Categories
ଆଞ୍ଚଳିକ

ବାଲୁଗାଁ କଲେଜରେ ଯୋଗ ଓ କ୍ରୀଡା ଉତ୍ସବ ‘ନୂଆ-ଓ’, ଯୋଗଦେଲେ ଶତାଧିକ ଛାତ୍ରଛାତ୍ରୀ

ବାଲୁଗାଁ ( ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା ନୂତନ ଉନ୍ନତ ଅଭିଳାଷ ଓଡିଶା (ନୂଆ -ଓ ) କାର୍ଯ୍ୟକ୍ରମରେ ଆଜି ସକାଳେ ଶିକ୍ଷାର୍ଥୀମାନଙ୍କ ପାଇଁ ଯୋଗାଭ୍ୟାସ କରାଯାଇ ଯୋଗର ବିଭିନ୍ନ ସକାରାତ୍ମକ ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ଯୋଗ କାର୍ଯ୍ୟକ୍ରମରେ ଆବାହକ ତଥା ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ମନସ୍ବିନୀ ପଟ୍ଟନାୟକ, ଧୋବୀ ପରିଡାଙ୍କ ତତତ୍ୱାବଧାନରେ ଏନସିସି କ୍ୟାଡେଟ, ଏନଏସଏସ ସ୍ବେଛାସେବୀ ଓ ଯୁବ ରେଡ କ୍ରସର ଛାତ୍ର ଛାତ୍ରୀ ମାନେ ଯୋଗlଭ୍ୟାସ କରିଥିଲେ।

ଯୋଗଗୁରୁ ସୁବ୍ରତ କୁମାର ମାନ୍ଧାତା, ଜୟନ୍ତୀ ଲାଲ ଚୌହାନ ଓ ବାଲୁଙ୍କେଶ୍ୱର ଜେନା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ। ଏହାପରେ କ୍ରୀଡ଼ା ମହୋତ୍ସବର ଦ୍ଵିତୀୟ ଦିନରେ ନିମିକ୍ଷେତା ଗ୍ରାମ ପଂଚାୟତର ସରପଞ୍ଚ ଇଂ ବିଶ୍ୱ ବିହାରୀ ଗୁରୁ ଓ ଅଠର ବାଟିଆ ଗ୍ରାମ ପଂଚାୟତର ସରପଞ୍ଚ ଦୀପକ କୁମାର ଜେନା ଅତିଥି ଭାବେ ଯୋଗ ଦେଇ କୃତୀ ଖେଳାଳୀ ମାନଙ୍କୁ ବିଜୟ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଯୁକ୍ତ ତିନି ନୋଡାଲ ଅଫିସର ଡକ୍ଟର କୈଳାସ ଚନ୍ଦ୍ର ମହାରଣା। ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭାରେ ଯୁକ୍ତ ଦୁଇ ନୋଡାଲ ଅଫିସର ଡକ୍ଟର ସନ୍ତୋଷ ରଥ, କ୍ରୀଡ଼ା ଆବାହକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ସୁବ୍ରତ କୁମାର ତ୍ରିପାଠୀ ମୃଦାନୀ ଶଙ୍କର ପ୍ରସାଦ ମିଶ୍ର,ହିମାଂଶୁ କୁମାର ଦାଶ,ବିମଳ ପଣ୍ଡା,ଉମାକାନ୍ତ ସାହୁ,ସ୍ୱାତୀ ସ୍ଵାଗତିକା ସାହୁ, ଝରଣା ନାଥ, ଧୋବୀ ପରିଡା,କ୍ରୀଡ଼ା ପରିଚାଳକ ବିଜୟ କୁମାର ରାଉତ,ମୁଖ୍ୟ କିରାଣୀ ସୁଧାକର ନାୟକ ପ୍ରମୁଖ ଯୋଗଦେଇ କୃତୀ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ମାନପତ୍ର, ଉପଢୌକନ, ପୁଷ୍ପ ଗୁଚ୍ଛ ଓ ପୁରସ୍କାର ପ୍ରଦାନ କରିଥିଲେ।

ଉଭୟ ଉଚ୍ଚ ମାଧ୍ୟମିକ ଓ ଡିଗ୍ରୀ ଅନୁଷ୍ଠାନର ଛାତ୍ର ଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇ ସେମାନଙ୍କର କ୍ରୀଡ଼ା ଦକ୍ଷତା ପ୍ରତିପାଦିତ କରିଥିଲେ। କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ ଶଶିକାନ୍ତ ବେହେରା, ଦାଶରଥୀ ବଳିୟାରସିଂହ ଓ ରବୀନ କୁମାର ସ୍ୱାଇଁ।

Categories
ଆଞ୍ଚଳିକ

ବାଲୁଗାଁ କଲେଜରେ ନୂଆ -ଓ କ୍ରୀଡ଼ା ମହୋତ୍ସବ ଉଦଘାଟନ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିବା ନୂଆ -ଓ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡ଼ା କାର୍ଯ୍ୟକ୍ରମ ଆଜି ବାଲୁଗାଁ ନଗରପାଳ ସୁକାନ୍ତି ପାଇକରାୟଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କ୍ରୀଡ଼ା ମହୋତ୍ସବର ଉଦଘାଟନ ଉତ୍ସବରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ,ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଲକ୍ଷ୍ମୀଧର ସେଠୀ, ସୁଜାତା ପଣ୍ଡା, ଅନିତା ସ୍ୱାଇଁ, ଜୟନ୍ତ କୁମାର ସ୍ୱାଇଁଙ୍କ ସମେତ ପ୍ରାକ୍ତନ କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ଓ ବୈରାଗୀ ଚରଣ ବଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିବା ପରେ ଅଧ୍ୟକ୍ଷ ଡକ୍ଟର କଳ୍ପନା ଦାଶ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହାପରେ କ୍ରୀଡ଼ା କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ସନ୍ତୋଷ ରଥ,ସୁବ୍ରତ ତ୍ରିପାଠୀ, ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ଧୋବୀ ପରିଡା, ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,ବିମଳ ପଣ୍ଡା ପ୍ରମୁଖ ଦିବସବ୍ୟାପୀ ଖେଳ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ କଲେଜରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ତଥା ଦେଶରେ ଦିନକୁ ଦିନ ସାଇବର ଅପରାଧୀ ମାନେ ସକ୍ରିୟ ହେବା ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପୀ ଅନୁଷ୍ଠିତ ହେଉଛି। ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଙ୍କୁ ମହାବିଦ୍ୟାଳୟର ଏନସିସି କ୍ୟାଡେଟ ମାନେ ପ୍ୟାରେଡ ମାଧ୍ୟମରେ ପାଛୋଟି ଆଣିବା ପରେ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ। ଏହାପରେ ମହାବିଦ୍ୟାଳୟର ସଭାଗୃହରେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଅତିରିକ୍ତ ଏସପି ଶ୍ରୀ ମୁର୍ମୁ ଉଦଘାଟନ କରିଥିଲେ।

ଏହାପରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ପରେ ଶ୍ରୀ ମୁର୍ମୁ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରୀ ଦୀପ୍ତି ସାହୁ ଓ ପ୍ରଜ୍ଞାସ୍ମିତା ସାହୁଙ୍କ ସ୍ୱାଗତ ସଂଗୀତ ଓ ପୋଲିସ ସବ ଇନ୍ସପେକ୍ଟର ଦିଲ୍ଲୀପ କୁମାର ସାହୁଙ୍କ ସଂଗୀତ ପରିବେଷଣ ପରେ ସଂଯୋଜକ ତଥା ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ବାଲୁଗାଁ ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ମିଶ୍ର ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ଏହାପରେ କେ. ଦିନେଶ ସାଇବର ଠକେଇର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇବା ସହ ସାଇବର ସୁରକ୍ଷାର ସାଧାରଣ ସୂତ୍ର ଓ ମୋବାଇଲର ଯାନ୍ତ୍ରିକ କୌଶଳ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ଏହାପରେ ସମ୍ମାନିତ ଅତିଥି ତଥା ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ପ୍ରବାସ କୁମାର ସୁନ୍ଦରାୟ ସାଇବର ଠକେଇରୁ ଦୁରେଇ ରହିବା,ନିଜର ଓଟିପିକୁ ହସ୍ତାନ୍ତର ନ କରିବା,ଅଜଣା ଫୋନ କଲ ଦ୍ୱାରା ଅର୍ଥ ଲୋଭରେ ବ୍ୟାଙ୍କ ବିବରଣୀ ନ ଦେବା ସମ୍ପର୍କରେ ଛାତ୍ର ଛାତ୍ରୀ ଓ ଯୁବବର୍ଗଙ୍କୁ ପରାମର୍ଶ ଦେଇଥିଲେ।

ପ୍ରାଧ୍ୟାପକ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି ଦେଶର ବିଭିନ୍ନ ସାଇବର ଏନ୍ତୁଡ଼ିଶାଳ ବିଷୟରେ ସୂଚନା ଦେବା ସହ ସାମ୍ପ୍ରତିକ ସମୟର ଏହା ବଡ଼ ଅପରାଧ ବୋଲି ସୂଚନା ଦେଇଥିଲେ। ଏହାପରେ ମୁଖ୍ୟ ଅତିଥି ଶ୍ରୀ ମୁର୍ମୁ ଜିଲ୍ଲା ବ୍ୟାପୀ ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତଙ୍କର ସମ୍ପୃକ୍ତି ଓ ଗ୍ରହଣଶୀଳତା କାମନା କରିଥିଲେ। ସଭାପତି ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ସାଇବର ସୁରକ୍ଷାକୁ ଜୀବନ ସୁରକ୍ଷା ବୋଲି ନାମିତ କରିବା ସହ ମହାବିଦ୍ୟାଳୟର ବିଭିନ୍ନ ଶ୍ରେଣୀରେ ଏହି ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ।

ଏହି ପରିପ୍ରେକ୍ଷୀରେ ଏନସିସି,ଏନଏସଏସ ଓ ଯୁବ ରେଡ଼କ୍ରସର ସ୍ବେଛାସେବୀମାନେ କ୍ଷୁଦ୍ର ଏକାଙ୍କିକା ମାଧ୍ୟମରେ ଏଟିଏମ ଠକେଇ,ଛଦ୍ମ ନାମରେ ପଇସା ଠକେଇ, ସାଧାରଣ ବ୍ୟକ୍ତିଙ୍କୁ ବ୍ୟାଙ୍କ ଠକେଇ ,ବିଭିନ୍ନ କମ୍ପାନୀ ନାମରେ ଚାକିରି ପ୍ରଲୋଭନ, ନାମଲେଖା ଠକେଇ ଆଦି ବିଭିନ୍ନ ସାଇବର ଅପରାଧର ଦୃଶ୍ୟ ଅଭିନୟ କରି ପ୍ରଶଂସିତ ହୋଇଥିଲେ। ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଶ୍ରେଷ୍ଠ ସ୍ଵେଚ୍ଛାସେବୀ ଓ ପୋଲିସ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ସ୍ୱାତୀ ସ୍ଵାଗତିକା ସାହୁ,କୀର୍ତ୍ତି ମୟୀ ବାରିକ, ଡଃ ସନ୍ତୋଷ କୁମାର ରଥ ସହାୟତା କରିଥିଲେ। ଛାତ୍ର ଛାତ୍ରୀଙ୍କ ସମେତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱଚ୍ଚସାଥୀ ଏଥିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡ଼ା ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ କଲେଜ ର ୩୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ କଲେଜର ୩୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଡଃ କଳ୍ପନା ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରବାସ କୁମାର ସୁନ୍ଦରାୟ, ମୁଖ୍ୟ ବକ୍ତା ପ୍ରାକ୍ତନ କ୍ରୀଡା ପ୍ରଶିକ୍ଷକ ବିଜୟ କୁମାର ରାଉତ ଯୋଗ ଦେଇ କହିଥିଲେ କ୍ରୀଡା ଶିକ୍ଷା ର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଶାରୀରିକ, ମାନସିକ ସୁସ୍ଥତା ପାଇଁ କ୍ରୀଡା ଜରୁରୀ। ପ୍ରତ୍ୟେକ ଦିନ ଶାରୀରିକ ବ୍ୟାୟାମ, ଯୋଗ,ଆସନ, ପ୍ରାଣାୟମ କରିବା ଉଚିତ।

କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏବେ କ୍ରୀଡା କୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି ତେଣୁ ସମସ୍ତ ଛାତ୍ର ଛାତ୍ରୀ ପାଠ ପଢିବା ସହିତ କ୍ରୀଡା ପ୍ରତି ଆଗ୍ରହ ପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ମହାରଣା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

