Categories
ଆଞ୍ଚଳିକ

ସୁମଣ୍ଡଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ଓ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜୀବନ ଦ୍ୟୁତି ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଛାତ୍ର ଛାତ୍ରୀ, ଗୁରୁଜୀ ଗୁରୁମା ଏବଂ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ।

ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ସଭାପତି ସୁଶାନ୍ତ କୁମାର ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ସରପଞ୍ଚ ଶିବଶଙ୍କର ବାରିକ, ମୁଖ୍ୟ ବକ୍ତାଭାବେ ପ୍ରଦୀପ କୁମାର ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ସମିତିସଭ୍ଯ ସନ୍ତୋଷ କୁମାର ସାହୁ, ସୁଶିଲ୍ କୁମାର ବିଶ୍ଵାଳ, ଆରତ କୁମାର ବେହେରା, ବିନୋଦ କୁମାର ଗୌଡ,
ବି ଏଫ୍ ଟି ରବୀନ୍ଦ୍ରନାଥ ସାହୁ, ବିଷ୍ଣୁ ପ୍ରସାଦ କହର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ କ୍ରୀଡା ର ମହତ୍ତ୍ଵ ଏବଂ ସାଧାରଣତନ୍ତ୍ର ଦିବସର ମହତ୍ଵ ଆଦି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ବିଭିନ୍ନ କ୍ରୀଡା କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସୁଶିଲ କୁମାର ବିଶ୍ଵାଳ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ରଞ୍ଜୟ ପ୍ରଧାନ, ଗୋବିନ୍ଦ ସ୍ଵାଇଁ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାପୁଜୀ ସରାକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି।

ଏହି କ୍ରୀଡା ଉତ୍ସବକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜିତେନ୍ଦ୍ରୀୟ ପ୍ରଧାନ ଉଦ୍‌ଘାଟନ କରିଥିଲେ। ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ନାକଟିଦେଉଳ ତହସିଲ୍‌ଦାର ଇଂ ସୁକାନ୍ତ କୁମାର ନାଏକ , ସମ୍ମାନୀତ ଅତିଥି ଭାବରେ ଡଇଁଚା ଗ୍ରାମ ପଂଚାୟତର ସରପଂଚ ସୌଦାମିନୀ ପ୍ରଧାନ , ଡଇଁଚା ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରବୀଣ କୁମାର ପ୍ରଧାନ , ମୁଖ୍ୟ ବକ୍ତା ଭାବରେ କିସିଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜିତେନ୍ଦ୍ରୀୟ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

କ୍ରୀଡା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଦିଆଯାଇଥିବା ବେଳେ ଚମ୍ପିଆନ୍ ଛାତ୍ରଛାତ୍ରୀମାନଙ୍କୁ ମେଡାଲ୍ ପ୍ରଦାନ କରାଯାଇଥିଲା। ବାଳକ ବିଭାଗ ବରିଷ୍ଠ ବର୍ଗରେ ହରଜିତ୍ ପ୍ରଧାନ, ବାଳକ ବିଭାଗ କନିଷ୍ଠ ବର୍ଗରେ ଆଲୋକ କୁମାର ପ୍ରଧାନ , ବାଳିକା ବରିଷ୍ଠ ବର୍ଗରେ ଚେମିଲି ବିଶ୍ୱାଳ, ବାଳିକା କନିଷ୍ଠରେ ବବିତା ମାହାର ଚମ୍ପିଆନ୍ ହୋଇଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ରେଣୁକା ସାହୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଖେଳ ଶିକ୍ଷକ କୁମୁଦବନ୍ଧୁ ସାହୁ ଖେଳ ପରିଚାଳନା କରିଥିବା ବେଳେ ଶିକ୍ଷକ ହଳଧର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଶିକ୍ଷକ ମଧୁସୂଦନ ରାଉଳ, ତାପସ କୁମାର ପାଢୀ, ପ୍ରଜ୍ଞାପାରମିତା ସାହୁ, ଦେବଦତ ସାହୁ ଦିଲ୍ଲୀପ କୁମାର ପାଣିଗ୍ରାହୀ, ପବିତ୍ର ମୋହନ ପ୍ରଧାନ ପମୁଖ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯାଗ କରିଥିଲେ। ଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା।

Categories
ଆଞ୍ଚଳିକ ଖେଳ

ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ୩୦ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗ୍ରାମୀଣ ମହିଳା ମହାବିଦ୍ୟାଳୟ ଠାରେ ଆଜି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉକ୍ତ କ୍ରୀଡା ଉତ୍ସବକୁ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅଧ୍ୟକ୍ଷା ରଶ୍ମିତା ମହାନ୍ତି ଉତ୍ସବରେ ସଭାପତିତ୍ବ କରି ଏଠାରୁ ବହୁ ଛାତ୍ରୀ କ୍ରୀଡ଼ାରେ କୃତିତ୍ୱ ଅର୍ଜନ କରିଥିବା ଜଣାଇଥିଲେ।

