Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦେଶୀ ବନ୍ଧୁକ, ବାଇକ୍ ସହ ୨ କେଜି ବାରହା ମାଂସ ଜବତ, ଜଣେ ଗିରଫ
ଅପରାଧ

ଦେଶୀ ବନ୍ଧୁକ, ବାଇକ୍ ସହ ୨ କେଜି ବାରହା ମାଂସ ଜବତ, ଜଣେ ଗିରଫ

April 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଦିନକୁ ଦିନ କିସିଣ୍ଡା ଅଂଚଳରୁ ବନବିଭାଗ ଅବାଧରେ ଜନ୍ତୁ ଶିକାର କରୁଥିବା ଶିକାରୀମାନଙ୍କୁ ଧରିବାରେ ସଫଳ ହେଉଛି। ଗତକାଲି ସଂଧ୍ୟାରେ ଖଳାସୁଣି ବନ୍ୟପ୍ରାଣୀ ବନାଂଚଳ ର କଂଚନପୁର ଛକରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ରୁ ୨ କେଜି ବାରହା ମାଂସ ଜବତ କରିଛି କିସିଣ୍ଡା ବନବିଭାଗ। ଏଥିରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଖଳାଶୁଣି ବନ୍ୟପ୍ରାଣୀ ବନାଂଚଳ ଅଧୀନସ୍ଥ କଂଚନପୁର ଗ୍ରାମର ଅନୀଲ ମିଲୁଆର ନିଜର ବାଇକରେ ବାରହା ମାଂସ ଧରି କଂଚନପୁର ଛକକୁ ଆସୁଥିବା ବେଳେ କିସିଣ୍ଡା ଫରେଷ୍ଟ ତଥା ଅନ୍ୟ କର୍ମଚାରୀମାନେ ଖବର ପାଇ ସଂଧ୍ୟା ୫ ଟାରେ ବାଇକକୁ କଂଚନପୁର ଛକ ଠାରେ ଅଟାକାଇ ଥିଲେ। ବାଇକରୁ ୨ କେଜି ବାରହା ମାଂସ ଜବତ କରିବା ସହ ସେ କେଉଁଠାରୁ ଏହି ମାଂସ ଆଣି ଥିଲା ବନବିଭାଗ ପଚାରିଥିଲା। ସେ ନିଜେ ବାରହାକୁ ମାରି ମାଂସ ଆଣିଥିବା ସ୍ୱୀକାର କରିଥିଲା। ଭରାଦେଇ ଜଙ୍ଗଲରେ ଲୁଚାଇ ରଖିଥିବା ବନ୍ଧୁକ ମଧ୍ୟ ବନବିଭାଗକୁ ଦେଖାଇଥିଲା।

ବନବିଭାଗ ବନ୍ଧୁକକୁ ଜବତ କରିଥିଲା। ଆଜି ଶିକାରୀ ଅନୀଲ ମିଲୁଆର୍ କୁ ବନବିଭାଗ କୋର୍ଟଚାଲାଣ କରିଛି । ଏହି ଚଢଉରେ ଖଳାଶୁଣି ବନ୍ୟପ୍ରାଣୀ ବନାଂଚଳର କିସିଣ୍ଡା ଫରେଷ୍ଟର ଅନୁରାଧା ଖରସେଲ୍ ତଥା ବନବିଭାଗର କର୍ମଚାରୀ ସାମିଲ୍ ହୋଇଥିଲେ।

କିସିଣ୍ଡା ଜଣେ ଗିରଫ ଦେଶୀ ବନ୍ଧୁକ ବାରହା ମାଂସ ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲିଅନ୍ତା ହତ୍ୟା ଘଟଣା : ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

May 12, 2026

ଝାରସୁଗୁଡା ପୋଲିସର ଏନକାଉଣ୍ଟର : ଦୁଇ ଅପରାଧୀ ଆହତ

May 12, 2026

ଭାଇ ନେଲା ଭାଇର ଜୀବନ

May 12, 2026

ଯୁବକକୁ ହାଣିଲେ ଖଣି ମଫିଆ

May 11, 2026
Latest News

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ

May 12, 2026

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱଶର୍ମା

May 12, 2026

ନାତୁଣୀକୁ ବଞ୍ଚାଇବାକୁ ଯାଇ ଜେଜେ ମୃତ

May 12, 2026

ବାଲିଅନ୍ତା ହତ୍ୟା ଘଟଣା : ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

May 12, 2026

ଝାରସୁଗୁଡା ପୋଲିସର ଏନକାଉଣ୍ଟର : ଦୁଇ ଅପରାଧୀ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.