Categories
Christmas22 ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ପିଆଜରେ ସାନ୍ତକ୍ଲଜ ନିର୍ମାଣ କରି ବିଶ୍ବ ରେକର୍ଡ ହାସଲ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଖ୍ରୀଷ୍ଟମାସ ବା ବଡଦିନ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆଣିଦେଇଛି ବଡ ଖୁସି। କାରଣ ସେ ପୁରୀ ବେଳାଭୂମିରେ ନିର୍ମାଣ କରିଥିବା ସାନ୍ତକ୍ଲଜ ବିଶ୍ବ ରେକର୍ଡ ହାସଲ କରିଛି। ଓର୍ଲଡ ରେକର୍ଡ ବୁକ ତରଫରୁ ଅନୁଧ୍ୟାନ କରାଯାଇ ଏହି ମାନ୍ୟତା ପ୍ରଦାନ କରାଯାଇଛି।

ସୁଦର୍ଶନ ବଡଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ବାଲୁକାର ଏକ ସାନ୍ତକ୍ଲଜ। ତେବେ ଏଥିରେ ସେ ବାଲି ଉପରେ ପ୍ରାୟ ଦୁଇ ଟନ ପିଆଜକୁ ସ୍ଥାପନ କରିଛନ୍ତି। ଯାହା ବାଲୁକା କଳା ଜଗତରେ ଏକ ନୂଆ ରେକର୍ଡ। ସେ ଏହି ପିଆଜକୁ ସାନ୍ତକ୍ଲଜର କୋର୍ଟକୁ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି।

ସେ ୧୦୦ ଫୁଟ ଲମ୍ବ, ୨୦ ଫୁଟ ଉଚ୍ଚ ଓ ୪୦ ଫୁଟ ପ୍ରସ୍ଥ ବିଶିଷ୍ଟ ସାନ୍ତାକ୍ଲଜ ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି। ଏଥିସହିତ ସେ ଏହି କଳା ମାଧ୍ୟମରେ ଏକ ସାମାଜିକ ବାର୍ତ୍ତା ମଧ୍ୟ ପ୍ରେରଣ କରିଛନ୍ତି। ତାହା ହେଲା ଚାରାଟିଏ ଉପହାର ଦିଅ, ବିଶ୍ବକୁ ସବୁଜମୟ କର। ବର୍ତ୍ତମାନ ବଡଦିନକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଏହା ବେଶ ଆକର୍ଷିତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଚର୍ଚ୍ଚାରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ୨୩ ହଜାର ରୁଦ୍ରାକ୍ଷରେ ନିର୍ମାଣ କଲେ ଶିବ କଳାକୃତି

ପୁରୀ: ଆନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଭିନ୍ନ ଭିନ୍ନ ବାଲୁକା କଳାକୃତି ନିର୍ମାଣ କରିବାରେ ସିଦ୍ଧ ହସ୍ତ। ଯାହା କି ସାରା ବିଶ୍ବରେ ସୃଷ୍ଟି କରିବାରେ ଲାଗିଛି ନୂଆ ଇତିହାସ। ସେହିପରି ଆଉ ଏକ ବାଲୁକା କଳାକୁ ନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ତାହା ହେଉଛି ମହାଶିବରାତ୍ରୀ ଉପଲକ୍ଷେ ପୁରୀ ବେଳାଭୂମିରେ ନିର୍ମାଣ କରିଥିବା ବାଲୁକା କଳା।

ଦେବ ମହାଦେବଙ୍କ ଏକ ବାଲୁକା କଳା କୃତି ସୁଦର୍ଶନ ନିର୍ମାଣ କରିଛନ୍ତି। ଯେଉଁଥିରେ ସେ ୨୩ ହଜାର ୪୩୬ଟି ରୁଦ୍ରାକ୍ଷ ବ୍ୟବହାର କରିଛନ୍ତି। ସେ ତାଙ୍କର ବାଲୁକା କଳାରେ ଧ୍ୟାନରତ ଶିବଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ତାଙ୍କ ସମ୍ମୁଖରେ ରହିଛି ଏକ ଶିବଲିଙ୍ଗ। ମହାଦେବଙ୍କ ଜଟା ଏବଂ ଶିବଲିଙ୍ଗରେ ସେ ଏହି ରୁଦ୍ରାକ୍ଷ ବ୍ୟବହାର କରିଛନ୍ତି। ଏଥିସହିତ ସେ ଏହି କଳା ମାଧ୍ୟମରେ ସାରା ବିଶ୍ବ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ବର୍ତ୍ତମାନ ଯେପରି ବିଶ୍ବ ଅଶାନ୍ତ ହୋଇଛି ତାହାକୁ ଦୃଷ୍ଟିରେ ରଖି ସେ ଏହି ସଚେତନତା ବାର୍ତ୍ତା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବାଲୁକା କଳାରେ ନୂଆବର୍ଷ ଅଭିନନ୍ଦନ ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଦେଖନ୍ତୁ ଭିଡିଓ

ପୁରୀ: ଆଜି ହେଉଛି ନୂଆବର୍ଷ। 2021 ଶେଷ ହେଲା ଆରମ୍ଭ ହେଲା 2022। ଏହି ସମୟରେ ବିଭିନ୍ନ ସ୍ଥାନରେ ଚାଲିଛି ଉତ୍ସବ ଆଉ ଶୁଭେଚ୍ଛା ପ୍ରେରଣ। ଏହି ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଜଣାଇଛନ୍ତି ଅଭିନନ୍ଦନ। ସୁଦର୍ଶନ ବେଳାଭୂମିରେ ନିର୍ମାଣ କରିଛନ୍ତି ଏକ ବିରାଟ ବାଲୁକା କଳା। ଯାହାକୁ ଦେଖି ନୂଆବର୍ଷରେ ପର୍ଯ୍ୟଟକମାନେ ବେଶ ଆନନ୍ଦିତ ହେବାରେ ଲାଗିଛନ୍ତି।

ପ୍ରତିବର୍ଷ ନୂଆବର୍ଷକୁ କିଛି ଭିନ୍ନ ଭିନ୍ନ ବାଲୁକାକଳା କରି ପର୍ଯ୍ୟଟକଙ୍କୁ ଅଭିନନ୍ଦନ ଜଣାଇଥାନ୍ତି ସୁଦର୍ଶନ। ଏଥରେ ସେ ପରିବେଷକୁ ତାଙ୍କର ଥିମ ଭାବେ ଗ୍ରହଣ କରିଛନ୍ତି। ସେଥିପାଇଁ ତାଙ୍କ ବାଲୁକକଳା ସବୁଜମୟ ହୋଇ ଉଠିଛି। ବାଲୁକାକଳାର ଦୁଇପଟେ ଦୁଇଟି ହାତୀ ରହିଥିବା ବେଳେ ପଛରେ ରହିଛି ଜଙ୍ଗଲ। ତାହାରି ଭିତରେ ଲେଖାଯାଇଛି 2022 ହାପି ନ୍ୟୁ ଇୟର।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କଲେ ଭିନ୍ନ ଧରଣ ବାଲୁକା କଳା

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 71 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏ ନେଇ ଆଜି ସାରା ବିଶ୍ବରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ଏହି ଜନ୍ମଦିନରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ସେହି ବାଲୁକା କଳାରେ ସେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସୁଦର୍ଶନ ବାଲି ଏବଂ ଶାମୁକାରେ ତିଆରି କରିଛନ୍ତି ମୋଦିଙ୍କ ଏକ ଭିନ୍ନ ଧରଣର କଳା। ସେ ବାଲୁକା ସ୍ଥାପତ୍ୟ ଉପରେ ଶାମୁକା ଖୋଳପାକୁ ବ୍ୟବହାର କରି ବେଶ ଆକର୍ଷଣୀୟ କରିପାରିଛନ୍ତି। ଏଥିରେ ସୁଦର୍ଶନ ପ୍ରାୟ 2035 ଟି ଶାମୁକା ବ୍ୟବହାର କରିଛନ୍ତି। ଏଥିସହିତ ସେ ଏହି ସ୍ଥାପତ୍ୟରେ  “ହାପି ବାର୍ଥ ଡେ ମୋଦି ଜୀ” ବୋଲି ଲେଖିଛନ୍ତି। ଏହି ବାଲୁକାକଳା ବର୍ତ୍ତମାନ ପୁରୀ ବେଳାଭୂମିରେ ପର୍ଯଟକଙ୍କୁ ଆକୃଷ୍ଟ କରିପାରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଅଲମ୍ପିକ୍ସରେ ଭାରତକୁ ସ୍ବର୍ଣ୍ଣ ମିଳିଥିବାରୁ ନୀରଜ ଚୋପ୍ରାଙ୍କୁ ବାଲୁକା କଳାରେ ଅଭିନନ୍ଦନ କଲେ ସୁଦର୍ଶନ

ପୁରୀ, ଆଜି ଭାରତ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। କାରଣ ହେଲା ଆଜି ଭାରତକୁ ଏକ ସ୍ବର୍ଣ୍ଣ ପଦକ ମିଳିଛି। ଜାଭେଲିନ ଥ୍ରୋ ରେ ଭାରତୀୟ ଖେଳାଳୀ ନୀରଜ ଚୋପ୍ରା ଏହି ଗୌରବ ଆଣିଛନ୍ତି। ସେଥିପାଇଁ ସାରା ଦେଶରୁ ତାଙ୍କୁ ଅଭିନନ୍ଦନ ଦିଆଯାଉଛି।

ଏପରି କ୍ଷେତ୍ରରେ ପ୍ରତିଷ୍ଠିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ତାଙ୍କ କଳା ମାଧ୍ୟମରେ ନୀରଜଙ୍କୁ ଅଭିନନ୍ଦନ କରିଛନ୍ତି। ଖୁବ କମ ସମୟ ମଧ୍ୟରେ ସୁଦର୍ଶନ ଏହି ଆକର୍ଷଣୀୟ କାଳ କରିବାରେ ସକ୍ଷମ ହୋଇଛନ୍ତି। ସେ ତାଙ୍କ କଳାର ଠିକ ମଧ୍ୟ ଭାଗରେ ଏକ ସ୍ବର୍ଣ୍ଣ ପଦକର ସ୍ଥାପତ୍ୟ ନିର୍ମାଣ କରିଛନ୍ତି। ଏଥିସହିତ ନୀରଜ ଚୋପ୍ରାଙ୍କର ଏକ ସୁନ୍ଦର ପ୍ରତିଛବି ମଧ୍ୟ ନିର୍ଣାଣ କରିଛନ୍ତି। ଏଥିରେ ନୀରଜ ଜାଭେଲିନ ଧରି ଥ୍ରୋ କରୁଥିବାର ପରିଲକ୍ଷିତ ହୋଇଛି।