Categories
ଅପରାଧ ଆଜିର ଖବର

ବାଲି ଟ୍ରକ ଉପରେ ଭୁବନେଶ୍ବର ଟ୍ରାଫିକ ପୋଲିସ, ଆରଟିଓର ମିଳିତ ଚଢାଉ

ଭୁବନେଶ୍ବର: ଆଜି ଜାତୀୟ ରାଜପଥରେ ବାଲି ଟ୍ରକ ଉପରେ ଭୁବନେଶ୍ବର ଟ୍ରାଫିକ ପୋଲିସ ଏବଂ ଆରଟିଓର ମିଳିତ ଚଢାଉ କରିଛନ୍ତି। ମୁଖ୍ୟତଃ ଯେଉଁମାନେ ଅଧିକ ପରିମାଣର ବାଲି ପରିବହନ କରୁଛନ୍ତି ସେମାନଙ୍କ ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି। ଆଜି କଟକ ଭୁବନେଶ୍ବର ଜାତୀୟ ରାଜପଥରେ ଉଭୟ ସଂସ୍ଥା ମିଳିତ ଚଢାଉ କରିଛନ୍ତି।

ସୂଚନା ଅନୁସାରେ କଟକ ଏବଂ ଭୁବନେଶ୍ବରର ବିଭିନ୍ନ ନଦୀରୁ ଦଲାଲମାନେ ପର୍ଯ୍ୟାପ୍ତ ପରିମାଣର ବାଲି ପରିବହନ କରୁଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ସକାଳେ ଉଭୟ ଟ୍ରାଫିକ ଏବଂ ଆରଟିଓ ପାଞ୍ଚୋଟି ଗାଡିକୁ ଜବତ କରିଛନ୍ତି। ସେମାନେ ଧାର୍ଯ୍ୟ ପରିମାଣରୁ ଅଧିକ ବାଲି ପରିବହନ କରୁଥିଲେ। ସେମାନଙ୍କଠାରୁ ପ୍ରାୟ ଦୁଇ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି।