Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୮ ତମ ବାର୍ଷିକ ସାଧାରଣ ସଭା
ଆଞ୍ଚଳିକ

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୮ ତମ ବାର୍ଷିକ ସାଧାରଣ ସଭା

September 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୮ ତମ ବାର୍ଷିକ ସାଧାରଣ ସଭାରେ ବ୍ୟାଙ୍କର ସଭାପତି ଅଭିଷେକ ସିଂହ ସାମନ୍ତ ମହୋଦୟଙ୍କ ସଭାପତିତ୍ଵରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସଭା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଵଳନ ପରେ ବ୍ୟାଙ୍କର ପ୍ରତିଷ୍ଠାତା ସ୍ଵର୍ଗତ ରାୟ ସାହେବ ସତୀଶ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏହି ସଭାରେ ଖୋର୍ଦ୍ଧା, ନୟାଗଡ, ପୁରୀ ଜିଲ୍ଲାର ସମସ୍ତ ସମବାୟ ବିଭାଗର ଅଧିକାରୀ ଗଣ ଉପସ୍ଥିତ ଥିଲେ।

ବ୍ୟାଙ୍କ ସହିତ ଅନୁବନ୍ଧିତ ସମିତିର ସଭାପତି/ପ୍ରତିନିଧିଏବଂ ସମ୍ପାଦକ ବନ୍ଧୁଗଣ ଯୋଗ ଦେଇଥିଲେ। ବ୍ୟାଙ୍କର ସଭାପତି ନିଜର ବ୍ୟାଙ୍କରେ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାମର ଚିଠା ଉପସ୍ଥାପନ କରିଥିଲେ ଓ ବାକି ରହିଯାଇଥିବା କାମକୁ ଅତି ଶୀଘ୍ର ସମାପନ କରାଯିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାରଥୀ ଶତପଥୀ ୨୦୨୩-୨୪ ଆର୍ଥିକ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ।

ନିର୍ଦ୍ଦେଶକ ପ୍ରକାଶ ରାଉତରାୟ, ବିପିନ ବିହାରୀ ପାତ୍ର ଓ ସୁଧାଂଶୁ ଶେଖର ବଡଜେନା ନିଜର ବକ୍ତବ୍ୟ ରଖିଥିଲେ।  ସରକାରଙ୍କ ବିଭିନ୍ନ ଯୋଜନା ତଥା ଚାଷୀମାନଙ୍କୁ ମିଳୁଥିବା ସମସ୍ତ ସୁବିଧାକୁ କିପରି ପ୍ରାଥମିକ ସ୍ତରରେ ପହଞ୍ଚାଇବା ତାହା ଉପରେ ରୁଦ୍ରପ୍ରସାଦ ଦାସ ଯୁଗ୍ମ ନିବନ୍ଧକ ତଥା ଉପନିବନ୍ଧକ ସମବାୟ ସମିତି ସମୂହ, ପୁରୀ ବିଭାଜନ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ସଭାରେ ଜ୍ୟୋତିରଞ୍ଜନ ରାଉତରାୟ ସଭା ସଂଚାଳନ କରିଥିଲେ।

ବ୍ୟାଙ୍କର ଏଜିଏମ ସନ୍ଦୀପ ପଟ୍ଟନାୟକ, ଅଜୟ କୁମାର ଦାସ, ତପନ କୁମାର ଚୌଧୁରୀ, ରଶ୍ମିତା ମଲିକ, ଦେବପ୍ରିୟା ମହାପାତ୍ର ଓ ଭବାନୀ ମୋହନ ସିହ୍ନା ସଭାକାର୍ଯ୍ୟରେ ସହଯୋଗ କରିଥିଲେ।

ଏହି ସଭାରେ ପ୍ରାଥମିକ ସେବା ସମବାୟ ସମିତିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିତ୍ୟାନନ୍ଦ ଦାସ ଓ ବିଶ୍ଵନାଥ ମହାରଣା ପ୍ରମୁଖ ସଭାକାର୍ଯ୍ୟରେ ସହଯୋଗ କରିଥିଲେ।

ସର୍ବଶେଷରେ ଜୟଶ୍ରୀ ଗଡନାୟକ ସଭାରେ ଉପସ୍ଥିତ ସମସ୍ତ ବ୍ୟାଙ୍କର ଅଂଶୀଦାରମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ବାର୍ଷିକ ସାଧାରଣ ସଭା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026
Latest News

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ରାଶିଫଳ: ସେପ୍ଟେମ୍ବର ୧୬ ତାରିଖ ବୁଧବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.