Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୬ କେଜି ବାରହା ମାଂସ ଜବତ, ଦୁଇ ଗିରଫ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବୁର୍ଡ଼ା ଗ୍ରାମ ନିକଟରୁ ୬ କେଜି କଞ୍ଚା ବାରହା ମାଂସ, ବାଇକ ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ।

ସୂଚନା ଯୋଗ୍ୟ ଯେ, ନିକଟସ୍ଥ ଜଙ୍ଗଲରୁ ବାରହା ଶିକାର କରି ୬ କେଜି କଟା ମାଂସ ଧରି ବନ୍ତଲେଇ ଗ୍ରାମ ଠାରୁ ରେଢ଼ାଖୋଲ ଅଭିମୁଖେ ଆସୁଥିବା ବେଳେ ବନ ବିଭାଗ ଖବର ପାଇ ତୁରନ୍ତ ଚଢ଼ାଉ କରିଥିଲେ। ଏକ ହିରୋ ମୋଟର ସାଇକେଲ ( ଓଡ଼ି ୧୯ ଟି ୪୫୯୮ )ବିଶିଷ୍ଟ ଗାଡି ଯୋଗେ ଦୁଇ ଅଭିଯୁକ୍ତ ଅଜିତ ସାହୁ(୪୭) ଓ ରାଜା ବେହେରା(୨୭)କୁ ବୁର୍ଡ଼ା ଗ୍ରାମ ନିକଟ ରାସ୍ତାରେ ଗିରଫ କରିଛି ବନ ବିଭାଗ। ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଢ଼ାଖୋଲ ରେଞ୍ଜ ଅଧିକାରୀ ମୈତ୍ରୀ ମଞ୍ଜିତ୍ ବିଶ୍ଵାଳ ସୂଚନା ଦେଇଛନ୍ତି।

Categories
ଅପରାଧ ଆଞ୍ଚଳିକ

ଦେଶୀ ବନ୍ଧୁକ, ବାଇକ୍ ସହ ୨ କେଜି ବାରହା ମାଂସ ଜବତ, ଜଣେ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଦିନକୁ ଦିନ କିସିଣ୍ଡା ଅଂଚଳରୁ ବନବିଭାଗ ଅବାଧରେ ଜନ୍ତୁ ଶିକାର କରୁଥିବା ଶିକାରୀମାନଙ୍କୁ ଧରିବାରେ ସଫଳ ହେଉଛି। ଗତକାଲି ସଂଧ୍ୟାରେ ଖଳାସୁଣି ବନ୍ୟପ୍ରାଣୀ ବନାଂଚଳ ର କଂଚନପୁର ଛକରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ରୁ ୨ କେଜି ବାରହା ମାଂସ ଜବତ କରିଛି କିସିଣ୍ଡା ବନବିଭାଗ। ଏଥିରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଖଳାଶୁଣି ବନ୍ୟପ୍ରାଣୀ ବନାଂଚଳ ଅଧୀନସ୍ଥ କଂଚନପୁର ଗ୍ରାମର ଅନୀଲ ମିଲୁଆର ନିଜର ବାଇକରେ ବାରହା ମାଂସ ଧରି କଂଚନପୁର ଛକକୁ ଆସୁଥିବା ବେଳେ କିସିଣ୍ଡା ଫରେଷ୍ଟ ତଥା ଅନ୍ୟ କର୍ମଚାରୀମାନେ ଖବର ପାଇ ସଂଧ୍ୟା ୫ ଟାରେ ବାଇକକୁ କଂଚନପୁର ଛକ ଠାରେ ଅଟାକାଇ ଥିଲେ। ବାଇକରୁ ୨ କେଜି ବାରହା ମାଂସ ଜବତ କରିବା ସହ ସେ କେଉଁଠାରୁ ଏହି ମାଂସ ଆଣି ଥିଲା ବନବିଭାଗ ପଚାରିଥିଲା। ସେ ନିଜେ ବାରହାକୁ ମାରି ମାଂସ ଆଣିଥିବା ସ୍ୱୀକାର କରିଥିଲା। ଭରାଦେଇ ଜଙ୍ଗଲରେ ଲୁଚାଇ ରଖିଥିବା ବନ୍ଧୁକ ମଧ୍ୟ ବନବିଭାଗକୁ ଦେଖାଇଥିଲା।

ବନବିଭାଗ ବନ୍ଧୁକକୁ ଜବତ କରିଥିଲା। ଆଜି ଶିକାରୀ ଅନୀଲ ମିଲୁଆର୍ କୁ ବନବିଭାଗ କୋର୍ଟଚାଲାଣ କରିଛି । ଏହି ଚଢଉରେ ଖଳାଶୁଣି ବନ୍ୟପ୍ରାଣୀ ବନାଂଚଳର କିସିଣ୍ଡା ଫରେଷ୍ଟର ଅନୁରାଧା ଖରସେଲ୍ ତଥା ବନବିଭାଗର କର୍ମଚାରୀ ସାମିଲ୍ ହୋଇଥିଲେ।