କ୍ରୀଡା ସଂସଦର ବରିଷ୍ଠ ଉପସଭାପତି ମୃଡାଣି ଶଙ୍କର ପ୍ରସାଦ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଚଳିତ ବର୍ଷ+୨ ବାଳକ ବିଭାଗରେ ସୁମେଶ ସାମନ୍ତରାୟ, ବାଳିକା ବିଭାଗ ରେ ସାଲୋନି ପାତ୍ର, +୩ ବାଳକ ବିଭାଗରେ ରାଜେଶ ବେହେରା, ବାଳିକା ବିଭାଗରେ ନୀଲମ ସାହୁ ଚମ୍ପିୟାନ ହୋଇ ସମ୍ମାନିତ ହୋଇଥିଲେ।

କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଡଃ ଲକ୍ଷ୍ମୀ ଧର ସୁବୁଦ୍ଧି। କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ସୁବ୍ରତ କୁମାର ତ୍ରିପାଠୀ, ଡଃ ସନ୍ତୋଷ କୁମାର ରଥ, ବାଳକୃଷ୍ଣ ପାଢୀ,ମନୋଜ କୁମାର ନାୟକ, ଅଧାପିକା ସ୍ଵାତୀ ସ୍ବାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଅଧ୍ୟାପକ ଧୋବୀ ଚରଣ ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ। କରାଟେରେ ଜାତୀୟ ସ୍ତରୀୟ ପ୍ରତିଯୋଗିତା ସଫଳତା ପାଇଥିବା+୨ ଦ୍ବିତୀୟ ବର୍ଷ ର ଛାତ୍ରୀ ସାଲୋନି ପାତ୍ରଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ କଲେଜର ଅଧ୍ୟାପକ ଡଃ ଅକ୍ଷୟ କୁମାର ମିଶ୍ର ପାଇଲେ ବିଜୁ ପଟ୍ଟନାୟକ ସମ୍ମାନ

ଖୋର୍ଦ୍ଧା/ବାଲୁଗାଁ: ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ରବିବାର ବନ୍ୟପ୍ରାଣୀ ସୁରକ୍ଷା -୨୦୨୩ ବର୍ଷ ପାଇଁ ବାଲୁଗାଁ କଲେଜ ଇତିହାସ ବିଭାଗର ଅଧ୍ୟାପକ, ଏନ୍ ସି ସି ଅଫିସର ଡଃ ଅକ୍ଷୟ କୁମାର ମିଶ୍ରଙ୍କୁ ଖୋର୍ଦ୍ଧା ସବ୍ ଡିଭିଜନ ତରଫରୁ ବିଜୁ ପଟ୍ଟନାୟକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଖୋର୍ଦ୍ଧା ଡିଭିଜନାଲ ଫରେଷ୍ଟ ଅଫିସର କାର୍ଯ୍ୟାଳୟ ଠାରେ ଡିଏଫଓ ପାଣ୍ଡିଆନ ମାନପତ୍ର, ଉତ୍ତରୀୟ ଓ ୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ଟାଙ୍ଗୀ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ବନ୍ୟପ୍ରାଣୀ ସପ୍ତାହ ପାଳନ ର ଉଦଯାପନ ଉତ୍ସବ ରେ ଡଃ ମିଶ୍ର ଙ୍କୁ ବାଲୁଗାଁ ଡିଏଫଓ ଅମ୍ଳାନ କୁମାର ନାୟକ ସମ୍ବର୍ଦ୍ଧିତ କରିଥିଲେ।ବିଜୁ ପଟ୍ଟନାୟକ ସମ୍ମାନ ପାଇଥିବାରୁ କଲେଜ ର ଅଧକ୍ଷା ଡଃ କଳ୍ପନା ଦାଶ,+୨ ଅଧକ୍ଷା ଡଃ ଜୟନ୍ତୀ ସାମଲ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଶୁଭେଚ୍ଛା ଜଣାଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ କଲେଜ ଅଧ୍ୟାପକଙ୍କ ବାସଭବନରୁ ଚୋରି: ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଗୋପୀନାଥପୁର ସ୍ଥିତ ବାଲୁଗାଁ କଲେଜ ଅଧ୍ୟାପକଙ୍କ ବାସଭବନରୁ ଚୋରି ହୋଇଥିବା ଅଭିଯୋଗ ହେଇଛି। ଖବର ମୁତାବକ ବାଲୁଗାଁ କଲେଜ ଇତିହାସ ବିଭାଗ ଅଧ୍ୟାପକ ମୃଦନୀ ଶଙ୍କର ପ୍ରସାଦ ମିଶ୍ର ଗୋପୀନାଥପୁର ଠାରେ ଭଡା ଘରେ ରହିଆସୁଥିଲେ। ଗତକାଲି ନିଜ ପୁତୁରାର ବ୍ରତ କାର୍ଯ୍ୟ ଥିବା ଯୋଗୁଁ ସନ୍ଧ୍ୟା ସମୟରେ ପରିବାର ସହ ନିକଟସ୍ଥ ବଡ଼କୁଳ ଯାଇଥିଲେ।

