Categories
ଆଞ୍ଚଳିକ

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୮ ତମ ବାର୍ଷିକ ସାଧାରଣ ସଭା

ଖୋର୍ଦ୍ଧା: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୮ ତମ ବାର୍ଷିକ ସାଧାରଣ ସଭାରେ ବ୍ୟାଙ୍କର ସଭାପତି ଅଭିଷେକ ସିଂହ ସାମନ୍ତ ମହୋଦୟଙ୍କ ସଭାପତିତ୍ଵରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସଭା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଵଳନ ପରେ ବ୍ୟାଙ୍କର ପ୍ରତିଷ୍ଠାତା ସ୍ଵର୍ଗତ ରାୟ ସାହେବ ସତୀଶ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏହି ସଭାରେ ଖୋର୍ଦ୍ଧା, ନୟାଗଡ, ପୁରୀ ଜିଲ୍ଲାର ସମସ୍ତ ସମବାୟ ବିଭାଗର ଅଧିକାରୀ ଗଣ ଉପସ୍ଥିତ ଥିଲେ।

ବ୍ୟାଙ୍କ ସହିତ ଅନୁବନ୍ଧିତ ସମିତିର ସଭାପତି/ପ୍ରତିନିଧିଏବଂ ସମ୍ପାଦକ ବନ୍ଧୁଗଣ ଯୋଗ ଦେଇଥିଲେ। ବ୍ୟାଙ୍କର ସଭାପତି ନିଜର ବ୍ୟାଙ୍କରେ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାମର ଚିଠା ଉପସ୍ଥାପନ କରିଥିଲେ ଓ ବାକି ରହିଯାଇଥିବା କାମକୁ ଅତି ଶୀଘ୍ର ସମାପନ କରାଯିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାରଥୀ ଶତପଥୀ ୨୦୨୩-୨୪ ଆର୍ଥିକ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ।

ନିର୍ଦ୍ଦେଶକ ପ୍ରକାଶ ରାଉତରାୟ, ବିପିନ ବିହାରୀ ପାତ୍ର ଓ ସୁଧାଂଶୁ ଶେଖର ବଡଜେନା ନିଜର ବକ୍ତବ୍ୟ ରଖିଥିଲେ।  ସରକାରଙ୍କ ବିଭିନ୍ନ ଯୋଜନା ତଥା ଚାଷୀମାନଙ୍କୁ ମିଳୁଥିବା ସମସ୍ତ ସୁବିଧାକୁ କିପରି ପ୍ରାଥମିକ ସ୍ତରରେ ପହଞ୍ଚାଇବା ତାହା ଉପରେ ରୁଦ୍ରପ୍ରସାଦ ଦାସ ଯୁଗ୍ମ ନିବନ୍ଧକ ତଥା ଉପନିବନ୍ଧକ ସମବାୟ ସମିତି ସମୂହ, ପୁରୀ ବିଭାଜନ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ସଭାରେ ଜ୍ୟୋତିରଞ୍ଜନ ରାଉତରାୟ ସଭା ସଂଚାଳନ କରିଥିଲେ।

ବ୍ୟାଙ୍କର ଏଜିଏମ ସନ୍ଦୀପ ପଟ୍ଟନାୟକ, ଅଜୟ କୁମାର ଦାସ, ତପନ କୁମାର ଚୌଧୁରୀ, ରଶ୍ମିତା ମଲିକ, ଦେବପ୍ରିୟା ମହାପାତ୍ର ଓ ଭବାନୀ ମୋହନ ସିହ୍ନା ସଭାକାର୍ଯ୍ୟରେ ସହଯୋଗ କରିଥିଲେ।

ଏହି ସଭାରେ ପ୍ରାଥମିକ ସେବା ସମବାୟ ସମିତିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିତ୍ୟାନନ୍ଦ ଦାସ ଓ ବିଶ୍ଵନାଥ ମହାରଣା ପ୍ରମୁଖ ସଭାକାର୍ଯ୍ୟରେ ସହଯୋଗ କରିଥିଲେ।

ସର୍ବଶେଷରେ ଜୟଶ୍ରୀ ଗଡନାୟକ ସଭାରେ ଉପସ୍ଥିତ ସମସ୍ତ ବ୍ୟାଙ୍କର ଅଂଶୀଦାରମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Categories
ଆଞ୍ଚଳିକ

ଅବସର ପ୍ରାପ୍ତ ପେନଶନ ଭୋଗୀ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ସଭା

ରଣପୁର: ରଣପୁର ତଳ ମଣୀନାଗ ପୀଠରେ ଅବସର ପ୍ରାପ୍ତ ପେନଶନ ଭୋଗୀ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ୨୦୦ ଜଣ ପେନଶନ କର୍ମଚାରୀ ଯୋଗ ଦେଇଥିଲେ।

ଏହି ସଭାରେ ସଦସ୍ୟ ମାନଙ୍କ ର ବିଭିନ୍ନ ସମସ୍ୟା ଓ ଦାବି ଉପରେ ଆଲୋଚନା କରାଯାଇଥିଲା। ଏହା ସହିତ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଦେବୀ ପ୍ରସାଦ ସାମନ୍ତରାୟଙ୍କୁ ସଭପତି ଏବଂ ପ୍ରମୋଦ ଦାସଙ୍କୁ ଉପସଭାପତି ଭାବେ ଚୟନ କରାଯାଇଥିଲା।