କରୋନା ଲାଗି ଦୀର୍ଘ ଦୁଇବର୍ଷ ପ୍ରତିଯୋଗିତା ବନ୍ଦ ଥିବାରୁ ପିଲାମାନଙ୍କ ଅପେକ୍ଷା ଅଧ୍ୟାପକ ଓ ଅଧ୍ୟପିକା ମାନେ ଅଧିକ ଉତ୍ସାହିତ ଅଛନ୍ତି ବୋଲି ସଭାରେ ମତ ପ୍ରକାଶ କରିଥିଲେ। ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଯଥା ୧୦୦ ଓ ୨୦୦ମିଟର ଦୌଡ଼, ସର୍ଟପୁଟ ସହ ଡିସକସର ବିଭିନ୍ନ ବିଭାଗରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ଭାଗ ନେଇଥିଲେ। ସମସ୍ତ ପ୍ରତିଯୋଗୀ ନିଜ ନିଜର ସର୍ବୋତ୍ତମ ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ଚେଷ୍ଟା କରିଥିଲେ।

ତେବେ ଏହି ଖେଳାଳି ମାନଙ୍କ ମଧ୍ୟରୁ ଶ୍ରେଷ୍ଠ କୃତ୍ତିତ୍ଵ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କ୍ରୀଡା ସଂସଦ ଉପସଭାପତି ତଥା ଅଧ୍ୟାପକ ସର୍ବେଶ୍ୱର ଷଡ଼ଙ୍ଗୀ ସଭାମଞ୍ଚ ପରିଚାଳନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଶାନ୍ତ କୁମାର ଦାସ, ବାଣପୁର ବିଜ୍ଞାପିତ ଅଂଚଳ ପରିଷଦ ଉପାଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବାବେଳେ କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା କରିଥିଲେ। ଆସନ୍ତା କାଲି ମଧ୍ୟ ଛାତ୍ରୀ ମାନକର ପ୍ରତିଯୋଗିତା ଜାରି ରହିବ ବୋଲି ଅଧକ୍ଷା ଜଣାଇଛନ୍ତି।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆ କପ: ସିଏସ୍‌ଇ ଗ୍ରୁପ୍ ଚାମ୍ପିଅନ, ଆଇଏମ୍‌ଏସ୍ ରନର୍ସ

ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଆଇଟିଇଆରର ଡିପାର୍ଟମେଂଟ ଅଫ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ଗ୍ରୁପ୍ ଚାମ୍ପିଅନ ହୋଇଥିବାବେଳେ ଆଇଏମ୍‌ଏସ୍ ରନର୍ସ ଅପ୍ ହୋଇଛି।

ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ପ୍ରୋଭିସି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ କ୍ରୀଡା ଅଧିକାରୀ ସୁନୀତା ବର୍ମା ପ୍ରମୁଖ ଅତିଥି ଭାବେ
ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ। କନିଷ୍ଠ କ୍ରୀଡାଧିକାରୀ ପ୍ରିୟମ ମଲ୍ଲିକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ବାଳକ ଭଲିବଲରେ ଆଇଏମ୍‌ଏସ୍‌, ମହିଳା ବାସ୍କେଟବଲରେ ଆଇଟିଇଆର (ସିଏସ୍‌ଇ), ବାଳକ କବାଡିରେ ଆଇଟିଇଆର (ସିଏସ୍‌ଇ), ମହିଳା କବାଡିରେ ଆଇଟିଇଆର, ପୁରୁଷ କ୍ରିକେଟରେ ଏମ୍‌ସିଏ, ମହିଳା କ୍ରିକେଟରେ ଆଇଏମ୍‌ଏସ୍‌, ଚେସ୍‌ରେ ଅଂଶୁମାନ ପୂଜାରୀ, ଟେବୁଲ ଟେନିସରେ ଅବିନାଶ ତ୍ରିପାଠୀ, ମହିଳା ଟେବୁଲ୍ ଟେନିସ୍‌ରେ ପାୟଲ ପାଣି, ପୁରୁଷ ଲନ୍ ଟେନିସ୍‌ରେ ବି. ନିପୁନ କୁମାର, ମହିଳାରେ ଅଙ୍କିତା ପଣ୍ଡା ଏବଂ ମହିଳା ଥ୍ରୋ ବଲରେ ଏସ୍‌ଏନ୍‌ସି ଚାମ୍ପିଅନ ହୋଇଥିଲା।

Categories
ଆଞ୍ଚଳିକ

ବିଦ୍ୟାଳୟର ବାର୍ଷିକ କ୍ରୀଡ଼ାରେ ଜେଏସ୍‌ଡବ୍ଲୁର ସହାୟତା

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ତଥା ଜେଏସ୍‌ଡବ୍ଲୁ ଉତ୍କଳ ଷ୍ଟିଲ୍‌ ତରଫରୁ ଗଡକୁଜଙ୍ଗ ଅପଗ୍ରେଡ୍‌ ବିଦ୍ୟାଳୟରେ ଅନୁଷ୍ଠିତ ବାର୍ଷିକ କ୍ରୀଡ଼ା ଉତ୍ସବ ପାଇଁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଛି। ଏରସମା ବ୍ଲକ୍‌ ଅନ୍ତର୍ଗତ ଗଡକୁଜଙ୍ଗ ପଞ୍ଚାୟତରେ ଥିବା ଗଡକୁଜଙ୍ଗ ଉଚ୍ଚ ବିଦ୍ୟାଳୟରେ ଗତ ୩ ତାରିଖରୁ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବିଦ୍ୟାଳୟର ଅନୁରୋଧକୁ ରକ୍ଷା କରି କମ୍ପାନୀ ତରଫରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଟୋପି, ଖେଳ ଛତା ଓ ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଟ୍ରଫି ସହ ଖେଳର ସମସ୍ତ ଆନୁସଙ୍ଗିକ ଜିନିଷ ପ୍ରଦାନ କରିଥିଲେ। ଏହି ଅବସରରେ କୁଜଙ୍ଗ ବ୍ଲକ୍‌ର ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ଏରସମା ବ୍ଲକର ନୂଆଗାଁଠାରେ ଜେଏସ୍‌ଡବ୍ଲୁ ଏକ ଅତ୍ୟାଧୁନିକ ଗ୍ରୀନ୍‌ ଫିଲ୍ଡ ଇସ୍ପାତ ପ୍ରକଳ୍ପ କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପରେ ୭୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କମ୍ପାନୀ କରିବ। ଏହା ସହିତ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯିବ। କମ୍ପାନୀ ପ୍ରତ୍ୟେକ ୧୨ ହଜାର ୫୦୦ କର୍ମଚାରୀଙ୍କୁ ପରୋକ୍ଷରେ ୪୦ରୁ ୫୦ ହଜାର ଲୋକ ନିଯୁକ୍ତି ନେବ।

Categories
ଆଞ୍ଚଳିକ

ବାଣପୁର ଏକତା ବିଦ୍ୟା ନିକେତନର ୧୦ମ ବାର୍ଷିକ କ୍ରୀଡା ଉତ୍ସବ

ସମୀକ୍ଷା ବ୍ୟୁରୋ
ବାଣପୁର,୧୮/୧୨ : ବାଣପୁର ସ୍ଥିତ ଏକତା ବିଦ୍ୟା ନିକେତନରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ରୀଡା ସହିତ ନୃତ୍ୟ, ପ୍ରବନ୍ଧ, କୁଇଜ୍‌ ଏବଂ ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ବାଣପୁର ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ବାଣପୁର ବ୍ଲକ୍‌ର ବିଧାୟକ ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାରଣା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଓଡିଶୀ ନୃତ୍ୟଗୁରୁ ମାଧବ ଚରଣ ପଲାଇ, ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଲାଇବ୍ରେରୀଆନ ଗୋଦାବରୀଶ ସାହୁ, ଅବସରପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ବୈରାଗୀ ଚରଣ ବଳ, ସ୍କୁଲର ପ୍ରତିଷ୍ଠାତା ମନୋଜ କୁମାର ମହାପାତ୍ର ପ୍ରମୁଖ ଏହି ଉଦ୍‌ଯାପନୀ ସଭାରେ ଉପସ୍ଥିତ ରହି କୃତୀ ଛାତ୍ରଙ୍କୁ ପୁରସ୍କୃତ କରିଥିଲେ।

ବାର୍ଷିକ କ୍ରୀଡା ଉତ୍ସବକୁ ଗ୍ରାମୀଣ ଉଚ୍ଚ ମାଧ୍ୟମିକ ମହିଳା ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ବିବୁଧେନ୍ଦୁ ମାନସିଂହ ପରିଚାଳନା କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଭିକାରୀ ଚରଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦଶମ ବାର୍ଷିକ କ୍ରୀଡା ଉତ୍ସବକୁ ପରିଚାଳିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅଭିନବ ଉପାୟରେ ସମସ୍ତ ଆମନ୍ତ୍ରିତ ଅତିଥିଙ୍କ ପରିଚୟ ପ୍ରଦାନ କରାଯାଇଥିଲା।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