ଆଜି ସକାଳୁ ଘରକୁ ଫେରି ଦେଖିବା ବେଳକୁ ମୁଖ୍ୟ କବାଟ ତାଲା ଭାଙ୍ଗି ଝୁଲୁଥିବା ବେଳେ ସ୍କୁଟି, ଲାପଟପ ସହ ଆଲମିରା ଭାଙ୍ଗି ଦୁଇଟି ସୁନା କାନ ଫୁଲ, ଦୁଇଟି ସୁନା ମୁଦି ଓ ନଗଦ ଦଶ ହଜାର ଟଙ୍କା ଚୋରି ହୋଇଯାଇଛି। ଏନେଇ ଶ୍ରୀ ମିଶ୍ର ବାଲୁଗାଁ ଥାନାରେ ଏତଲା ଦେଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି।  କିଛିଦିନ ପୂର୍ବରୁ ନିକଟରେ ଏପରି ଡକାୟତି ହେଇଥିବା ବେଳେ ପୁନର୍ବାର ଚୋରି ହୋଇଥିବାରୁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ କଲେଜରେ ସ୍କିଲ ଡେଭଲପମେଣ୍ଟ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ବାଲୁଗାଁ କଲେଜ ପରିସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ସ୍କିଲ ଡେଭଲପମେଣ୍ଟ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧକ୍ଷା ବିନତୀ ମଞ୍ଜରୀ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାର୍ଗଦର୍ଶକ ଭାବେ ଉତ୍କଳ ଇଣ୍ଟରପ୍ରିନ୍ୟୁୟରସିପ ଓ କ୍ୟାରିୟର ହବର ନିର୍ଦ୍ଦେଶକ ପ୍ରଫେସର ଏ ଏ ଖାନ, ରିସର୍ଚ୍ଚ ଆସିଷ୍ଟାଣ୍ଟ ପ୍ରଫେସର ଲକ୍ଷ୍ମୀ ଧର ଚାନ୍ଦ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଅକ୍ଷୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍କିଲ ଡେଭଲପମେଣ୍ଟର ବିଭିନ୍ନ ଦିଗ ସମ୍ପର୍କରେ ବିଶଦ ଭାବେ ସୂଚନା ପ୍ରଦାନ କରିଥିଲେ।

ମୋ କଲେଜ ସଂଯୋଜକ ବିଜୟ କୁମାର ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।୩୦୦ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ମହାରଣା, ଡଃ ଲକ୍ଷ୍ମୀ ଧର ସୁବୁଦ୍ଧି, ବିଦ୍ୟାଧର ଜୁଝାରସିହ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ସ୍ବାତିସ୍ବାଗତିକା ସାହୁ, ଶୁଭଦର୍ଶନୀ ବିଶ୍ବାଳ, ଝରଣା ନାଥ, କୀର୍ତ୍ତିମୟୀ ବାରିକ, ସୁଧାକର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଭାଗ ନେଇ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। ଶେଷରେ ଛାତ୍ର ସଂଗ୍ରାମ କେଶରୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ କଲେଜର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା, ଯୋଗଦେଲେ ବାଲୁଗାଁ ଏନଏସି ଅଧ୍ୟକ୍ଷା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ କଲେଜ ର ୩୦ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷା ବିନତୀ ମଞ୍ଜରୀ ରାଉତ କ୍ରୀଡା ପତାକା ଉତ୍ତୋଳନ କରି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବାଲୁଗାଁ ଏନ୍ ଏ ସି ଅଧ୍ୟକ୍ଷା  ସୁକାନ୍ତି ପାଇକରାୟ , ସମ୍ମାନିତ ଅତିଥି ଭାବେ କାର୍ଯ୍ୟ ନିର୍ବାହ ଅଧିକାରୀ ସ୍ବପ୍ନାଞ୍ଜଳୀ ପାଢ଼ୀ,+୨ ଅଧକ୍ଷା ଡଃ କଳ୍ପନା ଦାଶ, ବରିଷ୍ଠ ଅଧ୍ୟାପିକା ଡଃ ଜୟନ୍ତୀ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ମା ଉତ୍ତରାୟଣୀ ପୀଠ ଠାରୁ କ୍ରୀଡା ମଶାଲ ଅଣାଯାଇ କ୍ରୀଡା ପ୍ରାଙ୍ଗଣରେ ଅବସ୍ଥାପିତ କରାଯାଇଥିଲା। ଛାତ୍ରୀ ଶପଥ ପାଠ କରିଥିଲେ।

ଏହି ପ୍ରତିଯୋଗିତାରେ ୧୦୦,୨୦୦,୪୦୦,୮୦୦ ମିଟର ଦୋୖଡ,ଲଙ୍ଗ ଜମ୍ପ,ହାଇ ଜମ୍ପ, ଟ୍ରିପଲ୍ ଜମ୍ପ,ସଟପୁଟ ଥ୍ରୋ,ଡିସକସ ଥ୍ରୋ,ଜାଭେଲିନ ଥ୍ରୋ,ବାଲାନସ ରେସ,ମ୍ୟୁଜିକ ଚେୟାର ଖେଳ ସ୍ଥାନ ପାଇଥିଲା। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତା ରେ ଭାଗ ନେଇ ଥିଲେ। କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀ ଚନ୍ଦନ, ମୃଡାଣୀ ଶଙ୍କର ପ୍ରସାଦ ମିଶ୍ର,ଧୋବି ଚରଣ ପରିଡା, ବାଳକୃଷ୍ଣ ପାଢ଼ୀ, ଅଧ୍ୟାପିକା ରୀନା ରାଉତ,ସ୍ବାତି ସ୍ୱାଗତିକା ସାହୁ,କୀର୍ତିମୟୀ ବାରିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ଅଧ୍ୟାପକ ଡଃ ଅକ୍ଷୟ କୁମାର ମିଶ୍ର,ବିଦ୍ୟାଧର ଜୁଝାରସିଂହ, ପ୍ରବୀଣ କୁମାର ଜେନା, ଅକ୍ଷୟ କୁମାର ମହାପାତ୍ର, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ,ଶୁଭଦର୍ଶନୀ ବିଶ୍ବାଳ,ସୁଚିସ୍ମିତା ମହାପାତ୍ର, ସୁନିତା ନନ୍ଦ, ଅମ୍ରିତା ନନ୍ଦ , ରୋଜାଲିନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। କ୍ରୀଡା ପ୍ରଶିକ୍ଷକ ବିଜୟ କୁମାର ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରତିଯୋଗିତା ଶେଷରେ ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରି ଭରପୁର ମଜା ନେଇଥିଲେ

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବାଳିକା ଆତ୍ମାରକ୍ଷା କୌଶଳ ତାଲିମ୍ ଉଦଘାଟିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପ୍ରୋତ୍ସାହନ ରେ ବାଲୁଗାଁ ମହାବିଦ୍ୟାଳୟରେ ଆଜି ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ କାର୍ଯ୍ୟକ୍ରମ ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।

କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହଙ୍କ ନେତୃତ୍ୱରେ ଯୁକ୍ତ ଦୁଇ ଶ୍ରେଣୀର 185 ଜଣ ଛାତ୍ରୀଙ୍କୁ ନେଇ ଆୟୋଜିତ ଏହି ଏହି କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ, ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପିକା କ୍ରିଷ୍ଣା ସେଠୀ ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ଜୀବନର ପ୍ରତିଟି କ୍ଷେତ୍ରରେ ନିର୍ଭୀକ ଭାବେ ନିଜର ଆତ୍ମରକ୍ଷା କରିବା ସହ ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମହିଳା ସେଲର ସମସ୍ତ ସଦସ୍ୟ ସହାୟତା କରିଥିଲେ। ଆଜିଠାରୁ ଆଠଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ତାଲିମ୍ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାବେ ସୁଶ୍ରୀ ଜ୍ୟୋତି ସାମଲ, ନିଲମ ସାହୁ ଓ ଲିପିକା ସାହୁ ତାଲିମ୍ ପ୍ରଦାନ କରିବେ।