ୍ଗାରେ ପ୍ରଦୂଷଣକୁ ହ୍ରାସ କରିବା ଏବଂ ସ୍ୱଚ୍ଛ ପରିବେଶ ନିଶ୍ଚିତ କରିବା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଉଛି।

ଖିଡକିଆ ଘାଟର ଐତିହ୍ୟ ଏବଂ ପୂର୍ବ ଗୌରବର ପୁନଃସ୍ଥାପନ ପାଇଁ ରାଷ୍ଟ୍ରାୟତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କାର୍ଯ୍ୟ କରୁଛି । ଅପାର ସମ୍ଭାବନାର ଅଂଚଳ କାଶୀ ସମସ୍ତଙ୍କ ଶ୍ରଦ୍ଧାର କେନ୍ଦ୍ର । ଏକବିଂଶ ଶତବ୍ଦୀରେ ସମସ୍ତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସରକାର ପ୍ରାଥମିକତା ଦେଉଥିବା ବେଳେ ବାରଣାସୀରେ ମଧ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ କରାଯାଉଛି । ଆଗାମୀ ଦିନରେ ଏଠାରେ ଧାର୍ମିକ, ବ୍ୟବସାୟ, କୃଷି ଆଧାରିତ ପର୍ଯ୍ୟଟନକୁ ଗୁରୁତ୍ୱ ଦେବା ଦିଗରେ ପଦକ୍ଷେପ ନିଆଯାଉଥିବା କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ଏହି ଦୁଇଦିନିଆ ବାରଣାସୀ ଗସ୍ତକାଳରେ ମନ୍ତ୍ରୀ ଧର୍ମେନ୍ଦ୍ର କାଶୀ ଠାରେ ଥିବା ଦୀନଦୟାଲ ଉପାଧ୍ୟାୟ ସ୍ମୃତିସ୍ଥଳ ଗସ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ମହାମ ସନ୍ଥ, କବି ରବିଦାସଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନ ସିର ଗୋବର୍ଦ୍ଧନପୁର ଗସ୍ତ କରି ରବିଦାସ ମନ୍ଦିର ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲୋ